ଲୋକପ୍ରିୟ ଗାୟକ ଅନୀଲ ହରିପାଲଙ୍କ ପରଲୋକ

ଭୁବନେଶ୍ୱର;୧୬/୦୬ (ଜ୍ୟୋତି ରଞ୍ଜନ ଙ୍କ ଠାରୁ): ରାଜ୍ୟରେ ରଜ ପର୍ବରେ ହସ ଖୁସିର ମାହୋଲ ଚାରିଆଡ଼େ ଥିବାବେଳେ ସଙ୍ଗୀତ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟରେ ଜଣେ ପ୍ରତିଷ୍ଠିତ ଗାୟକଙ୍କର ପରଲୋକ ଘଟିଛି । ‘ଏ ପାନ ବାଲା ବାବୁ.’ ଗୀତ ଗାଇ ରାଜ୍ୟର ଶ୍ରୋତାଙ୍କ ମନକୁ କିଣି ନେଇଥିବା ଗାୟକ ଆଉ ନାହାନ୍ତି । ଏହି ଲୋକପ୍ରିୟ ଗୀତର ଗାୟକ ଅନୀଲ ହରିପାଲଙ୍କ ପରଲୋକ ଘଟିଛି । ନବେ ଦଶକରେ ଅନୀଲ ସମ୍ବଲପୁରୀ ଗୀତ ‘ଏ ପାନ ବାଲା ବାବୁ’ ଗୀତ ଗାଇ ବେଶ୍ ପରିଚିତ ହୋଇ ପାରିଥିଲେ ।ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରନବଚନ ଗାଁରେ ଅନିଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ମୃତ୍ୟୁ ବେଳକୁ ଅନୀଲଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ଏହି ଗୀତଟି ସେ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲା । ପରବର୍ତ୍ତୀ ସମୟରେ ଏହି ଗୀତକୁ ଅନୀଲ ବିଭିନ୍ନ ଭାଷାରେ ଗାଇଥିଲେ । ଅନୀଲଙ୍କ ପରି ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନୀଲଙ୍କ ମୃତ୍ୟୁ ଖବର ପାଇ ସମ୍ବଲପୁର ତଥା ରାଜ୍ୟର କୋଣ ଅନୁକୋଣରେ ରହିଥିବା ତାଙ୍କର ଅଗଣିତ ପ୍ରଶଂସକମାନେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।୧୯୬୪ ମସିହାରେ ବୀରମିତ୍ରପୁରର ହଳଦିଆ ଦଫେଇଠାରେ ଅନୀଲ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବଧୂତ ହରିପାଲ ବୀରପୁତ୍ରପୁରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପରିବାରର ଚାରି ସନ୍ତାନଙ୍କ ମଧ୍ୟରେ ଅନୀଲ ଜ୍ୟେଷ୍ଠ ଥିଲେ । ସେ ବୀରମିତ୍ରପୁରରେ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ଗୀତ ଲେଖିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଅନୀଲ ଗାଇଥିବା ‘ଏ ପାନ ବାଲା ବାବୁ’ ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିବା ସହ ତାଙ୍କୁ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ପରିଚୟ ଦେଇଥିଲା । ୧୯୯୫ ମସିହା ପରଠାରୁ ପରିବାର ସହିତ ସେ ବଲାଙ୍ଗିରେ ଥିବା ପୈତୃକ ଗ୍ରାମରେ ରହିଆସୁଥିଲେ ।ରଜ ର ଖୁସିର ମହଲରେ ଏପରି ଦୁଃଖଦ ଘଟଣା କଳା ଜଗତରେ ଶୋକର ଲହରୀ ଖେଳାଇ ଦେଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close