ଓଡ଼ିଆ ଦୈନିକ ‘ସମ୍ବାଦ’ ଯାଜପୁର ସଂସ୍କରଣର ସ୍ୱନକ୍ଷତ୍ର ଉତ୍ସବ ଓ ଆଲୋଚନାଚକ୍ର

ବ୍ୟାସନଗର, ୨୮/୦୫ (ଉ. ନ୍ୟୁଜ୍ ବ୍ୟରୋ): ଓଡ଼ିଆ ଦୈନିକ ‘ସମ୍ବାଦ’ର ଯାଜପୁର ଜିଲ୍ଲା ସଂସ୍କରଣର ସ୍ୱନକ୍ଷତ୍ର ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ ସନ୍ତରା ସ୍ଥିତ ‘ସଂସ୍କୃତି ଭବନ’ରେ ସମ୍ବାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ‘ଯାଜପୁର: ଅତୀତ ଓ ବର୍ତମାନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ପୂର୍ବତନ କୋରାଇ ବିଧାୟକ ତଥା ମୋ’ କଲେଜର ଅଧ୍ୟକ୍ଷ ଆକାଶଦାସ ନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜେପି ଜିଲ୍ଲା ସଭାପତି ଗୈାତମ ରାୟ ପ୍ରମୁଖ ଭାଗ ନେଇ ଯାଜପୁରର ଅତୀତ ଓ ବର୍ତମାନ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିବା ସଂଗେ ସଂଗେ ଜିଲ୍ଲାର ଉନ୍ନତି ଓ ବିକାଶରେ ଦେଖାଯାଇଥିବା ବାଧକ ଉପରେ ଆସିଥିବା ପ୍ରଶ୍ନଗୁଡିକର ଉତର ପ୍ରଦାନ କରିଥିଲେ । ସମ୍ବାଦର ବାର୍ତା ସଂପାଦକ ଅରବିନ୍ଦ ଦାସ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଯାଜପୁର ‘ସମ୍ବାଦ’ ପରିବାରର ସାମ୍ବାଦିକ, କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ୟାସନଗର ପୈାରାଂଚଳ, ଯାଜପୁର ଜିଲ୍ଲା ଓ ଆଖ ପାଖ ଅଂଚଳରୁ ବହୁ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close