ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହିତ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ଭାଷଣବାଜି କରି ଏବଂ ମନକିବାତ୍ କରି ରାଷ୍ଟ୍ରର ସମୟ ନଷ୍ଟ କରୁଥିବା ବେଳେ ଭାରତ ବାସୀଙ୍କ ଧନ ଜୀବନର ସୁରକ୍ଷା କରିପାରି ନଥିବାରୁ ସେ ମଧ୍ୟ ଇସ୍ତଫା ଦେବା ଉଚିତ୍ । ଦୁର୍ଘଟଣା ସ୍ଥଳକୁ ଏକ ହେଭିୱେଟ୍ ଲିଫଟ୍ ମଧ୍ୟ ରାଜ୍ୟ ସରକାର ପଠାଇ ନ ପାରି ଗୋଟିଏ ଜେସିବି ମେସିନ୍ ପଠାଇ ସର୍ବସାଧାରଣଙ୍କ ଦୃଷ୍ଟିରେ ନିଜର ଛବି ରକ୍ଷା ପାଇଁ ହୀନ ଉଦ୍ୟମ କରୁଥିବାରୁ ନବୀନ ବାବୁ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି। ବାହାନଗା ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ଥିଲେ ମଧ୍ୟ ଭୁବନେଶ୍ୱରରୁ ବାହାନଗା ପ୍ରାୟ ୧୭୫ କିଲୋମିଟର ଦୂରତାର ପ୍ରାୟ ୩ ଘଣ୍ଟାର ରାସ୍ତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଘଣ୍ଟା ପରେ ପହଞ୍ଚି ଥିବାରୁ ତାହାର ନିନ୍ଦା କରାଯାଇଛି । 

Live Share Market