ପଚ୍ଛିକୋଟ ଉଚ୍ଚ ବିଦ୍ୟାଳୟରେ ଯାଜପୁର ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ

କୋରେଇ, ୦୭/୦୭(ରାମଚନ୍ଦ୍ର ବାରିକଙ୍କ ଠାରୁ): ୭୪ତମ ବନ ମହୋତ୍ସବ ସପ୍ତାହ-୨୦୨୩ର ଅନ୍ତିମ ଦିନରେ କଟକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଯାଜପୁରରୋଡ଼ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଯାଜପୁର ଜିଲ୍ଲା ସ୍ତରୀୟ ‘ବନ ମହୋତ୍ସବ ସପ୍ତାହ’ ଆଜି ଶୁକ୍ରବାର ପୂର୍ବାହ୍ନରେ ରଗଡ଼ି ନିକଟବର୍ତୀ ପଚ୍ଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ପ୍ରଥମେ ଚାରା ଗଛ ଗୁଡିକୁ ପୂଜା ପାଠ କରାଯିବା ପରେ ଅତିଥି, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ, ବନ ବିଭାଗର ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ବିଦ୍ୟାଳୟ ପଡ଼ିଆରେ ବୃକ୍ଷରୋପଣ କରିଥିଲେ । ପରେ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ, ପ୍ରକୃତି ବଂଚିଲେ ଆମେ ବଂଚିବା । ଅନିୟମିତ ବୃଷ୍ଟିପାତ, ତାପମାତ୍ରାର ଘୋର ବୃଦ୍ଧି, ବିଭିନ୍ନ ପ୍ରକାରର ରୋଗ ସଂକ୍ରମଣ, ବିଶାକ୍ତ ଓ ନିମ୍ନମାନର ଖାଦ୍ୟ ଜନିତ ଅପପୃଷ୍ଟି ଆଦି ସମସ୍ୟା ବୃକ୍ଷହାନି ପାଇଁ ଘଟି ଚାଲିଥିବା ବେଳେ ଲୋକେ କୃଷି ଉପରୁ ମୁହଁ ଘୁରାଇ ଦେଇଥିବାରୁ ଆଜି ପନିପରିବାର ଅହେତୁକ ମୂଲ୍ୟ ବୃଦ୍ଧି ହୋଇଛି ବୋଲି ଶ୍ରୀ ରାଉତ କହିଥିଲେ । କଟକ ସହକାରୀ ବନ ସଂରକ୍ଷକ (ଏ.ସି.ଏଫ) ଅନୀଲ କୁମାର ରାୟ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବୃକ୍ଷର ବିଭିନ୍ନ ଉପାଦେୟତା ଉପରେ ଆଲୋଚନା କରିବା ସହ ବୃକ୍ଷ ବିନା ମଣିିଷ ଜୀବନ କିପରି ଦୁର୍ବିସହ ହୋଇପଡ଼େ ତା’ଉପରେ ବିଭିନ୍ନ ଉଦାହରଣ ଦେଇ ସଚେତନ କରିଥିଲେ । ପଚ୍ଛିକୋଟ ସରପଂଚ ଗୀତାଂଜଳି ସେଠୀ, କେଉଁଝରର ପୂର୍ବତନ ବନ୍ୟ ପ୍ରାଣୀ ତତ୍ୱାବଧରକ ନୃସିଂହ ଚରଣ ଧିର, ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ସିଂହ, ଯୁବ ନେତା ସନ୍ତୋଷ ତରେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବନ ମହୋତ୍ସବର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୦୭ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ । ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ସହ ବନ ମହୋତ୍ସବ ସପ୍ତାହ ପାଳନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ ମଧ୍ୟ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ନୀଲିମା ପ୍ରିୟଦର୍ଶିନୀ, ସରସ୍ୱତୀ ସାହୁ, ସ୍ୱରୂପ ନାୟକ, ନିର୍ମଳ ମଲ୍ଲିକ, ତ୍ରିଲୋଚନ ଦାଶ ପ୍ରମୁଖଙ୍କ ସହ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close