ଖରିଆରରୋଡ଼ରେ ପୁଣି ଏକ଼ ରେଳ ଦୁର୍ଘଟଣା; ବ୍ରେକ୍ ସୁ ଷଘି ହୋଇ ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ, ଯାତ୍ରୀ ଆତଙ୍କିତ

ଖରିଆରରୋଡ଼, ୦୮ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାରେ ରେଳ ଦୁର୍ଘଟଣା ପିଛା ଛାଡୁ ନାହିଁ । କେଉଁଠି ନା କେଉଁଠି ଘଟିଚାଲିଛି ଛୋଟ ବଡ଼ ଦୁର୍ଘଟଣା । ଗତ ୨.୬ରେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟି ୨୮୮ ଅମୂଲ୍ୟ ଜୀବନ ଯାଇଥିବା ବେଳେ ଗତ କାଲି ଯାଜପୁରରୋଡ଼ ଷ୍ଟେସନ ନିକଟରେ ଦୀର୍ଘ ଦିନ ଧରି ଠିଆ ହୋଇଥିବା ଏକ ଇଞ୍ଜିନ ବିହୀନ ୱାଗନ ତଳେ ଆଶ୍ରୟ ନେଇଥିବା ୦୬ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ପୁଣି ଆଜି ଖରିଆରରୋଡ଼ ଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସର ବ୍ରେକ୍ ସୁ ଷସି ହୋଇ ବଗିରେ ନିଆଁ ଲାଗିଯାଇଛି । ଏସବୁ ଅଘଟଣ କାହିଁକି ରୀତିମତ ଘଟିଚାଲଇଛି ଓ ଓଡ଼ିଶାରେ ବେଶି ଘଟୁଛି, ତାହା ବୁଝା ପଡ଼ୁ ନାହିଁ । ଫଳରେ ରେଳ ଯାତ୍ରାକୁ ଏବେ ଅନେକ ଭୟ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି ଏବଂ କେଉଁଠି କିଛି ଘଟିଲେ ସଂଗେ ସଂଗେ ପ୍ରଘଟ ହେବା ସହ ତୀବ୍ର ଆଲୋଡ଼ନ ପ୍ରକାଶ ପାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close