ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

ବ୍ୟାସନଗର, ୧୩ା୦୭(ଉ. ନ୍ୟୁଜ୍ ବ୍ୟରୋ): ଗତ ମଂଗଳବାର ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ମଂଚର କାର୍ଯ୍ୟକାରୀ ସଭାପତି ଡ଼ାକ୍ତର ନୃସିଂହ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜନ ସଂଖ୍ୟା ଦିବସ-୨୦୨୩ ପାଳିତ ହୋଇଯାଇଅଚ୍ଥି । ଏଥିରେ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଆମ ଦେଶ ଜନ ସଂଖ୍ୟା ଦୃଷ୍ଟିରୁ ୦୧ ନଂ. ସ୍ଥାନରେ ପହଚିଂ ଥିବାରୁ ଏହି ବିଶାଳ ମାନବ ସମ୍ବଳକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ବିଶେଷ ଯୋଜନା ପ୍ରଣୟନ କରାଯିବା ଉପରେ ଦାବୀ କରିଥିଲେ । ସାଧୂ ଉପାୟରେ ପରିଶ୍ରମ କରିବା ସହ ଲକ୍ଷ୍ୟ ସ୍ଥଳରେ ପହଚିଂବା ପାଇଁ ନିରନ୍ତର ଉଦ୍ୟମ କରିବା ପାଇଁ ସେ କହିଥିଲେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ହେଲେ ବ୍ୟାପକ ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏଠାରେ ଏହି ଦିବସ ପାଳନର ମୁଖ୍ୟ ଉଦ୍ୟୋକ୍ତା ତଥା ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କହିଲେ ଯେ, ବିପୁଳ ଜନ ସଂଖ୍ୟା ପାଇଁ ଏବେ ଦେଶର ଅନେକ ସ୍ଥାନରେ ଜଣଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଡ଼ରେ ସମସ୍ୟା ଦେଖାଦେଇଥିବା ବେଳେ ପିଲାଙ୍କୁ ଭଲ ଶିକ୍ଷାଦାନ କରିବାରେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକୁଳିବା ପାଇଁ ବଡ଼ ସଙ୍କଟ ପାଲଟିଛି । ତେଣୁ ଦେଶର ଉତ୍କଟ ଜନସଂଖ୍ୟାକୁ ସନ୍ତୁଳିତ ରଖିବା ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିଦ୍ ଡ଼ଃ. ନିକୁଞ୍ଜ ବିହାରୀ ଧଳ, ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ଶ୍ରମିକ ନେତା ଘନଶ୍ୟାମ ରାଉତ, ଇଂ. କମଳଲୋଚନ ସାହୁ, ଲମ୍ବୋଦର ମଲ୍ଲିକ, ଶଙ୍କର୍ଷଣ ସାହୁ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ଅରୁଣା ଖଣ୍ଡାଇ, ରଘୁନାଥ ସ୍ୱାଇଁ, ରାହାସ ବିହାରୀ ପାତ୍ର, ସନାତନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close