ଆସନ୍ତାକାଲି ମେ’୨୮ ରୁ ବ୍ୟାସନଗରରେ ସାହିତ୍ୟକାରଙ୍କ ୦୨ଦିନିଆ ମହାସମ୍ମିଳନୀ

ବ୍ୟାସନଗର, ୨୭/୦୫: ସାରା ଓଡିଶାର ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଦ୍ୱିତୀୟ ମହାସମ୍ମିଳନୀ ୩୦ ଜିଲ୍ଲାର ସାହିତ୍ୟକାରମାନଙ୍କୁ ନେଇ ମଇ ୨୮ ଓ ୨୯ ତାରିଖରେ ଯାଜପୁରରୋଡ ଉତ୍ସବ ପ୍ୟାଲେସ୍‍ରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ୨୮ ତାରିଖ ରବିବାର ସଂଧ୍ୟା ସାଢେ ଛ’ଟାରେ ବଂଶୀବାଦନରେ ଉଦ୍‍ଘାଟନ କରିବେ ବର୍ଷିୟାନ୍‍ ସାହିତ୍ୟିକ ନାଟ୍ୟକାର ଦୀନବନ୍ଧୁ ନାୟକ । ବିଶିଷ୍ଟ ଶିକ୍ଷାବିତ୍‍ ପ୍ରଫେସର ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ସାହିତ୍ୟିକା ଡଃ ବାସନ୍ତୀ ମହାନ୍ତି, ବିପ୍ଲବୀ କବି ପ୍ରଶାନ୍ତ ମିଶ୍ର ଓ ଅଧ୍ୟାପକ ବନବିହାରୀ ଦାଶ ପ୍ରମୁଖଙ୍କ ବକ୍ତବ୍ୟ । ମହାସଭାର ସଭାପତି ମାୟାଧର ନାୟକ ଅଧ୍ୟକ୍ଷତା କରିବେ । 
           ମଇ ୨୯ ସୋମବାର ସକାଳ ସାଢେଆଠଟାରେ ମାୟାଧର ନାୟକଙ୍କ ‘ମହାନାୟକ ଭବନ’ରେ ‘ମହାନାୟକ ପାଠାଗାର’ ଉଦ୍‍ଘାଟନ କରିବେ ଶିକ୍ଷାବିତ୍‍ ପ୍ରଫେସର ପଦ୍ମନାଭ ମଲ୍ଲ । ପୂର୍ବାହ୍ନ ୧୦ଟାରେ ମହାସମ୍ମିଳନୀର ଦ୍ୱିତୀୟ ଅଧିବେଶନ, କୁନିଲେଖକ ଅଂଶ ଦାସନାୟକଙ୍କ ‘କୁନିକଲମର କାର୍‍ନାମା’ ଗଳ୍ପପୁସ୍ତିକା ଲୋକାର୍ପଣ କରିବେ ସଂଗୀତକାର-ଗୀତିକବି ନନ୍ଦକିଶୋର ସିଂ । ଅଭିନନ୍ଦନ ଜଣାଇବେ ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ । ପୂର୍ବରୁ ଦିଆଯାଇଥିବା ଭିତ୍ତିପତ୍ର ପ୍ରସ୍ତାବ ଉପସ୍ଥାପନ କରିବେ ମହାସଭାର ମହାସଚିବ ଦୃବାର ସତ୍‍ବାକ୍‍ ଦଣ୍ଡପାଣି ମହାପାତ୍ର । ପଣ୍ଡିତ ଡକ୍ଟର ସୂର୍ଯ୍ୟମଣୀ ଖୁଣ୍ଟିଆ, ସମାଜସେବୀ ଡକ୍ଟର ଗୌରାଙ୍ଗ ଚରଣ ରାଉତ, ପ୍ରଫେସର ସୁକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ୩୦ ଜିଲ୍ଲାର ବିଶିଷ୍ଟ କବି/କବୟତ୍ରୀ/ଲେଖିକା/ଲେଖିକାଙ୍କ ମଧ୍ୟରୁ ବକ୍ତବ୍ୟ ରଖିବେ । ଶେଷରେ ଭିତ୍ତିପତ୍ର ଓ ଆଗାମୀ ୩ ବର୍ଷ ପାଇଁ ମହାସଭାର ମଙ୍ଗୁଆଳ ପ୍ରସ୍ତାବ ଗୃହିତ ହେବ । ମାୟାଧର ନାୟକ ସାଆନ୍ତିଆସାହିତ୍ୟର ବିଲୟ – ବାସ୍ତବବାଦୀସାହିତ୍ୟର ଅଭ୍ୟୁଦୟର କ୍ରାନ୍ତିକାରୀ ଶପଥପାଠ ଶୁଣାଇବେ ବୋଲି ମହାସଚିବ ଦଣ୍ଡପାଣି ମହାପାତ୍ର ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close