ସିଜିଏଚଏସ ହିତାଧିକାରୀମାନେ ଅର୍ଥ ପଇଠ ନ କରି ଉପଚାର ସୁବିଧା ଏମ୍ସରେ ପାଇପାରିବେ

ନୂଆଦିଲ୍ଲୀ: ଭାରତ ସରକାର ସବୁବେଳେ ସ୍ୱାସ୍ଥ୍ୟ ସୁବିଧା ସହଜଲଭ୍ୟ କରିଛନ୍ତି । ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ପ୍ରାୟ ୫୦ କୋଟିରୁ ଅଧିକ ଜନସାଧାରଣ ଉପକାର ପାଉଥିବା ବେଳେ, ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରରୁ ଶସ୍ତାରେ ଔଷଧ କିଣି ସେମାନେ କୋଟି କୋଟି ଟଙ୍କା ବଞ୍ଚାଇ ପାରୁଛନ୍ତି । ବର୍ତ୍ତମାନ ଅଖିଳ ଭାରତୀୟଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏଏସ)ରେ କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ)ର କୋଟି କୋଟି ହିତାଧିକାରୀ ନଗଦ ଅର୍ଥ ପ୍ରଦାନ ନକରି ଉପଚାର ସୁବିଧା ପାଇପାରିବେ । ସିଜିଏଚଏସ ହିତାଧିକାରୀଗଣ ଏହି ସୁବିଧା ଭୋପାଳ, ଭୁବନେଶ୍ୱର, ପାଟନା, ଯୋଧପୁର, ରାୟପୁର ଓ ଋଷିକେଷ ଏମ୍ସରେ ପାଇପାରିବେ । ଖୁବଶୀଘ୍ର ଦିଲ୍ଲୀ ଏମ୍ସ ବ୍ୟତୀତ ଚଣ୍ଡୀଗଡ଼ର ସ୍ନାତ୍ତକୋତ୍ତର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓ ପୁଡୁଚେରୀର ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନରେ ମଧ୍ୟ ଦେୟମୁକ୍ତ ଉପଚାର ସୁବିଧା ଉପଲବ୍ଧ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାକିରିରେ ଥିବା, ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରର ସଦସ୍ୟ, ସଂସଦ ସଦସ୍ୟ, ଭୂତ ପୂର୍ବ ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ସିଜିଏଚଏସ ହିତାଧିକାରୀମାନେ ଓପିଡି ଓ ଆଇପିଡିରେ ଭରପୂର ସୁବିଧା ପାଇପାରିବେ । ଏପର୍ଯ୍ୟନ୍ତ ସିଜିଏଚଏସ ହିତାଧିକାରୀମାନେ ଏହି ସବୁ ସଂସ୍ଥାନରେ ଅର୍ଥ ପଇଠ କରି ଉପଚାର ପାଇବା ସହ ପରେ ଖର୍ଚ୍ଚ ଭରଣା ପାଇଁ ଆବେଦନ କରୁଥିଲେ । ମାତ୍ର ଏବେ ଏହି ହସ୍ପିଟାଲଗୁଡ଼ିକ ୩୦ ଦିନ ମଧ୍ୟରେ ସିଜିଏଚଏସ ଠାରୁ ସେମାନଙ୍କ ପ୍ରାପ୍ୟ ପାଇପାରିବେ । ଏହି ଛଅଟି ଏମ୍ସରେ ସ୍ୱତନ୍ତ୍ର ସୁବିଧା, ଟ୍ରମା ଓ ହୃଦରୋଗ, ସ୍ନାୟୁ ଶଲ୍ୟ, ଅନ୍ତଶୋଧନ ଚିକିତ୍ସା, ମୂତ୍ର ଶଲ୍ୟ, ହୃଦବକ୍ଷ ଶଲ୍ୟ ଚିକିତ୍ସା, କର୍କଟ ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧା ରହିଛି । ବର୍ତ୍ତମାନ ଦେଶର ୭୯ଟି ନଗରୀରେ ସିଜିଏଚଏସ କାର୍ଯ୍ୟ କରୁଛି ।

                                                                                                        (ସୈାଜନ୍ୟ:- ନ୍ୟୁ ଇଣ୍ଡିଆ ସମାଚାର)
(ବି.ଦ୍ର‌୍ୟ:- ମାନ୍ୟବର ଶ୍ରୀଯୁକ୍ତ ମନୀଶ ଦେଶାଇ, ପ୍ରିନ୍ସପାଲ ଡି.ଜି, ସେଂଟ୍ରାଲ ବ୍ୟୁରୋ ଅଫ୍ କମୁନିକେସନ, ନୂଆଦିଲ୍ଲୀ ମହୋଦୟଙ୍କ ଦ୍ୱାରା ‘ଉଦୟବଟ’କୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ପାଠକ/ପାଠିକାମାନଙ୍କ ସକାଶେ ପ୍ରକାଶିତ) 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close