ଯାଜପୁରରୋଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ବ୍ୟାସନଗର, ୦୪ା୭ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ପ୍ରଶାସନ ଓ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରୁ ଅନୁଷ୍ଠିତ ହୋଇଥିଲା । ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲେଜ ପରିସରରେ ଥିବା ବ୍ୟାସଦେବଙ୍କୁ ମାଲ୍ୟାର୍ପଣ କରିବା ସହିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଚୋର୍‌ଦା ଛକ ସ୍ଥିତ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି ନିକଟରେ ଶେଷ ହୋଇଥିଲା । ଏଠାରେ ଏକ ପଥପ୍ରାନ୍ତ ସଭା ଜିଲ୍ଲା ଶ୍ରମ ଅଧିକାରୀ, ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ଶ୍ରମ ଅଧିକାରୀ ସଞିତ୍ କୁମାର ଦେଓ, ବିଭିନ୍ନ ଶ୍ରମିକ ସଂଗଠନର ସମ୍ପାଦକ ଓ ସଭାପତି ଅଂଶ ଗ୍ରହଣ କରିଥିଲେ, ତନ୍ମଧ୍ୟରୁ ଆଇଏନଟିୟୁସିର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି,ସିଟୁର ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ନାୟକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ପ୍ରଦୀପ କୁମାର ନାୟକ, ପ୍ରଦୀପ ମିଶ୍ର, ପାକିଜା ବେଗମ, ରୁନୁ ଲାଲା, ଭାଗିରଥି ଦାସ, ରବିନ୍ଦ୍ର ମଣ୍ଡଳ, ଶରତ ରାଉତ, ଅବିନାଶ ଦାସ, ରାଜେଶ ସାହୁ, ରଜନୀ ଦାସ, ରମେଶ ଜେନା, ପ୍ରସନ୍ନ ମିଶ୍ର, ଅନନ୍ତ ମିଶ୍ର, କୃଷ୍ଣ ଦାସ, ମହେନ୍ଦ୍ର ଦାସ, ବିଶ୍ୱଜିତ ନାଥ, ପ୍ରମୋଦ ସାମଲ, ଉମାକାନ୍ତ ମଲ୍ଲିକ, ନୀଳମଣି ମଲ୍ଲିକ, ପ୍ରଭାକର, ବିଦ୍ୟାଧର ଜେନା, ଲୋକନାଥ ପଲେଇ, ଉପସ୍ଥିତ ରହିବା ସହିତ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସିର ଛାତ୍ରମାନେ ଉକ୍ତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏହାସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସ୍ୱାଇଁ, ଅଧ୍ୟାପକ ସନାତନ ଦାସ, ଅଧ୍ୟାପକ ପୂର୍ଣଚନ୍ଦ୍ର ସ୍ୱାଇଁ, ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ମହେଶ ସୁନାନି, ଦେବଶ୍ରୀ ପଣ୍ଡା, ଶଶିକାନ୍ତ ପ୍ରଧାନ, ରତ୍ନାକର ପରିଡ଼ା, ନାରାୟଣ ନନ୍ଦ, ଶ୍ରାବଣୀ ମୁର୍ମୁ, ସନ୍ତୋଷ କୁମାର ନାୟକ, ପ୍ରସନ୍ନ ନାୟକ, ପ୍ରକାଶ ଜେନା, ଗୋଲଖ ମୁଖୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close