ଦୈନିକ ଓଡ଼ିଆ ‘ସମାଜ’ ପକ୍ଷରୁ ରଗଡ଼ି ଅଂଚଳରେ ଚାରାରୋପଣ

ରଗଡି, ୧୮ ।୭ (ଉ.ନ୍ୟୁଜ୍ ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବହୁଳ ପ୍ରସାରିତ ଦୈନିକ ଓଡ଼ିଆ ‘ସମାଜ’ ଖବର କାଗଜ ପକ୍ଷରୁ କୋରେଇ ବ୍ଲକ ତଳଗଡ଼ ପଂଚାୟତର କଂଟାଝରୀଗଡ଼ ଗ୍ରାମର ଆରଧ୍ୟା ଦେବୀ ମା’ ମହାପାଟଙ୍କ ପୀଠ ପରିସରରେ ଆଜି ମଂଗଳବାର ଅପରାହ୍ନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଗଡି ‘ସମାଜ’ର ସମ୍ବାଦଦାତା ରଜତ ସାହାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତଳଗଡ଼ ସରପଂଚ ସନ୍ତୋଷ କୁମାର ସ୍ୱାଇଁ, ସମିତି ସଭ୍ୟା ବବିତା ନାୟକ, ପାଟ୍ଟରଙ୍ଗା ପଂଚାୟତ ସରପଂଚ ରଞ୍ଜନ କୁମାର ଦାସ, ଅବସରପ୍ରାପ୍ତ ଗୋଷ୍ଠୀ କେନ୍ଦ୍ର ସଂଯୋଜକ ମଦନ ମୋହନ କର, ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଅଧ୍ୟାପକ ଡଃ. ଅକ୍ଷୟ କୁମାର ପଣ୍ଡା, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର, ଡକ୍ଟର ପରମେଶ୍ୱର ଦାସ, ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ଦାସ, ପୂର୍ବତନ ସରପଂଚଞ୍ଚଅଂଜନ କୁମାର ନାୟକ, ବରିଷ୍ଠ ନାଗରିକ ଅନାମ ଚରଣ ସାହୁ, ବରିଷ୍ଠ ସାମ୍ବାଦିକ ପବିତ୍ର ମୋହନ ରାଉତରାୟ, ବରିଷ୍ଠ ସମାଜସେବୀ ଶ୍ୟାମସୁନ୍ଦର ନାୟକ, ହେମନ୍ତ କୁମାର ଜେନା, ଅଜୟ ଦାସ, ନିଶିକାନ୍ତ ଭୂୟାଁ, ଭୀମସେନ ନାୟକ, ବବୁଲ୍ ନାୟକ ପ୍ରମୁଖ ଯୋଗଦେଇ ଆମ ଉପର ପୀଢିଙ୍କ ପାଇଁ ଏକ ସୁସ୍ଥ ପରିବେଶ ଗଠନ କରିବା ଦିଗରେ ବୃକ୍ଷରୋପଣ କରିବା ଏବଂ ବୃକ୍ଷକୁ ବଂଚାଇ ରଖିବା ଆମ ସମସ୍ତଙ୍କର ପରମ କର୍ତବ୍ୟ ବୋଲି କହିଥିଲେ । ଏହି ମହତ ଅଭିଯାନରେ ପୀଠ ପରିସରରେ ପାଖାପାଖି ୧୫୦ଟି ବିଭିନ୍ନ ପ୍ରକାର ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା ଯେଉଁଥିରେ କି କିଛି ଫଳ ଗଛ ସାମିଲ ଥିଲା । ‘ସମାଜ’ର ଏହି ମହତ ତଥା ଯୁଗୋପଯୋଗୀ ସବୁଜିମା ଅଭିଯାନକୁ ଉପସ୍ଥିତ ଅତିଥିମାନେ ସାଧୁବାଦ ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close