ଯାଜପୁରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ

ଯାଜପୁର, ୧୩ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିଭ୍ରମଣର ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଚ୍ଥନ୍ତି । ଓଡିଶା ସରକାର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସଚେତନତା ରଥ ଶିଶୁ ଶ୍ରମିକ ନିରାକରଣ ସମ୍ୱନ୍ଧୀୟ ବିଭିନ୍ନ ବାର୍ତ୍ତା ଜିଲ୍ଲାର ସମସ୍ତ ବ୍ଳ୍‌କର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଜିଲ୍ଲା ସଦର ମହକୁମା ଠାରେ ପ୍ରସାର ଚଳିତ ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଶୁଭାରମ୍ଭ ସମୟରେ ରାଜ୍ୟ ସରକାରଙ୍କ ବାର୍ତ୍ତା ଶ୍ରମ ନୁହେଁ ଶିକ୍ଷା ପ୍ରତି ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଜାଗରଣ କରାଇବା ପ୍ରତ୍ୟେକ ସଚେତନ ନାଗରିକଙ୍କର ଏହା ଏକ ପ୍ରମୁଖ ଦାୟିତ୍ୱ ବୋଲି ଉଲ୍ଳେଖ କରିବା ସହ ଶିଶୁ ଶ୍ରମମୁକ୍ତ ଓଡିଶା ଗଠନରେ ସମସ୍ତ ଜନସାଧାରଣ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରକାଶଥାଉକି, ସରକାରଙ୍କ ଆଇନମତେ ୧୪ ବର୍ଷ ପୂର୍ଣ୍ଣ କରି ନ ଥିବା ଶିଶୁଙ୍କୁ କୈାଣସି ପ୍ରକାର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ଶଙ୍କୁଳ କରି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଏପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ କାରାଦଣ୍ଡ ଭୋଗିବାକୁ ପଡିବ । ଏପରି କି, ଉଭୟ ଜୋରିମାନା ଓ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ଏପରି ଭୁଲର ପୁନରାବୃତ୍ତି ହେଲେ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସଂପୃକ୍ତ ବ୍ୟକ୍ତିଙ୍କୁ ହୋଇପାରେ ।
ଏହି ସଚେତନତା କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଊଦ୍ଧାର କାର୍ଯ୍ୟ ଚାଲୁ ରହିବ । ପ୍ରତି ବର୍ଷ ଜୁନ ୧ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ମାସ ପାଳନ କରାଯାଇଥାଏ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରକାଶ କରିଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଏବଂ ଜିଲ୍ଲା ରେଡକ୍ରସ୍ ସଂସ୍ଥାର ସଂପାଦକ କୁଳମଣି ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଶିଶୁ ମଙ୍ଗଳ ସମିତି ସଦସ୍ୟ ଜୟନ୍ତ ଗୋସ୍ୱାମୀ, ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close