ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବିପତ୍ର

ବ୍ୟାସନଗର ୦୯ /୬/୨୦୨୩(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଯାଜପୁର ଜିଲ୍ଲା କମିଟି ପକ୍ଷରୁ  ଯାଜପୁର-କେନ୍ଦୁଝରରୋଡ ରେଳ ଷ୍ଟେସନ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ଗତ ତା୮/୬ ଅପରାହ୍ନ ୪.୨୦ ସମୟରେ ରେଳ ଧାରଣାରେ କୋରେଇ ଅଞ୍ଚଳର କେତେକ ଶ୍ରମିକ କାମ କରୁଥିବା ସମୟରେ ଘୂର୍ଣ୍ଣିଝଡ ଆରମ୍ଭ ହୋଇଥିଲା । ନିଜକୁ ବଞ୍ଚାଇବା ପାଇଁ ଦୀର୍ଘ ଦିନରୁ ରେଳ ଧାରଣାରେ ରହିଥିବା ଲକ୍ ବିହୀନ ରେଳଡବା ତଳେ ଆଶ୍ରୟ ନେଇଥିଲେ । ଇତିମଧ୍ୟରେ ପ୍ରବଳବର୍ଷା ଓ ପବନ ଦେବାରୁ ରେଳ ଡବାଗୁଡ଼ିକ ଶ୍ରମିକମାନଙ୍କ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ଓ ଦୁଇ ଜଣ ଆହତ ହୋଇଛନ୍ତି।  ଦୁର୍ଘଟଣାରେ ମୃତକଙ୍କୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଯୋଗାଇଦେବା,ମୃତକଙ୍କ ପରିବାରରୁ ଜଣକୁ ରେଳ ବିଭାଗରେ ନିଯୁକ୍ତି ଦେବା, ରେଳ ସେବାର ଘରୋଇ କରଣ ବନ୍ଦ କରିବା, ରେଳ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଅବିଳମ୍ବେ ପୂରଣ କରିବା ଓ ଦୁର୍ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଗୋପବନ୍ଧୁ ଛକରୁ ବାହାରି ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ)ଓଡ଼ିଶା ରାଜ୍ୟ କମିଟି ସଭ୍ୟ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ କମିଟି ସଭ୍ୟ ସୁବାସ ମଲ୍ଲିକ, ଜିଲ୍ଲା କମିଟି ସଭ୍ୟ ଚୈତନ୍ୟ ମହାରଣା, ନିରୁପମା ବେହେରା ଓ ବିଚିତ୍ର ଦାସ ବକ୍ତବ୍ୟ ରଖି ଥିଲେ । ସଭା ସ୍ଥଳରୁ ରାଜ୍ୟ କମିଟି ସଭ୍ୟ କେଦାରନାଥ ସାହୁଙ୍କ ନେତୃତ୍ୱରେ ଜିଲ୍ଲା କମିଟି ସଭ୍ୟ ସୁଲୋଚନା ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ,ମନୋଜ ସେଠୀଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ରେଲମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରିଥିଲେ । ସେଠାରୁ ଶୋଭାଯାତ୍ରା କଳିଙ୍ଗନଗର ଉପ ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା କରିଥିଲା ଓ ଏକ ପ୍ରତିନିଧି ମଣ୍ଡଳୀ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର କଳିଙ୍ଗ ନଗର ଏ ଡି ଏମ ଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶରତ ଜେନା, ନିଗମାନନ୍ଦ ଦାସ, ନିରଞ୍ଜନ ସାମଲ, ପ୍ରଶାନ୍ତ ମଲ୍ଲିକ, ବାବୁରାମ ମଲ୍ଲିକ, ମଧୁସୂଦନ ସେଠୀ ଆଦି ସହଯୋଗ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close