ପୁରୀ-ବାଙ୍ଗିରୀପଶି ବାରିପଦା ସୁପରଫାଷ୍ଟ ଏକ୍ସପ୍ରେସ ବାତିଲ

ଯାଜପୁର: ବଡ ଦୁଃଖଦ ଖବର। ରେଳ ଦୁର୍ଘଟଣାରେ ୨୩୩ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଛି। 350ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି। ସଂନ୍ଧ୍ଯା ପ୍ରାୟ 7ଟା ସମୟରେ ବାଲେଶ୍ବର ପଣପଣା ଓ ବାହାନାଗା ଷ୍ଟେସନ ମଧ୍ଯରେ ଘଟିଛି ଏହି ଦୁର୍ଘଟଣା। ସାଲିମାର୍-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଯାଜପୁର ରୋଡ ରେଳଷ୍ଟେସନରେ ଅଟକି ରହିଛି ପୁରୀ-ବାଙ୍ଗିରୀପଶି ବାରିପଦା ସୁପରଫାଷ୍ଟ ଏକ୍ସପ୍ରେସ। ଏହିଠାରୁ ଆଗକୁ ଯାତ୍ରା ବାତିଲ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଯିବାକୁ ପରାମର୍ଶ ଦିଆଯାଉଛି। ଯାତ୍ରୀଙ୍କ ମଧ୍ଯରେ ଅନେକ ଅଛନ୍ତି ଭିନ୍ନକ୍ଷମ,  ରୋଗୀ, ବୃଦ୍ଧ, ବୃଦ୍ଧା, ମହିଳା ଓ ଶିଶୁ। ଗନ୍ତବ୍ୟ ସ୍ଥଳକୁ ସେମାନଙ୍କ ଯାତ୍ରାର କୌଣସି ବନ୍ଦବୋସ୍ତ ନାହିଁ। ଯାତ୍ରୀମାନେ ଷ୍ଟେସନ ଚଟାଣରେ ବସିରହି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେମାନଙ୍କ ଟିକେଟ ରାଶି ଫେରାଇ ଦେବାର ବନ୍ଦବୋସ୍ତ କରି ରେଳବିଭାଗ ଚୁପହୋଇ ବସିରହିଛି। ସେମାନଙ୍କ ଖାଇବା, ପିଇବା କିମ୍ବା ଯାତ୍ରାର କୌଣସି ସୁବନ୍ଦୋବସ୍ତ କରାଯାଇନାହିଁ। ଯାହାକୁ ନେଇ ଯାତ୍ରୀ ମାନେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେମାନେ ଅନ୍ୟତ୍ର ସହଯୋଗ ଲୋଡୁଛନ୍ତି। ସେପଟେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସର ଇଞ୍ଜିନ ଡବା ଛାଡି ଟ୍ରାକରୁ ବାହାରିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଏହାର ପଛ 2ଟି ଏସଇ ବଗି ସମେତ 5ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି। ଦୁର୍ଘଟଣାର ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର। ଆହତ ଯାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close