ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଭିନ୍ନକ୍ଷମ ଚିହ୍ନଟ ଓ ଆଇନ ସଚେତନତା

ଯାଜପୁର, ୨୫ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଯାଜପୁର ଜିଲ୍ଳ୍‌ାରେ ସପ୍ତାହ ବ୍ୟାପୀ ଭିନ୍ନକ୍ଷମ ଚିହ୍ନଟ ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଚ୍ଥି । ଗତ ତା ୨୨ା୦୫ା୨୦୨୩ ରିଖ ଠାରୁ ତା ୨୯ା୦୫ା୨୦୨୩ ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଳ୍‌କରେ ସମସ୍ତ ପଂଚାୟତରେ ସମସ୍ତ ଗ୍ରାମରେ ପାରା ଲିଗାଲ ସ୍ୱେଚ୍ଚ୍ଥାସେବୀମାନେ ଘର ଘର ବୁଲି ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିବା ସହ ସେମାନେ ଆବଶ୍ୟକ କରୁଥିବା ସହାୟତା ସମ୍ୱନ୍ଧରେ ତଥ୍ୟ ସଂଗ୍ରହ ଅଭିଯାନର ମୁଖ୍ୟ ଆଭିମୁଖ୍ୟ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜ୍ୟୋତିର୍ମୟୀ ଦାସ ପ୍ରକାଶ କରିଚ୍ଥନ୍ତି । ଏଥି ସହିତ ବିଭିନ୍ନ ବିଭାଗ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ଯୋଜନାରେ ପ୍ରଦାନ କରାଯାଊଥିବା ବିଭିନ୍ନ ଉପକରଣ ତଥା ସହାୟତା ସମ୍ୱନ୍ଧରେ ଏବଂ ସେମାନଙ୍କ ନିମିତ୍ତ ଆଇନ ସମ୍ୱନ୍ଧୀୟ ସଚେତନତା ଦିଗରେ ପାରା ଲିଗାଲ ସ୍ୱେଚ୍ଚ୍ଥାସେବୀ ମାନେ ଭିନ୍ନକ୍ଷମ ମାନଙ୍କୁ ଅବଗତ କରାଊଚ୍ଥନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଜିଲ୍ଳ୍‌ା୍‌ରେ କାର୍ଯ୍ୟକାରୀ ହେଉଥିବା ଏଭଳି ଏକ ମହତ ଅଭିଯାନ ନିଶ୍ଚିତ ଭାବେ ସମସ୍ତ ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ଅଧିକାର ସମ୍ୱନ୍ଧରେ ଆଲୋକ ଦେଖାଇବା ସହ ସରକାରଙ୍କର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରି ସେମାନଙ୍କର ବଞ୍ଚିବାର ଶୈଳୀକୁ ସର୍ବୋତ୍କୃଷ୍ଟ ସକ୍ଷମ କରିବା ଅଭିଯାନର ଅନ୍ୟ ଏକ ଦିଗ ବୋଲି ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦାସ ସୂଚନା ପ୍ରଦାନ କରିଚ୍ଥନ୍ତି । ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭିନ୍ନକ୍ଷମ ଚିହ୍ନଟ ଅଭିଯାନ ଆସନ୍ତା ତା ୨୯ା୦୫ା୨୦୨୩ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗତ ତା ୨୨ା୦୫ା୨୦୨୩ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୩୦୦ ଭିନ୍ନକ୍ଷମ ଚିହ୍ନଟ ହୋଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦାସ ଅବଗତ କରାଇଚ୍ଥନ୍ତି ।
ଏହି ମହତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତଙ୍କ ନିର୍ଦ୍ଦେଶରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଳ୍‌ା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆବଶ୍ୟକ ସହାୟତା ପ୍ରଦାନ କରୁଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close