ଯାଜପୁରରୋଡ଼ର ୦୪ଜଣ ପୋଷ୍ଟାଲ ଏଜେଂଟଙ୍କ କୋଡ଼ ରଦ୍ଦ ପାଇଁ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀଙ୍କୁ ସୁପାରିଶ

ବ୍ୟାସନଗର, ୨୯/୦୫ (ଉ. ନ୍ୟୁଜ୍ ବ୍ୟରୋ): ଯାଜପୁରରୋଡ ମୁଖ୍ୟ ଡାକଘରେ ବିଭିନ୍ନ ସମୟରେ ଏସ.ଏସ.ଏ ଏବଂ ଏମପିକେବିୟାଇ ଏଜେଂଟମାନେ ବିଭାଗୀୟ ନିୟମ ନ ମାନି ଡ଼ାକ ଘରେ ଯେତେବେଳେ ଉଚ୍ଛା ସେତେବେଳେ ପ୍ରବେଶ କରି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରରେ ବସି କାର୍ଯ୍ୟ କରିଆସୁଥିଲେ । ହେଲେ ଦିନକୁ ଦିନ ଆଇନ ବଦଳୁଛି, କଟକଣା ବି ବଢ଼ୁଛି । ସେହି ଢ଼ଙ୍ଗରେ କେନ୍ଦ୍ର ସରକାରଙ୍କ ଏହି ବିଭାଗ ଏଜେଂଟଙ୍କ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଇବା କାରଣରୁ ଯାଜପୁରରୋଡ ଉପ-ଡ଼ାକଘରର ପୋଷ୍ଟମାଷ୍ଟର ଦେବରଂଜନ ଦେଓ ଆଇନକୁ ଅନୁପାଳନ କରିବାକୁ ଆଗେଇ ଆସି ଏହି କଟକଣା ଲାଗୁ କରିବା ଉପରେ ପ୍ରଥମେ ଏକ ମିଟିଂ ଡ଼ାକି ଏଜେଂଟମାନଙ୍କୁ ଅବଗତ କରିବା ସହ ସେମାନଙ୍କ ସହଯୋଗ ଲୋଡିଥିଲେ । ହେଲେ କିଛି ଏଜେଂଟ ଏଥିପ୍ରତି ଉଦାସୀନତା ଭାବ ଦେଖାଇ ପୋଷ୍ଟମାଷ୍ଟରଙ୍କ ନିବେଦନକୁ ଫୁ କରି ଉଡ଼ାଇ ଦେଇ ପୂର୍ବ ଢ଼ାଂଚାରେ କାର୍ଯ୍ୟ କରିଚାଲିଲେ । ଫଳରେ ପୋଷ୍ଟମାଷ୍ଟର ଶ୍ରୀ ଦେଓ ରାଜ୍ୟର ବିଭାଗୀୟ ସର୍ବୋଚ୍ଚ ଅଧକାରୀଙ୍କ ଆଦେଶ ପାଳନ ପାଇଁ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ନେଲେ । ତାଙ୍କ ଚିଠି ସଂଖ୍ୟା ୨୪/୨୦୨୨, ତା. ୧୫/୬/୨୦୨୨, ଚିଠି ସଂଖ୍ୟା ୫୪/୨୦୨୨, ତା. ୨୨/୮/୨୦୨୨ରେ ପ୍ରସଙ୍ଗ ସଂର୍ପକରେ ଏଜେଂଟମାନଙ୍କୁ ଅବଗତ କରିଥିବା ବେଳେ ଭୂବନେଶ୍ୱରସ୍ଥିତ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲଙ୍କ (ସିପିଏମଜି) ଚିଠି ସଂଖ୍ୟା ଏସବି/୫୨-୧୧/୨୦୨୨/ଏସଏଏସ ରୁଲ୍ସ, ତା. ୨୫/୭/୨୦୨୨ ବାବଦରେ ଅବଗତ କରି ନିୟମ ଅନୁପାଳନରେ ଅସମର୍ଥ ହେବା ପରେ ତା.୨୨/୫/୨୦୨୩ରେ ସ୍ଥାନୀୟ ଯାଜପୁରରୋଡ଼ ଆଦର୍ଶ ଥାନାରେ ଅଭିଯୋଗ କରି ନିୟମ ଭଂଗ କରୁଥିବା ୦୪ ଜଣ ଏଜେଂଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ପୋଷ୍ଟମାଷ୍ଟର ଶ୍ରୀ ଦେଓ ସ୍ଥାନୀୟ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ପରଦିନ ଅର୍ଥାତ୍ ୨୩/୫/୨୩ରେ ସନ୍ଧ୍ୟା ପୂଜାରୀ ନାମ୍ନୀ ଜନୈକ ଏଜେଂଟ ନିୟମ ଉଲ୍ଲଘଂନ କରି ପୋଷ୍ଟ ଅଫିସରେ ପଶିବା ପରେ ଖବର ପାଇ ପୋଲିସ ଆସି ତାଙ୍କୁ ଘଉଡ଼ାଇ ଦେଇଥିଲା । ପୁନଶ୍ଚ, ୨୭/୫/୨୩ ପୂର୍ବାହ୍ନରେ ସେ ଜବରଦସ୍ତ ଆସି ପୋଷ୍ଟ ଅଫିସରେ ପହଂଚିଥିଲେ । କେତେକ ଏଜେଂଟକୁ ଗ୍ରାହକମାନେ କର୍ମଚାରୀ ବୋଲି ଭାବୁଥିବାରୁ ସେମାନେ ଏହାର ଫାଇଦା ନେଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । ବହୁ ଜାଣିବା ଶୁଣିବା ଲୋକେ ସେମାନଙ୍କୁ ପୋଷ୍ଟ ବିଭାଗର କର୍ମଚାରୀ ବୋଲି ଭାବୁଥିଲେ । ଗତ ଜୁଲାଇ ୨୦୨୨ରେ ଡାକ ଘରେ ଏଜେଂଟଙ୍କ ପ୍ରବେଶକୁ ବାରଣ କରାଯିବା ସହ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଉପରୁ ନିର୍ଦ୍ଦେଶ ଆସିବା ପରେ ପୋଷ୍ଟମାଷ୍ଟର ଦେବରଂଜନ ଦେଓ ଏଜେଂଟମାନଙ୍କୁ କାର୍ଯ୍ୟାଳୟରେ ପ୍ରବେଶକୁ ବାରଣ କରିବା ସହ ସେମାନଙ୍କୁ ବାହାରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ରୋଜଗାରର ମୋହ ଓ ନିଜ ପତିଆରା କ୍ଷୂର୍ଣ୍ଣର ଆଶଙ୍କାରେ କେତେକ ତଥାକଥିତ ଏଜେଂଟ ନିୟମ ନ ମାନି ଭିତରକୁ ଯୋରଜବରଦସ୍ତ ପ୍ରବେଶ କରୁଥିଲେ ।  ନିୟମ ପାଳନ ଦିଗରେ ଜାଣିଶୁଣି କିଛି ଏଜେଂଟ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ଦେଓ ଦେହରାଇଛନ୍ତି । ତା ୨୪/୫/୨୦୨୩ରେ ସେ ଯାଜପୁର ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀଙ୍କୁ ଜାଣିଶୁଣି ଆଇନ ନ ମାନି ବିଶୃଙ୍ଖଳା ସୃଷ୍ଟି କରୁଥିବା ୦୪ ଜଣ ଏଜେଂଟ: ୧) କାର୍ତିକ ଚନ୍ଦ୍ର ମହାନ୍ତି, ୨) ଶ୍ରୀକାନ୍ତ କୁମାର ମହାନ୍ତି, ୩) ସନ୍ଧ୍ୟାରାଣୀ ପୂଜାରୀ ଓ ୪) ମାନସୀ ମହାନ୍ତିଙ୍କ ଏଜେଂଟଙ୍କ କୋଡ଼ ରଦ୍ଦ କରିବା ପାଇଁ ସୁପାରିଶ କରିଛନ୍ତି । ପୂର୍ବରୁ ବସନ୍ତ ମହାପାତ୍ରଙ୍କ ଏଜେଂଟ ପଦ ସସ୍‌ପେନସନରେ ଥିବାର ଜଣାଯାଇଛି । ଏହି ସୁପାରିଶ ପତ୍ରର ନକଲ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ.ପି) ଓ ଯାଜପୁର ଜିଲ୍ଲାପାଳଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ସକାଶେ ପଠାଇଥିବାର ଜଣାଯାଇଛି । ଯାଜପୁର ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନରଂଜନ ସେଠୀ ପୋଷ୍ଟମାଷ୍ଟର ଶ୍ରୀ ଦେଓଙ୍କ ଏହି ସୁପାରିଶ ପତ୍ର ବାବଦରେ ଅବଗତ ଥିବା ବେଳେ ସମସ୍ୟାକୁ ଟାଳିବା ପାଇଁ ତାଙ୍କ ଚେଷ୍ଟା ଜାରୀ ରଖିଛନ୍ତି ବୋଲି କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close