ନୂଆ ପାର୍ଲାମେଣ୍ଟ ଭବନ “ସମୟର କପାଳରେ ଇତିହାସର ଅଲିଭା ଛାପ”

ନୂଆଦିଲ୍ଲୀ: ଅତ୍ୟାଧୁନିକ ନିର୍ମାଣ ଶୈଳୀ ଓ ଅତ୍ୟାଧୁନିକ ଉପକରଣ ସହିତ ନୂଆ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, “ପ୍ରତ୍ୟେକ ଦେଶର ବିକାଶର ଯାତ୍ରାରେ ଏମିତି କିଛି କ୍ଷଣ ଆସେ ଯାହା ଶ୍ୱାଶ୍ୱତ, ଅମର ହୋଇଯାଏ । ସମୟର କପାଳରେ କିଛି ତାରିଖ ଇତିହାସର ଅଲିଭା ଛାପ ହୋଇ ରହିଯାଏ। ଆଜି ୨୦୨୩ ମେ ୨୮ ତାରିଖଟି ସେଭଳି ଏକ ଶୁଭ ଦିନ । ନୂଆ ସଂସଦ ଭବନକୁ ଦେଖି ସବୁ ଭାରତୀୟ ଗର୍ବିତ । ନୂଆ ସଂସଦ ଭବନରେ ଭାରତର ଐତିହ୍ୟ, ସ୍ଥାପତ୍ୟ, କଳା, କୌଶଳ, ସଂସ୍କୃତି ଓ ସମ୍ବିଧାନର ଅପୂର୍ବ ପ୍ରତିଫଳନ ଘଟିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସଫଳତାର ପ୍ରଥମ ସର୍ତ୍ତ ହେଲା ସଫଳ ହେବାରେ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ ରଖିବା। ଏହି ବିଶ୍ୱାସକୁ ଏହା ଏକ ନୂଆ ଉଚ୍ଚତା ଦେବାକୁ ଯାଉଛି । ନୂଆ ଭାରତ ନିର୍ମାଣରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଏହା ନୂତନ ପ୍ରେରଣା ଯୋଗାଇବ । ଏହା ବିକଶିତ ଭାରତ ନିର୍ମାଣ ପ୍ରୟାସକୁ ତ୍ୱରାନ୍ୱିତ କରିବ ଏବଂ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ କର୍ତ୍ତବ୍ୟର ଭାବନା ଉଦ୍ରେକ କରାଇବ । ମୋର ଦୃଢ ବିଶ୍ୱାସ ଯେ ଏହି ସଂସଦ ଭବନରେ ଯେଉଁ ଲୋକ ପ୍ରତିନିଧିମାନେ ବସିବେ, ସେମାନେ ନୂଆ ପ୍ରେରଣାରେ ଉତ୍ସାହିତ ହୋଇ ଦେଶର ଗଣତନ୍ତ୍ରକୁ ନୂଆ ଦିଗରେ ଅଡେଇ ନେବେ। ଆମେ ଯଦି ଆମ ଦାୟିତ୍ୱ ଏହି ନୂଆ ଭବନରେ ସଚ୍ଚୋଟତାର ସହ ପାଳନ କରିବା ତଦ୍ୱାରା ଆମ ଦେଶର ନେତା ଅନୁପ୍ରାଣିତ ହେବେ । ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୁଖ୍ୟାଂଶ-

ଭାରତ କେବଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ; ଏହା ମଧ୍ୟ ଗଣତନ୍ତ୍ରର ଜନନୀ । ଭାରତ ମଧ୍ୟ ଏବେ ବୈଶ୍ୱିକ ଗଣତନ୍ତ୍ରର ଏକ ବଡ କେନ୍ଦ୍ର । ଆମ ପାଇଁ ଗଣତନ୍ତ୍ର ଏକ ସଂସ୍କୃତି, ଏକ ବିଚାର ଓ ଏକ ପରମ୍ପରା-କେବଳ ଏକ ବ୍ୟବସ୍ଥା ନୁହେଁ । 

ଭାରତର ସଂକଳ୍ପ, ସିଦ୍ଧାନ୍ତ, ଆଗ୍ରହ ଓ ପ୍ରାଣବନ୍ତତାଙ୍କୁ ସମଗ୍ର ବିଶ୍ୱ ଏବେ ସମ୍ମାନ ଓ ଆଶାର ସହିତ ଦେଖୁଛି ।

 ଦେଶର ୧୪୦କୋଟି ନାଗରିକଙ୍କ ସଂକଳ୍ପ ନୂଆ ସଂସଦ ଭବନର ସାରାଂଶ । ଏଠାରେ ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଆଗାମୀ ଶତାବ୍ଦୀଗୁଡିକୁ ସୁ୍‌ନ୍ଦର ଏବଂ ଭବିଷ୍ୟତର ପିଢିକୁ ସଶକ୍ତ କରିବ ।

ନୂଆ ସଂସଦ ଭବନ ଯୋଜନା ଓ ବାସ୍ତବତା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସ୍ଥାପନ କରିବ । ଏହା ମଧ୍ୟ ନୀତି ଓ ଏହାର କାର୍ଯ୍ୟକାରିତା, ଇଚ୍ଛାଶକ୍ତି ଓ କାର୍ଯ୍ୟାନୁଷ୍ଠାନ ଶକ୍ତି ଏବଂ ସଂକଳ୍ପରୁ ସିଦ୍ଧି ପାଇଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ।

 ଏକ ବିଂଶ ଶତାବ୍ଦୀର ନୂଆ ଭାରତ ଆଶାର ପରିପୂର୍ଣ୍ଣ । ଏହା ଦାସତ୍ୱ ବିଚାରକୁ ପରିତ୍ୟାଗ କରୁଛି । ଭାରତ ପୁଣି ଥରେ ତାହାର ପ୍ରାଚୀନ ଗୌରବକୁ ପୁନର୍ଜୀବିତ କରୁଛି ଏବଂ ନୂଆ ସଂସଦ ଭବନ ତାହାର ନୂତନ ଉଦାହରଣ ।

                                         

                                                           (ସୈାଜନ୍ୟ:- ନ୍ୟୁ ଇଣ୍ଡିଆ ସମାଚାର)
(ବି.ଦ୍ର‌୍ୟ:- ମାନ୍ୟବର ଶ୍ରୀଯୁକ୍ତ ମନୀଶ ଦେଶାଇ, ପ୍ରିନ୍ସପାଲ ଡି.ଜି, ସେଂଟ୍ରାଲ ବ୍ୟୁରୋ ଅଫ୍ କମୁନିକେସନ, ନୂଆଦିଲ୍ଲୀ ମହୋଦୟଙ୍କ ଦ୍ୱାରା ‘ଉଦୟବଟ’କୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ପାଠକ/ପାଠିକାମାନଙ୍କ ସକାଶେ ପ୍ରକାଶିତ) 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close