ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା ନେଇ ସାମ୍ବାଦିକ ବନ୍ଧୁ ମାନଙ୍କ ପାଇଁ  ଆଗୁଆ ସୂଚନା

ଭୁବନେଶ୍ୱର;୨୧/୦୫ ( ବ୍ୟୁରୋ): ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଖୁବଶିଘ୍ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅର୍ଥାତ୍ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଅନୁମୋଦିତ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ପଞ୍ଜିକରଣ କରି ତାଲିକା ଭୁକ୍ତ କରାଯିବା ପାଇଁ ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ପ୍ରାପ୍ତ ହୋଇଛି । ସୂଚନା ଯୋଗ୍ୟକି ଏଥି ନିମନ୍ତେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାମ୍ୱାଦିକ ଗଣ ନିଜ ପାଇଁ ଅନଲାଇନରେ ୱେବ୍ ଆପ୍ଲିକେସନ ଜରିଆରେ ଆବେଦନ କରିବା ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଏହି ଉଦ୍ଦେଶ୍ୟରେ ଜେନେରେଟ କରାଯାଇଥିବା ମଡୟୁଲ୍  ବିଭାଗୀୟ କର୍ତ୍ତୃକ୍ଷଙ୍କ ଠାରୁ ପ୍ରାପ୍ତି ପରେ ପୂର୍ଣ୍ଣାଙ୍ଗ ବିବରଣୀ ସହ ସାମ୍ବାଦିମାନଙ୍କୁ ଅବଗତ କରାଇ ଦିଆଯିବ। ତେବେ ଆବେଦନ ପ୍ରକ୍ରିୟାରେ ଫର୍ମ ପୂରଣ ଓ ଅପଲୋଡ଼ ପାଇଁ ଆବଶ୍ୟକ ହେବାକୁ ଥିବା ନିଜର ଭେଲିଡ ପ୍ରେସ ପରିଚିତ ପତ୍ର , ସମ୍ପୃକ୍ତ ଗଣ ମାଧ୍ୟମ ସମ୍ପାଦକ/ଏଡିଟରଙ୍କ ଠାରୁ ନିଯୁକ୍ତି ପତ୍ର, ଭୋଟର ପରିଚିତ ପତ୍ର, ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟ, ଫଟୋ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଆଦି ପୂର୍ବରୁ ପ୍ରସ୍ତୁତ କରି ରଖିବା ପାଇଁ ସାମ୍ବାଦିକ ବନ୍ଧୁ ମାନଙ୍କୁ ଏହି ଆଗୁଆ ସୂଚନା ପ୍ରଦାନ କରାଗଲା ।

ଆପଣଙ୍କ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାର

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close