ବ୍ୟାସନଗରରେ ‘କୁନି କଲମର କରାମତ୍‍’ ଗଳ୍ପ ପୁସ୍ତିକା ଲୋକାର୍ପିତ

ବ୍ୟାସନଗର, ୩୦/୦୫ (ଉ. ନ୍ୟୁଜ୍ ବ୍ୟରୋ): ୭ବର୍ଷର କୁନି ଲେଖକ ଅଂଶ ଦାସନାୟକଙ୍କ ଗଳ୍ପପୁସ୍ତିକା ‘କୁନି କଲମର କରାମତ୍‍’ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ସାରା ଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟ ସମ୍ମିଳନୀ ସଭାମଞ୍ଚରେ ଓଡିଶାର ସୁନାମଧନ୍ୟ ଶିକ୍ଷାବିତ୍‍, ସଂଗୀତକାର, ଗୀତିକବି ନନ୍ଦକିଶୋର ସିଂ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ମଞ୍ଚରେ ଅଂଶଙ୍କ ପିତା ଆକାଶ ଦାସନାୟକ, ମାତା ଶୁଭ୍ରାଜ୍ୟୋତି ଦାସନାୟକ, ବୁଢାବାପା ମାୟାଧର ନାୟକ, ବୁଢୀମା ଇନ୍ଦିରା ଦାସ, ସାନଭାଇ ଦେଶାନ୍‍ ଉପସ୍ଥିତ ଥିଲେ । 
         କୁନି ଲେଖକ ଅଂଶ ପ୍ରଥମେ ସମସ୍ତଙ୍କୁ ନମସ୍କାର କରି କହିଲେ – ଏ ଗଳ୍ପ ବହିଟି ମୁଁ ଲେଖିଛି । ମୁଁ ଛୁଆବେଳୁ ଦେଖିଆସୁଛି ମୋ ବାପା (ବୁଢାବାପା) ବହୁତ ବଡବଡ ବହି ଲେଖୁଛନ୍ତି, ମୋ ବାବା (ପିତା) ବହୁତ ମୋଟାମୋଟା ବହି ପଢୁଛନ୍ତି । ମୋର ଇଚ୍ଛା ମୁଁ ବି ବଡ ଲେଖକ ହେବି । ଆପଣମାନେ ମତେ ଆର୍ଶିବାଦ କରନ୍ତୁ । ସମସ୍ତଙ୍କୁ ନମସ୍କାର । ଗୀତିକବି ନନ୍ଦକିଶୋର ସିଂ ଅଂଶକୁ କୁଣ୍ଢେଇ ପକାଇ ଆର୍ଶିବାଦ କରି କହିଲେ–ଅଂଶ ଗୋଟିଏ ଛୋଟପିଲା ହୋଇବି ବଡ ପ୍ରତିଭାର ଅଧିକାରୀ । ସେ ବି ଆଗକୁ ଜଣେ ବଡଲେଖକ ହେବ । ମୁଁ ବି ଜଣେ ଶିଶୁ ସାହିତ୍ୟିକ । ସମସ୍ତେ ସବୁକିଛି ଲେଖିପାରିବେ, କିନ୍ତୁ ଶିଶୁମାନଙ୍କ ପାଇଁ ସାହିତ୍ୟସୃଷ୍ଟିକରିବା ବହୁତ କଷ୍ଟକର । ଏଇଭଳି ଅସାଧାରଣ ପ୍ରତିଭା ଖୁବ୍‍ କମ୍‍ ଶିଶୁଙ୍କମଧ୍ୟରେ ଦେଖିବାକୁ ମିଳିଥାଏ । ଏହି ଲୋକାର୍ପଣ ସମୟରେ ସଭାଗୃହରେ ଦୂରଦୂରାନ୍ତରୁ ଆସିଥିବା କବି/କବୟତ୍ରୀ/ଲେଖକ/ଲେଖିକାମାନେ ଖୁସିରେ କରତାଳି ମାରି ଅଂଶକୁ ଉତ୍ସାହିତ କରିଥିଲେ । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close