ତ୍ରିକୋଣୀ ଛକରେ ମା’ କାଳୀଙ୍କ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞୋତ୍ସବ ଉଦ୍‌ଯାପିତ; ଶହସ୍ର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ହେଲା ପୂର୍ଣ୍ଣାହୁତି

କୋରାଇ: କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତ୍ରିକୋଣୀ ( ତାଳଗଡିଆ) ଛକଠାରେ ତ୍ରୈଲୋକେଶ୍ୱର ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମା’ କାଳୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା, ପ୍ରତିମା ପ୍ରତିଷ୍ଠା ଓ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ୩ଦିନ ଧରି ଅନୁଷ୍ଠିତ ମା’ଙ୍କ ଉତ୍ସବ ରବିବାର ରାତିରେ ପୂର୍ଗାଶ୍ରୁତି ଦିଆଯାଇଛି । ବେଦଜ୍ଞ ପଣ୍ଡିତ ବସନ୍ତ ଦାଶଙ୍କ ତତ୍ବାବଧନାରେ ବ୍ରାହ୍ମଣ ମଣ୍ଡଳୀ ଦ୍ବାରା ଯଜ୍ଞକାର୍ଯ୍ୟ ହୋଇଥିଲା ବେଳେ କର୍ତାଭାବେ ଅଜୟ କୁମାର ମଲ୍ଲିକ ଓ ତାଙ୍କ ପତ୍ନୀ ଅରୁଣା ଦେବୀ କାର୍ଯ୍ୟ ସଂପାଦନା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ମା’ ତାରିଣୀ ଭଜନ ସନ୍ଧ୍ୟାଗୃପର ପ୍ରଶାନ୍ତ କୁମାର ବିଶ୍ବାଳ ଓ ତାଙ୍କ ସହଯୋଗୀ ମୁକ୍ତିକାନ୍ତ ଓଝା, ନିରଞ୍ଜନ ପରିଡା, ଧର୍ମେନ୍ଦ୍ର ମଲ୍ଲିକ, ବଟକୃଷ୍ଣ ରାଉତ, ନୀଳମଣି ହାତୀ, ଦିଲ୍ଲୀପ ମଲ୍ଲିକଙ୍କ ଦ୍ଵାରା ଭକ୍ତି ସଂଗୀତ ପରିବେଶଣ ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିପଦ ଭଞ୍ଜନୀ ମା’କାଳୀଙ୍କ ଉଦଯାପନୀ ପୂଜା ଉତ୍ସବରେ ଆଶୋକ ଫାଉଣ୍ଡେସନର ସଚିବ ତଥା ଯାଜପରର ପୂର୍ବତନ ନଗରପାଳ ଭବପ୍ରସାଦ ଦାସ( ଲଲ ବାବୁ) ଯୋଗ ଦେଇ ପୂଜାଅର୍ଚ୍ଚନା କରିବା ସହ ମା’ଙ୍କ କୃପାରୁ ଅଂଚଳବାସୀଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେବା ଲାଗି ପ୍ରାର୍ଥନ କରିଥିଲେ । ଅନ୍ୟାମନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, ସ୍ଥାନୀୟ ସରପଂଚ ଗୌରୀଶଙ୍କର ମହାପାତ୍ର, ବିଜେଡିର ଯୁବନେତା ପ୍ରୀତରଞ୍ଜନ ସାହୁ(ଲିପା), ବିଜେପିର ଯୁବନେତା ତଥା କେଳିଆଇ ଶିକ୍ଷାଟ୍ରଷ୍ଟର ଅଧ୍ୟକ୍ଷ ଇଂ ଆଲକଜାଣ୍ଡାର ଦାସ, କୋରାଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୂ ପରମେଶ୍ବର ମଲ୍ଲିକ, ଗୌରପୁର ସରପଂଚଙ୍କ ସତ୍ୟାନନ୍ଦ ମହାପାତ୍ର, ତୁଳଚିର ପୂର୍ବତନ ସରପଂଚ ଦୀପ୍ତିମୟୀ କୂଅଁର, ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଟିଆ, ସହିଦ ଭଗତ ସିଂହ ଯୁବକ ସଂଘର ସଭାପତି ରଜେନ୍ଦ୍ର ବିଶ୍ୱା, ସଂପାଦକ ହେମନ୍ତ ଧୀର, ଠାକୁରପାଟଣା ଯୁବକ ସଂଘର ଉପସଭାପତି ରମାକାନ୍ତ ବେହେରା ଓ ସଂପାଦକ ପ୍ରଶାନ୍ତ କୁମାର ସାହୁ, ଶିକ୍ଷାବିତ ଦୁର୍ଯ୍ୟୋଧନ ସାହୁ, ଗଙ୍ଗାଧର ଜେନା, ଜିଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, କୋରାଇ ବଜରଙ୍ଗ ଦଳର ସଂଯୋଜକ ଭୁପତିଭୁଷଣ ଦାଶ, ଆଇଜିଏମ କଲେଜର ଅଧ୍ୟକ୍ଷ ରତନାକର ଜେନା, ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ମାନସ ଜେନା, ଅକ୍ଷୟ କୁମାର ସାମଲ ପ୍ରମୁଖ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ମଲ୍ଲିକ, ଜଳଧର ଜେନା, ନିରଞ୍ଜନ ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, କୁଳମଣୀ ବେହେରା, ମଳୟ କୁମାର ମଲ୍ଲିକ, ସ୍ମୃତିରଞ୍ଜନ ମଲ୍ଲିକ, ବିମ୍ବାଧର ଜେନା ପ୍ରମୁଖ ତ୍ରୈଲୋକ୍ୟଶ୍ୱର ପୂଜାଜମିଟର ସମସ୍ତ କର୍ମକର୍ତା, ସଦସ୍ୟଙ୍କ ସମେତ କର୍ମୀ, ଖଇରା ଓ ତାଳଗଡିଆ ଗ୍ରାମର ମହିଳା ଓ ପୁରଷ ଆଦି ଯୁବଗୋଷ୍ଠୀ ସାମିଲ ହୋଇ ସହଯୋଗ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close