![](https://udayabataenews.com/r3e/uploads/2023/07/Mobile-Chor-780x405.jpg)
ମୋବାଇଲ ଚୋରକୁ ଧରିଲା ଯାଜପୁରରୋଡ଼ ପୋଲିସ
ଯାଜପୁରରୋଡ଼, (ଉ. ନ୍ୟୁଜ୍ ବ୍ୟୁରୋ) ୫ା୭: ଯୁଗ ଯେତିକି ଆଗଉଛି ମୋବାଇଲର ବ୍ୟବହାର ସେତିକି ବଢ଼ୁଛି । ମୋବାଇଲ ଚୋରି ବି ଅଧିକ ହେଉଛି । ସୂଚନାଯୋଗ୍ୟ, ଯାଜପୁରରୋଡ଼ ଆଦର୍ଶ ଥାନା ଅଧିନସ୍ଥ ଯାଜପୁର ଜିଲ୍ଲା ଦାନଗଦିର ସୋଲେଇ ସୁମନ୍ତ ସାହୁ ଓ ତାଙ୍କ ସାଂଗ ସୋମେଶ ଜେନା ପ୍ରବଳ ଗୁଳୁଗୁଳି ହେତୁ ଭଡ଼ା ଘରର ଛାତ ଉପରେ ଦୁହେଁ ଗତ ୦୩ ତାରିଖ ରାତ୍ରୀରେ ଶୋଇଥିଲେ । ହେଲେ ପରଦିନ ସକାଳୁ ଉଠି ଦେଖନ୍ତି ଯେ, ସେମାନଙ୍କ ମୋବାଇଲ ଫୋନ ୦୨ଟି ଚୋରୀ ହୋଇଯାଇଛି । ଏ ସଂର୍ପକରେ ୪/୭ରେ ଯାଜପୁରରୋଡ଼ ଥାନାରେ ଅଭିଯୋଗ ହୋଇଥିଲା । ଆଜି ଏକ ଫୋନକୁ ମୋବାଇଲ ଚୋର ପାଣ୍ଡୁ ମୁଣ୍ଡା ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଯାଜପୁରରୋଡ଼ ପୋଲିସ ସେଠାରେ ସଂଗେ ସଂଗେ ପହଚିଂ ମୋବାଇଳ ଜବତ କରିବା ସହ ଅପରାଧି ସୋଲେଇ ଗ୍ରାମର ଲଲ ମୁଣ୍ଡାଙ୍କ ପୁଅ ପାଣ୍ଡୁ ମୁଣ୍ଡାକୁ ଗିରଫ କରିବା ସହ ମୋବାଇଲ ୦୨ଟିକୁ ଜବତ କରିଥିଲେ । ଆଜି ପାଣ୍ଡୁକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ ।
Live Share Market