ଯାଜପୁରର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଯାଜପୁର, ୨୧ା୦୬(ଉ. ନ୍ୟୁଜ୍ ବ୍ୟୁରୋ) : ଆଜି ବୁଧବାର ଜୁନ୍ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରାତଃ ୬ ଘଟିକାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ଯୋଗ ପ୍ରଚାର ସମିତି, ପତଂଜଳି ଯୋଗ ସମିତି ଓ ଅନେକ ଅଗ୍ରଣୀ ଏବଂ ଆଧ୍ୟାତ୍ମିକ ସଂଗଠନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପ୍ରାଙ୍ଗଣରେ ଏହା ପାଳିତ ହୋଇଯାଇଅଚ୍ଥି ।
       ଯୋଗ ହେଉଚ୍ଥି ଆମ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ପ୍ରାଚୀନ କାଳରୁ ମୁନିଋଷିମାନଙ୍କ ଦ୍ୱାରା ସୁସ୍ଥ, ସରଳ ଓ ନିରାମୟ ତଥା ଶାନ୍ତି, ମୈତ୍ରୀ ଓ ସଂପ୍ରିତି ଜୀବନଯାପନ ପାଇଁ ଯୋଗ ଆରମ୍ଭ କରାଯାଇଥିଲା, ଯାହା ବର୍ତ୍ତମାନ ଭାରତ ବିଶ୍ୱକୁ ଯୋଗର ମହାତ୍ମ୍ୟ ସମ୍ୱନ୍ଧରେ ବିଂଶ ଶତାବ୍ଦିରେ ପରିଚୟ ପ୍ରଦାନ କରିଚ୍ଥି । ଯୋଗ ବର୍ତ୍ତମାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଗତ କୋଭିଡ ମହାମାରୀ ପରେ ବହୁଳ ଭାବେ ଆଦୃତ ହୋଇପାରିଚ୍ଥି ବୋଲି ଆଜିର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟ ଲୋଚନ ମହାନ୍ତ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି ।
ସମ୍ମାନିତ ଅତିଥି ଭାବେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା ଯୋଗଦେଇ, ଯୋଗ ମନୁଷ୍ୟର ଆତ୍ମାକୁ ପରମାତ୍ମା ସହ ସଂଯୋଗ କରିବାର ଏକ ପ୍ରକ୍ରିୟା ବୋଲି କହିବା ସହ ସମସ୍ତ ଇନ୍ଦ୍ରିୟ ଓ ଶରୀରକୁ ଏହା ସୁସ୍ଥ ରଖେ ବୋଲି ବକ୍ତବ୍ୟ ରଖିଥିଲେ ।
     ସେହିପରି ମୁଖ୍ୟ ବକ୍ତା ଭାବେ ଯାଜପୁର ପୈାର ପରିଷଦ ଊପାଧ୍ୟକ୍ଷ ସନ୍ତେଷ କୁମାର ମଲ୍ଲିକ ଯୋଗଦେଇ କହିଲେ ଯେ, ଯୋଗ ଦ୍ୱାରା ମନୁଷ୍ୟର ମସ୍ତିଷ୍କ ଭାରମୁକ୍ତ ହୋଇ ତାର ରକ୍ତ ସଂଚାଳନ ପ୍ରକ୍ରିୟା ସଠିକ ଭାବରେ ହୋଇ ମସ୍ତିଷ୍କ ଉନ୍ନତିରେ ଏବଂ ଗଠନମୂଳକ ଚିନ୍ତାଧାରା ଜାଗ୍ରତ କରିବାରେ ସହାୟକ ହୋଇଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ସମୟରେ ଯୋଗ କରିବା ଦ୍ୱାରା ତାର ଶରୀର, ମନ ଓ କର୍ମ ସଠିକ ମାର୍ଗରେ ପରିଚାଳିତ ହୋଇଥାଏ ବୋଲି ପ୍ରକାଶ କରିଥିଲେ ।
ଯୋଗ ଶିବରରେ ଯୋଗ ଗୁରୁ ସୁବାସ ତ୍ରିପାଠୀ, ମନ୍ମଥ ସାମଲ ଏବଂ ଗୋପୀନାଥ ସେଠୀ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଋତୁପର୍ଣ୍ଣା ସାହୁ ଓ କିରଣ କୁମାର ମଲ୍ଲିକ ମଂଚରେ ଯୋଗ ପ୍ରଦର୍ଶନ କରି ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ସ୍କାଉଟ ଗାଇଡ୍ ଚ୍ଥାତ୍ର ଚ୍ଥାତ୍ରୀ, ବରିଷ୍ଠ ନାଗରିକ ମଂଚର ସଦସ୍ୟ, ସଦସ୍ୟାମାନଙ୍କୁ ଯୋଗଭ୍ୟାସ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ ସମିତିର ସଭାପତି ପ୍ରବୋଦ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସରକାରୀ ଅଧିକାରୀ ଓ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୂଳମଣି ନାୟକ, ପ୍ରପୁଂଲ ସାମଲଙ୍କ ସମେତ ବହୁ ବୁଦ୍ଧିଜିବୀ, ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।  ଶେଷରେ ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close