ଓଡ଼ିଶାର ବିଭିନ୍ନ ସ୍ଥାନରେ ବବିଙ୍କ ଜନ୍ମ ଦିନ ପାଳନ, କର୍ମୀ ଓ ପ୍ରଶଂସକମାନଙ୍କ ଦ୍ୱାରା ବୃକ୍ଷରୋପଣ, ରକ୍ତଦାନ ଶିବିର ସହ ବିଭିନ୍ନ କାର୍ଯ୍ୟକ୍ରମ

ଯାଜପୁର/ବ୍ୟାସନଗର/ଭୁବନେଶ୍ୱର, ୨୯ା୬(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ସୁପୁତ୍ର, ଯାଜପୁରର ବିଧାୟକ ତଥା ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଗତ କାଲି ୫୦ବର୍ଷ ପୂରି ୫୧ ଚାଲିଥିଲା । ଗତ କାଲି ତାଙ୍କର ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଢ଼ଙ୍ଗରେ ତାଙ୍କର ଜନ୍ମ ଦିନ ପାଳନ କରିଛନ୍ତି ତାଙ୍କର ଅଗଣିତ ପ୍ରଶଂସକ, ସମର୍ଥକ, ବିଜେଡ଼ି କର୍ମୀ ଓ ଶୁଭେଚ୍ଛୁ ଆଦିମାନେ । ଜନ୍ମମାଟି ଯାଜପୁର ସହର ଠାରୁ ଆରମ୍ଭ କରି ୰ ପିତାଙ୍କ ରାଜନୈତିକ ପୃଷ୍ଠଭୂମି କୋରେଇ ନିର୍ବାଚନ ମଣ୍ଡଳୀ ସମେତ ବିଶମକଟକ, କୋରାପୁଟ, ଜୟପୁର ଆଦି ବହୁ ସ୍ଥାନରେ ଏହା ଶ୍ରଦ୍ଧାର ସହ ପାଳିତ ହୋଇଛି । ବିଭିନ୍ନ ସ୍ଥାନରେ ଜନ୍ମଦିନର କେକ୍ କଟାଯାଇଛି । ବହୁ ସ୍ଥାନରେ ରକ୍ତଦାନ ଶିବିର କରାଯାଇ ପର୍ଯ୍ୟାପ୍ତ ପରିମାଣର ରକ୍ତ ସଂଗୃହୀତ ହୋଇଛି । ହଜାର ହଜାର ବୃକ୍ଷରୋପଣ କରାଯାଇଛି । ତାଙ୍କ ଭାଇ ଭବ ପ୍ରକାଶ ଦାସ (ଲଲ) ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଯୋଗ ଦେଇ ପ୍ରଶଂସକ, ସମର୍ଥକ, ବିଜେଡ଼ି କର୍ମୀ ଓ ଶୁଭେଚ୍ଛୁ ଆଦିମାନଙ୍କୁ ଉତ୍ସାହିତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close