ପୂର୍ବତନ ବରୀ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲଙ୍କ ନାତୁଣୀର ଏକୋଇଶା ଉତ୍ସବ ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ, ୨୨ା୭(ଉ. ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର କଶାଅଂଟା ଗ୍ରାମର ଅଭିମନ୍ୟୁ ରାଉତ ଓ ସୁଚରିତା ରାଉତଙ୍କ ୧ମ କନ୍ୟା ସନ୍ତାନଙ୍କ ଏକୋଇଶିଆ ଓ ନାମକରଣ ଉତ୍ସବ ମହାସମାରୋହରେ ତାଙ୍କ ବାସଭବନରେ ପାଳିତ ହୋଇଯାଇଛିା । ଝିଅର ନାମ ‘ସମ୍ରିଧି’ ରଖାଯାଇଛି । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଏଥିରେ ବହୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଯାଜପୁର ଜିଲ୍ଲା ବରୀ ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣୀ ସାମଲ, ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । କନ୍ୟାର ଜେଜେବାପା ଶୁକଦେବ ରାଉତ ଓ ଜେଜେମାଆ ସୁକାନ୍ତି ରାଉତ ଓ ବହୁ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉପଲକ୍ଷେ ଗ୍ରାମକୁ ବହୁ ସଂଖ୍ୟାରେ ବିଶିଷ୍ଠ ଅତିଥିମାନେ ଆସି କନ୍ୟା ସନ୍ତାନକୁ ଆଶୀର୍ବାଦ କରିଥିବାରୁ ତା’ର ପିତାମାତା, ଜେଜେବାପା, ଜେଜେମାଆ ପ୍ରମୁଖ ସାଧୂବାଦ ଜଣାଇଛନ୍ତି । ସତ୍ୟନାରାୟଣ ପୂଜା ଓ ନାମ ସଂକୀର୍ତନ ଶୃଙ୍ଖଳାର ସହିତ ପାଳିତ ହୋଇଥିଲା । କନ୍ୟାର ଦୀର୍ଘାୟୁ ପାଇଁ ଅନେକ ବ୍ୟକ୍ତିବିଶେଷ ଭଗବାନଙ୍କ ପାଖରେ ଶୁଭ କାମନା କରିଥିଲେ, ଯେମିତି ସେ କନ୍ୟାଟି ବଡ଼ ହୋଇ ଭବିଷ୍ୟତରେ ଭଲ ମଣିଷଟିଏ ହୋଇ ର୍ଗାାଁର ନାମ ରଖିବା ସଂଗେ ସଂଗେ ପିତାମାତାଙ୍କର ନାଁ ରଖିବ । ସୁଚନାଯୋଗ୍ୟ, କନ୍ୟା ସନ୍ତାନଟି ପୁର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣୀ ସାମଲଙ୍କ ସଂର୍ପକୀୟ ନାତୁଣୀ ଅଟନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close