‘ଉଦୟବଟ’ରେ ଖବର ପ୍ରକାଶ ପରେ ତେଜିଲା ବନ ବିଭାଗ, ରେଞ୍ଜ ଅଧିକାରୀ କାଠ ମାଫିଆଙ୍କୁ ଠାବ ପାଇଁ କଲେ ତତ୍ପରତା

ଟମକା, ୨୯/୦୫ (ଉ. ନ୍ୟୁଜ୍ ବ୍ୟରୋ): “ମାତିଛନ୍ତି ଜଂଗଲ ଲୁଟେରା, ଟମକା ଅଂଚଳରେ ବାଡ଼ି ଘରୁ ଗଛ କାଟି କରୁଛନ୍ତି ପଦା, କାର୍ଯ୍ୟାନୁଷ୍ଠାନ ଦାବୀ” ଶୀର୍ଷକ ଖବର ପ୍ରକାଶ ପରେ ‘ଉଦୟବଟ’ର ସଂପାଦକ ତଥା ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଅନଗୁଳ ସ୍ଥିତ ଆର.ସି.ସି.ଏଫଙ୍କୁ ଏ ବାବଦରେ ଜଣାଇବା ପରେ ଟମକା ରେଞ୍ଜ ଅଧିକାରୀ ଶଶିକାନ୍ତ ବେହେରା ତତ୍ପରତା ପ୍ରକାଶ କରିଛନ୍ତି । ଖାଲି ପୋଷ୍ଠ ଇନିସ୍‌ପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି କାହିଁକି ଯେଉଁମାନଙ୍କ ବାଡ଼ିରୁ ଓ ଗଉଡ଼ବାହାଳି ଗାଁ’ର ପୋଖରୀହୁଡ଼ା ଓ ରାସ୍ତା କଡ଼ରୁ ବଡ଼ ବଡ଼ ପୁରୁଣା ଗଛସବୁକୁ କାଟି ପ୍ରକୃତିକୁ ନଷ୍ଟ କରିଦିଆଯାଇଥିଲା ସେମାନଙ୍କ ସହ ବହୁ ଗ୍ରାମବାସୀ, ସ୍ଥାନୀୟ ଉଚ୍ଚବାଲି ପଂଚାୟତର ସରପଂଚ ବନଜ ଜେନା ଓ ସମିତିସଭ୍ୟା ଟିକିଲି ଖଟୁଆ କାଠଚୋରମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରି ଗ୍ରାମବାସୀ ତରଫରୁ ରେଞ୍ଜ ଅଧିକାରୀ ଶ୍ରୀ ବେହେରାଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ସୁପାରିଶ ପ୍ରଦାନ କରିଛନ୍ତି । ଦେଖାଯାଉ କାଠଚୋରଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି ! 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close