ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଆଇନଗତ ଅଧିକାର ଅଭିଯାନ ଏବଂ ସଚେତନତା ତଥା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ସମାପିତ 

ଯାଜପୁର, ,୨୯/୦୫(ନି ପ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଆଇନଗତ ଅଧିକାର ଅଭିଯାନ ଏବଂ ସଚେତନତା ତଥା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଳ୍‌ାର ସମସ୍ତ ବ୍ଳକ ଓ ଜିଲ୍ଳ୍‌ା ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ବ୍ଳକ ଓ ପଞ୍ଚାୟତ ୱାରୀ ଏବଂ ଯାଜପୁର ଓ ବ୍ୟାସନଗର ପୈାରାଞ୍ଚଳରେ ଦିବ୍ୟାଙ୍ଗ ମାନଙ୍କର ମନବଳକୁ ସୁଦୃଢ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ସେମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ମହତ କାର୍ଯ୍ୟର ମୂଳ ଲକ୍ଷ୍ୟ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲା ଦୈାରା ଜଜ୍ କୋର୍ଟ ଠାରେ ଜିଲ୍ଲା ଓ ଦୈାରା ଜଜ୍ ଶ୍ରୀ ଦାମୋଦର ରଥ ଯୋଗଦେଇ କୁନି ଝିଅ ଦିବ୍ୟାଙ୍ଗ ସାଇସ୍ମିତା ରଥଙ୍କୁ ହୁଇଲ୍ ଚେୟାର, ଶକ୍ତି ଶେଖର ପରିଡା ଓ ପୂର୍ଣ୍ଣିମା ଦାସଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ସହ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ଶ୍ରୀ ସୁନିଲ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ହୃଷିକେଶ ସାହୁ, ରେଜିଷ୍ଟ୍ରାର ଶ୍ରୀ ମାନସ ରଂଜନ ସାମନ୍ତରାୟ, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍‌.ଆର. ଏବଂ ଏଲ୍‌.ଟି.ଭି.) ଶ୍ରୀ ଦୁର୍ବାଶା ଦୁର୍ଗା, ଦେୱାନୀ ବିଚାରପତି ଶ୍ରୀ ପାରସ୍ ପାଢୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଶିବାଶିଷ ମହାରଣା ପ୍ରମୁଖ ଯୋଗଦାନ କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟକାରୀ ସଂପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ପ୍ରକାଶ ଥାଉ କି, ଗତ ୨୨ ତାରିଖ ଠାରୁ ସପ୍ତାହ ବ୍ୟାପୀ ଏହି ଅଭିଯାନରେ ଆଜି ଶେଷ ଦିବସରେ ସମସ୍ତ ବ୍ଳ୍‌କରେ ଦିବ୍ୟାଙ୍ଗ ମାନଙ୍କୁ ପାରା ଲିଗାଲ ସ୍ୱେଚ୍ଚ୍ଥାସେବୀ ମାନଙ୍କ ସହାୟତାରେ ବ୍ଳ୍‌କ ଓ ପୈାରାଞ୍ଚଳ ମାନଙ୍କରେ ଦିବ୍ୟାଙ୍ଗ ଉପକରଣମାନ ବଣ୍ଟନ କରାଯାଇଅଚ୍ଥି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ । 

  

                              

                                                                   

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close