ମାତିଛନ୍ତି ଜଂଗଲ ଲୁଟେରା, ଟମକା ଅଂଚଳରେ ବାଡ଼ି ଘରୁ ଗଛ କାଟି କରୁଛନ୍ତି ପଦା, କାର୍ଯ୍ୟାନୁଷ୍ଠାନ ଦାବୀ

ଟମକା, ୨୭/୦୫ (ଉ. ନ୍ୟୁଜ୍ ବ୍ୟରୋ): ସ୍ଥାନୀୟ ଟମକା ଥାନା ଓ ଟମକା ବନାଂଚଳ ଅଧିକାରୀଙ୍କ ଇଲାକା ଅର୍ନ୍ତଗତ ଉଚ୍ଚବାଲି ପଂଚାୟତର ଗଉଡ଼ବାହାଳି ଗ୍ରାମରେ ଏବେ ମାତିଛନ୍ତି କିଛି କାଠ ଚୋର । ବଣ ଜଂଗଲ କାଟି ଲୁଟ କଲା ପରେ ବି ଏମାନଙ୍କ ପେଟ ପୁରିଲା ନାହିଁ, ଶେଷରେ ଘରେ କେହି ନ ଥିବା ସମୟରେ ୟା’ ତା’ ବାଡ଼ିରୁ ଦିନ ରାତ୍ରୀ ସୁଯୋଗ ଉଣ୍ଡି ଗଛ କାଟିବାରେ ବ୍ୟଗ୍ର ମାଫିଆ । ୪-୫ ଜଣ ଦୁବୃର୍ତ ଗ୍ରାମର ବିଭିନ୍ନ ଲୋକଙ୍କ ବାଡ଼ିରୁ ବଡ଼ ବଡ଼ ଗଛସବୁକୁ କାଟି ପଦାକରିବାରେ ବ୍ୟସ୍ତ । ଗ୍ରାମର ପୋଖରୀ ହୁଡ଼ା, ରାସ୍ତା କଡ଼ରୁ ଏପରି ଭାବେ ଗତ ୧୫ ଦିନ ଭିତରେ ୨୦୦ ପାଖାପାଖି ପୁରୁଣା ମୂଲ୍ୟବାନ ଗଛକୁ କାଟି ତା’ର ଗଡ଼ିକୁ ବିକି ମାଲେମାଲ ହେଉଛନ୍ତି । ଏହି ଗ୍ରାମର ରାଜେଶ କୁମାର ପୃଷ୍ଟିଙ୍କ ପରିବାର ଯାଜପୁରରୋଡ଼ରେ ରହନ୍ତି । ଶ୍ରୀଯୁକ୍ତ ପୃଷ୍ଟି ଜଣେ ପୋଷ୍ଟାଲ ନିରୀକ୍ଷକ (ଇନସ୍‌ପେକ୍ଟର) ଭାବେ ଯାଜପୁରରୋଡ଼ରେ କାର୍ଯ୍ୟରତ । ତାଙ୍କ ନ ଥିବାର ସୁଯୋଗରେ ଚୋରମାନେ ତାଙ୍କ ବାଡ଼ିରୁ ୫୦ଟି ପାଖାପାଖି ମୂଲ୍ୟବାନ ଶାଗୁଆନ, ଶିଶୁ, ପିଆଶାଳ, ଗମ୍ଭାରୀ ଆଦି ଗଛକୁ କାଟିଦେଇଛନ୍ତି; ଯାହା ତାଙ୍କୁ ବ୍ୟଥିତ କରିଛି ଏବଂ କ୍ଷତି ମଧ୍ୟ ପହଚାଂଇଛି । ଚୋରମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଏ  ସଂର୍ପକରେ ଟମକା ବନାଂଚଳ ଅଧିକାରୀ ଶଶିକାନ୍ତ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସେ ଏହା ଉପରେ ଅବଗତ ନାହାନ୍ତି । ଘରୋଇ ଜମିରୁ ଗଛ ଚୋରୀ ହୋଇ ଥିବାରୁ ସେ ପ୍ରଥମେ ପୋଲିସରେ ଅଭିଯୋଗ କରିବା ଉଚିତ । ହେଲେ ରାସ୍ତା କଡ଼ ଓ ପୋଖରୀ ହୁଡ଼ାରୁ ଗଛ କଟା ଉପରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ବିଭାଗ ନୂତନ ଜଂଗଲ ସୃଷ୍ଟି ଓ ବିଭିନ୍ନ ନୁତନ ପ୍ରୋଜେକ୍ଟ ଆଦିରେ ଆଗଭର ହେଉଥିବା ବେଳେ ଜଂଗଲ କଟା ଉପରେ ସେପରି ଦୃଷ୍ଟି ଦେଉ ନ ଥିବାରୁ ବହୁ ପୁରୁଣା ଗଛ ଅଚିରେ ଧ୍ୱଂସ ହୋଇଗଲାଣି । ଏପରି ଭାବେ ଖାଲି ଏହି ଅଂଚଳ କାହିଁକି ବିଭିନ୍ନ ସ୍ଥାନରେ ଜଂଗଲ ଉଜୁଡ଼ି ଯାଉଥିବାରୁ ପରିବେଶପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି । ଆଗକୁ ପରିବେଶ ଦିବସ ଆସୁଥିବାରୁ ଖାଲି ଲୋକ ଦେଖାଣିଆ କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରେ, ହେଲେ ଅସଲ କାର୍ଯ୍ୟକୁ ବିଭିନ୍ନ କ୍ଷେତ୍ରରେ ଏଡାଇ ଦିଆଯାଉଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close