ଫେରୋକ୍ରୋମ କଲୋନି ଗେଟ୍ ଅଂଚଳର ଟେଂଟ ବ୍ୟବସାୟୀ ଇଂଟି ମହାନ୍ତିଙ୍କ ପରଲୋକ

ବ୍ୟାସନଗର, ୨୬ା୬(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ୦୩ନଂ ୱାର୍ଡ଼ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ଯୁବ ଟେଂଟ ବ୍ୟବସାୟୀ ଇଂଟି ମହାନ୍ତିଙ୍କ ଆଜି ସୋମବାର ପୂର୍ବାହ୍ନରେ କଳିଙ୍ଗଗନଗର ସ୍ଥିତ ଟାଟା ମେଡ଼ିକା ହସପିଟାଲରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବ୍ରେନ୍ ଷ୍ଟୋକା ଶିକାର ହୋଇ ପ୍ରଥମେ ଯାଜପୁରରୋଡ଼ ପରେ କଟକ ବଡ଼ ମେଡ଼ିକାଲ ଓ ପରେ ଟାଟା ମେଡ଼ିକାରେ ଚିକିତ୍ସିତ ହେଉଥିଲେ । ହେଲେ ସେ ଆଜି ଜୀବନ ଯୁଦ୍ଧରେ ହାରି ଯାଇ ସବୁ ଦିନ ଲାଗି ଆଖି ବୁଜିଛନ୍ତି । ତାଙ୍କର ୦୨ ପୁଅ ଓ ସ୍ତ୍ରୀ ଅଛନ୍ତି । ତାଙ୍କର ଅକାଳ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଯୁବ କଂଗ୍ରେସ ନେତା ଅନୂପ କୁମାର ନାୟକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ବ୍ୟାସ ସରୋବର ସ୍ଥିତ ବ୍ୟାସ ଶଶ୍ମାନରେ ତାଙ୍କର ଶବ ସତ୍କାର କରାଯାଇଛି । ତାଙ୍କର ବଡ଼ ଭାଇ ତାରିଣୀ ମହାନ୍ତି ମଧ୍ୟ କମ ବୟସରେ ପରଲୋକ ଗମନ କରିଥିଲେ । ୰ ଇଂଟି ଜଣେ ମେଳାପୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close