ଭୂତ, ପ୍ରେତ, ଚିରୁଗୁଣି, ଯାଦୁ, କଳା ନଜର, ଚେଙ୍କ ଆଦି ଅନ୍ଧ ବିଶ୍ୱାସକୁ ଦୂର କରିବା ନିମନ୍ତେ ଏକ ଦିବସୀୟ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ଅତିଥିମାନଙ୍କ ମାର୍ଗ ଦର୍ଶନ ସଂକଳ୍ପ ବାର୍ତ୍ତା : “ଡାହାଣୀ ପ୍ରଥାକୁ ନା କୁହନ୍ତୁ”

ଯାଜପୁର, ୩୦ା୦୫: ଭୂତ, ପ୍ରେତ, ଚିରୁଗୁଣି, ଯାଦୁ, କଳା ନଜର, ଚେଙ୍କ, ଝାଡ, ପୁଂଙ୍କ ଆଦି ଅନ୍ଧ ବିଶ୍ୱାସ ଏକ ବଡ ସାମାଜିକ ବ୍ୟାଧି ଭାବେ ଊଭା ହୋଇ ସମାଜର ସାମାଜିକ ସ୍ଥିତିକୁ କଳୁଷିତ କରିବା ସହ ମହିଳାମାନଙ୍କ ପ୍ରତି ହେଊଥିବା ଅବିଚାର ଓ ନିର୍ଯ୍ୟାତନା ପରିବାର ଓ ସମାଜର ଉନ୍ନତିର ଶୃଙ୍ଖଳାକୁ ବ୍ୟାହତ ସୃଷ୍ଟି କରୁଚ୍ଥି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଅନ୍ଧ ବିଶ୍ୱାସ, କୁ-ପ୍ରଥା, ଅଧିନିୟମ-୨୦୧୩କୁ କଡାକଡି ଭାବେ ପାଳନ କରିବା ସହ ସମାଜର ତୃଣମୂଳ ସ୍ତରରେ ଏବଂ ଯାଜପୁର ଜିଲ୍ଳ୍‌ାର ବିଶେଷ କରି ସୁକିନ୍ଦା ଓ ଦାନଗଦୀ ବ୍ଳକରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଆଜି ପୂର୍ବାହ୍ନରେ ଜିଲ୍ଳ୍‌ା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ପ୍ରଶାସନ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଳ୍‌ାପାଳ ଦୁଖବନ୍ଧୁ ନାୟକ ଊପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି ।
                  ଡେପୁଟୀ କଲେକ୍ଟର କାଜଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରକ) ରମେଶ ଚନ୍ଦ୍ର ମଲ୍ଳ୍‌ିକ ଯୋଗଦେଇ ନିଜର ଡାକ୍ତରୀ ପେଷାର ଆଦିବାସୀ ବହୁଳ ଅଂଚଳରେ ଘଟୁଥିବା ଗୁଣି ଗାରେଡି ଓ ପରେ ଡାକ୍ତରୀ ଚିକିତ୍ସାର ଅଭିଜ୍ଞତାକୁ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେ କହିଲେ ଯେ, ଗୁଣି ଗାରେଡି, କାଳିସୀ, ଝାଡୁ ମାଧ୍ୟମରେ ଝାଡ ପୁଂଙ୍କ ବା ଦେବୀ ଶକ୍ତି ଆଳରେ ମା’ ଲାଗିଲା ବୋଲି ବିଭିନ୍ନ ମିଚ୍ଥ ଅଲୈାକିକ ଭବିଷ୍ୟତ କଥାବାର୍ତ୍ତା କରିବା ଏହା ଆଇନ ଅନୁଯାୟୀ ସଂପୂର୍ଣ୍ଣ ଦଣ୍ଡନୀୟ ଅପରାଧ ଅଟେ । ଚ୍ଥୋଟ ପିଲାମାନେ କାନ୍ଦିବା ବା କିଶୋରୀ ବାଳିକାମାନେ ଧି-ଶକ୍ତି ହରାଇବା ବେଳେ ଗୁଣି ଗାରେଡିର ଆଶ୍ରୟ ନେବା ସଂପୂର୍ଣ୍ଣ ଭାବେ ଅନୁଚିତ ଓ ଅମାନବିୟତାର ପରିଚୟ ଅଟେ । ଏହା କିଶୋରୀ ବାଳିକା ଓ ଶିଶୁଟିର ହରମୋନର ଅ ସମାନ୍ତରାଳ ଦେଖାଦେଲେ ଏହା ମସ୍ତିଷ୍କରେ ପ୍ରଭାବ ପକାଇଥାଏ, ଯାହା କିଶୋରୀ ବାଳିକା ଜଣକ ବାଉଳି ଚାଉଳି ହେବା ଓ ଶିଶୁ ପିଲାଟି କାନ୍ଦିବା କାରଣ ହୋଇଥାଏ ବୋଲି କହିଥିଲେ । ଯାଜପୁର ଜିଲ୍ଳ୍‌ାର ସୁକିନ୍ଦା ଓ ଦାନଗଦୀର ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପକ ଜନ ସଚେତନତା ଆବଶ୍ୟକ ଅଚ୍ଥି ବୋଲି ବକ୍ତବ୍ୟ ରଖିଥିଲେ । କର୍ମଶାଳାରେ ରିସୋର୍ସ ପର୍ସନ ଭାବେ ଆକ୍ସନ ଏଡ୍ ସଂଘ ରାଜ୍ୟ କର୍ମକର୍ତ୍ତା ତଥା ମାନବୀୟ ବର୍ଦ୍ଧକ ଓ ସଂଘ ନିର୍ଦ୍ଦେଶକ ଦେବବ୍ରତ ପାତ୍ର ଏବଂ ପରିଚାଳକ ବାଂଚ୍ଥାନିଧି ଦୁର୍ଗା ଯୋଗଦେଇ ଅନ୍ଧ ବିଶ୍ୱାସ ଓ କୁ-ସଂସ୍କାର ତଥା ଗୁଣି ଗାରେଡି, ତନ୍ତ୍ର, ମନ୍ତ୍ର ଆଦିର କାରଣ, ନିରାକରଣ ଓ ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ତଥା ଗୁଣି ଗାରେଡି, ଡାହାଣୀ ଆଦି ପ୍ରଥା ନିରୋଧ ଆକ୍ଟ -୨୦୧୩ ଦଣ୍ଡ ବିଧାନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
         କର୍ମଶାଳାରେ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଳେଖ କରି କଳା, ଯାଦୁ, କିମିଆଁ, ଡାହାଣୀ ଆଦି ଅନ୍ଧ ବିଶ୍ୱାସରୁ ମହିଳା ଓ ପିଲା ମାନଙ୍କୁ କିଭଳି ରକ୍ଷାକରି ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେବା ସେ ସମ୍ୱନ୍ଧରେ ଗୁରୁତ୍ୱାରୋପ କରିଥିଲେ । କର୍ମଶାଳାରେ ଜିଲ୍ଳ୍‌ା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ସଂଜୁଲତା ଘଡାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଳ୍‌ା ସଂଯୋଜକ, ଆକ୍ସନ ଏଡ୍ ସୁରେନ୍ଦ୍ର ଡିଗାଲ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ ମଂଚାସୀନ ଥିବାବେଳେ କର୍ମଶାଳାରେ ଜିଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଳ୍‌ା ସମାଜ ସୁରକ୍ଷା ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଶିଶୁ ସୁରକ୍ଷା ସମିତି ସଦସ୍ୟ ତଥା ପ୍ୟାନେଲ ଆଡଭୋକେଟ ଓ ବରିଷ୍ଠ ସାମ୍ୱାଦିକ ଜୟନ୍ତ ଗୋସ୍ୱାମୀ, ଶିଶୁ ସୁରକ୍ଷା ସମିତି ସଦସ୍ୟ ଓ ସଦସ୍ୟା ପ୍ରଶାନ୍ତ କୁମାର ମିଶ୍ର ଓ ତ୍ରପ୍ତି ଜେନାଙ୍କ ସମେତ ବିଭିନ୍ନ ବ୍ଳକର ସିଡିପିଓ, ଅଙ୍ଗନୱାଡି ସୁପରଭାଇଜର, ସ୍ୱେଚ୍ଚ୍ଥସେବୀ ସଂଗଠନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close