ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟରେ ଅଧ୍ୟାପକ ଦିଲୀପ ଜେନାଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ବୃକ୍ଷରୋପଣ, କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଟମକା, ୦୧ା୭(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲକାନୀ ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ‘ରେ ଇତିହାସ ବିଭାଗର ଅଧ୍ୟାପକ ଦିଲୀପ କୁମାର ଜେନାଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ବୃକ୍ଷରୋପଣ କାର୍ଯ୍ୟ୍‌କ୍ରମ କଲେଜର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟମକା ବନାଂଚଳ ଅଧିକାରୀ ଶଶିକାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଅଧ୍ୟାପକ ଶ୍ରୀ ଜେନାଙ୍କ ଛାତ୍ରବତ୍ସଳତା, ସରଳତା ଆଦି ଗୁଣ ଉପରେ ଆଲୋକପାତ କରିବା ସହ ତାଙ୍କର ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ୨୦୨୩ରେ ୦୫ ଜଣ ଅଧ୍ୟାପକ କଲେଜରୁ ଅବସର ଗ୍ରହଣ କରିବା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ଏମାନେ କଲେଜର ବିକାଶର ଧାରାକୁ ବହୁ ମାତ୍ରାରେ ଆଗେଇ ଦେଇଥିଲେ । ବିଶେଷକରି ଅଧ୍ୟାପକ ଦିଲୀପ କୁମାର ଜେନା ପାଠ ପଢ଼ାଇବା ସହ କଲେଜର ଭଲ ମନ୍ଦ ସବୁଥିରେ ସାମିଲ ହୋଇ ମହାବିଦ୍ୟାଳୟର ବିକାଶରେ ଯେଉଁ ସହାୟକ ଭୂମିକା ନିଭାଇଛନ୍ତି ତାହା ଚୀରକାଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସାମାଜିକ କର୍ମୀ, ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଉତମ ସମନ୍ୱୟର ଭୂୟସୀ ପ୍ରଶଂସା କରିଥିଲେ । ବିଦାୟୀ ଅଧ୍ୟାପକ ଶ୍ରୀ ଜେନା ଶିକ୍ଷାଦାନ ଛଡ଼ା ତାଙ୍କ ବହୁମୁଖି ପ୍ରତିଭା ଓ ସେବା ମନୋବୃତି ବଳରେ ସମସ୍ତଙ୍କୁ ଆପଣାର କରିପାରିଥିଲେ, ତେଣୁ ତାଙ୍କର ଅବସର ସମସ୍ତଙ୍କ ମନରେ ବିଶାଦ ଆଣି ଦେଇଛି । ୭୪ତମ ଜାତୀୟ ବନ ମହୋତ୍ସବ ଦିବସର ୧ମ ଦିବସରେ ଏବଂ ଶ୍ରୀ ଜେନାଙ୍କ ଅବସରକାଳୀନ ଦିବସକୁ ସ୍ମରଣୀୟ କରିବା ପାଇଁ ଏଠାରେ ବୃକ୍ଷରୋପଣ କରାଯାଉଥିବାରୁ କଲେଜ କତୃପକ୍ଷଙ୍କୁ ସେ ସାଧୂବାଦ ଜଣାଇଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ, ଯୁବ ରେଡ଼କ୍ରସ କାଉନସେଲର ତଥା ବିଶିଷ୍ଟ ସାହିତ୍ୟିତ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସେ ଆଜି ତାଙ୍କ ବନ୍ଧୁଙ୍କ ଅବସର ପାଇଁ ଖୁବ୍ ମର୍ମାହତ । କଲେଜର ଉନ୍ନତି ପାଇଁ ସେ ଦୀର୍ଘ ୩୨ ବର୍ଷ କାଳ ସମୟକୁ ଏକାକାର କରି ନିଜ କର୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟତମ ଅତିଥି ଡ଼ୁବୁରୀ ବିଟ୍ ହାଉସର ଅଧିକାରିଣୀ ସାଇସ୍ମୃତି ବିଶ୍ୱାଳ କହିଥିଲେ ଯେ ଚାକିରୀରେ ଯୋଗ ଦେବା ଓ ଅବସର ନେବା ଏକ ଚିରାଚରିତ ପ୍ରକିୟା; ହେଲେ ଦିଲୀପ ସାରଙ୍କ କାର୍ଯ୍ୟ ଆଜି ସମସ୍ତଙ୍କ ହୃଦୟରେ ରହିଯାଇଥିବାରୁ ସେ ଧନ୍ୟ ହୋଇଛନ୍ତି । ସେ ଏଠାରେ ପରିବେଶର ସୁରକ୍ଷା ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । କଲେଜର ଛାତ୍ରୀମାନେ ଅଧ୍ୟାପକ ଖଗେଶ ଜେନାଙ୍କ ପରିଚାଳନାରେ ଆବାହନ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ରଂଜନ କୁମାର ଖଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କଲେଜର ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ପ୍ରଣତି ମହାନ୍ତି, ଡ଼ଃ. କ୍ଷୀରୋଦ ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସେନାପତି, ତୋଫାନ ଜେନା, ଇତିଶ୍ରୀ ମଲ୍ଲିକ, ନିତୁ ସାହୁ, ବାଇଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରାକ୍ତନ ଅଧ୍ୟାପକ ଦେବେନ୍ଦ୍ରନାଥ ପୁହାଣ ପ୍ରମୁଖ ଶ୍ରୀ ଜେନାଙ୍କ ଗୁଣାବଳୀର ଅବତାରଣା କରି ତାହା କିପରି କଲେଜ ଓ ଛାତ୍ରଛାତ୍ରୀଙ୍କ ଉନ୍ନତିରେ ସହାୟକ ହେଉଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ବିଦାୟୀ ଅଧ୍ୟାପକଙ୍କ ବହୁମୁଖି ପ୍ରତିଭାର ଗୁଣଗାନ କରିଥିଲେ । ସଭାପତି ଅଭିଭାଷଣରେ କଲେଜର ଅଧ୍ୟକ୍ଷ ଡ଼ଃ. ହୋତା ଶ୍ରୀ ଜେନାଙ୍କ ସମାୟାନୁବର୍ତିତା ଓ କର୍ତବ୍ୟପରାୟଣତା ଗୁଣର ପ୍ରଶଂସା କରି ଏହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ସୁକାନ୍ତ କୁମାର ସାହୁ, ସତ୍ୟଭାମା ସାହୁ, ସୁଶାନ୍ତ ପଣ୍ଡା, ଅବନୀ ମହାରଣା, ସୁଷମା ପୃଷ୍ଟି, ସନ୍ତୋଷ କୁମାର ସାହୁ, ବିଜୟ କୁମାର ସାହୁ, ମନୋରଂଜନ ବିଶ୍ୱାଳ, ଅବସରପ୍ରାପ୍ତ କର୍ମଚାରୀ ବିଷ୍ଣୁ ନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ଜେନାଙ୍କ ଅବସର ପର ଜୀବନର ମଂଗଳ କାମନା କରିଥିଲେ । ଚଳିତ ବର୍ଷ ଯୁକ୍ତ ୦୨ କଳା ଓ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖି କଲେଜକୁ ଗୈାରବାନ୍ୱିତ କରିଥିବା ୦୭ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଉପଲକ୍ଷେ ଏଠାରେ ସମ୍ବଦ୍ଧିତ କରାଯାଇଥିଲା । ସେମାନେ ହେଲେ- କଳାର ପୂଜାରାଣୀ ପାତ୍ର, ପାୟଲପ୍ରଭା ଦାଶ, ଅଭୟ କୁମାର ମହାନ୍ତ, ପାଇକ ମୁଣ୍ଡା ଏବଂ ବିଜ୍ଞାନର ରାଣୀ ମହାନ୍ତ, ମହାପ୍ରସାଦ ନାଥଶର୍ମା, ଆଲୋକ କୁମାର ସାହୁ । କଲେଜର ଛାତ୍ରଛାତ୍ରୀମାନେ ଅଧ୍ୟାପକ ଶ୍ରୀ ଜେନାଙ୍କ ପାଇଁ ବିଦାୟ ସଂଗୀତ ଗାନ କରିଥିଲେ । ଶ୍ରୀ ଜେନାଙ୍କ ପାଇଁ ଦିନଟିକୁ ସ୍ମରଣୀୟ କରିବା ପାଇଁ କଲେଜ ଛାତ୍ରାବାସ ପରିସରରେ ଅତିଥିମାନଙ୍କ ସହ ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରମାନେ ବୃକ୍ଷରୋପଣ କରିଥିଲେ । ଶେଷରେ ଇଂରାଜୀ ବିଭାଗ ଅଧ୍ୟାପକ ଶ୍ରୀମନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close