ୟୁପିଆଇର ପ୍ରଭାବ: ହାରାହାରି ଏଟିଏମ୍ ଯିବା ଆଠଗୁଣ ହ୍ରାସ ପାଇଛି

ନୂଆଦିଲ୍ଲୀ: ରୂପେ ଏବଂ ୟୁପିଆଇ କେବଳ କମ୍ ବ୍ୟୟ ସାପେକ୍ଷ ନୁହେଁ ଓ ବହୁ ମାତ୍ରାରେ ନିରାପଦ ମଧ୍ୟ ଓ ଏହା ବିଶ୍ୱରେ ଭାରତର ପରିଚୟ ପାଲଟିଛି । ଭାରତ – ସିଙ୍ଗାପୁର ମଧ୍ୟରେ ୟୁପିଆଇ – ପେନୋୟୁ ସଂଯୋଗୀକରଣ ପରେ ଜାପାନ ମଧ୍ୟ ଭାରତର ୟୁପିଆଇ ନେଣଦେଣ ପଦ୍ଧତିରେ ଯୋଗ ଦେବାକୁ ମନ ବଳାଇଛି। ୟୁପିଆଇର ସରଳତା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ନେଇଥିବା ଡିଜିଟାଲ ନେଣଦେଣ ଭାରତରେ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ବିଶ୍ୱର ଶତକଡ଼ା ୪୦ ଗୁଣ ଡିଜିଟାଲ ନେଣଦେଣ କେବଳ ଭାରତରେ ହିଁ ହେଉଛି । ନିକଟରେ ଏସବିଆଇ ପକ୍ଷରୁ ପ୍ରକାଶିତ ଗବେଷଣା ରିପୋର୍ଟ ‘ଇକୋରାପ’ ଅନୁସାରେ ୟୁପିଆଇ ନେଣଦେଶର ପ୍ରତ୍ୟେକ ଟଙ୍କା ବୃଦ୍ଧି ପାଇବା ଅର୍ଥ ଡେବିଟ୍ କାର୍ଡ ନେଣଦେଶରେ ୧୮ ପଇସା ହ୍ରାସ । ଏହାର ଅର୍ଥ ହେଲା ବର୍ତ୍ତମାନ ଗ୍ରାହକଙ୍କୁ ହାରାହାରି ଆଠ ଥର ଏଟିଏମ ଯିବାକୁ ପଡୁଛି, ଯାହା ଆଗରୁ ୧୬ ଥର ଥିଲା ।

      ଏପ୍ରିଲ୍ ୨୦୧୬ରୁ ଏପ୍ରିଲ୍ ୨୦୨୩ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ କରିଥିବା ମାସିକ ତଥ୍ୟ ବିଶ୍ଳେଷଣରୁ ଏହା ଲକ୍ଷ୍ୟ କରାଯାଇଛି । ଶତକଡ଼ା ୭୩ ଭାଗ ଡିଜିଟାଲ ନେଣଦେଶ ଦେଶର କେବଳ ୟୁପିଆଇ ଜରିଆରେ ହିଁ କରାଯାଇଛି । ୨୦୧୭ରେ ୧.୮ କୋଟି ନେଣଦେଣ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮,୩୭୫ କୋଟିକୁ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ୧୩୯ ଲକ୍ଷ କୋଟି ଟଙ୍କାର ନେଣଦେଣ ୟୁପିଆଇ ଜରିଆରେ ହୋଇଥିଲା । ମାତ୍ର ଏହି ପରିମାଣ ୨୦୧୭ରେ ମାତ୍ର ୬,୯୭୪ କୋଟି ଟଙ୍କା ଥିଲା ।

                                                                                                                    (ସୈାଜନ୍ୟ:- ନ୍ୟୁ ଇଣ୍ଡିଆ ସମାଚାର)
(ବି.ଦ୍ର‌୍ୟ:- ମାନ୍ୟବର ଶ୍ରୀଯୁକ୍ତ ମନୀଶ ଦେଶାଇ, ପ୍ରିନ୍ସପାଲ ଡି.ଜି, ସେଂଟ୍ରାଲ ବ୍ୟୁରୋ ଅଫ୍ କମୁନିକେସନ, ନୂଆଦିଲ୍ଲୀ ମହୋଦୟଙ୍କ ଦ୍ୱାରା ‘ଉଦୟବଟ’କୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ପାଠକ/ପାଠିକାମାନଙ୍କ ସକାଶେ ପ୍ରକାଶିତ) 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close