ଯାଜପୁରରୋଡ଼ରେ ବଡ ଧରଣର ଡକାୟତି: ୧୫ କୋଟିର ସୁନା ଓ ହୀରା ଲୁଟ, ଗ୍ରାହକ ସାଜି କଲେ ଡକାୟତି

ଯାଜପୁରରୋଡ଼, ୧୫.୦୫ (ଉ. ନ୍ୟୁଜ୍ ବ୍ୟୁରୋ): ଆଜି ମଧ୍ୟାହ୍ନରେ ସ୍ଥାନୀୟ ଜନଗହଳି ପୂର୍ଣ୍ଣ ଦଳା ଛକ ନିକଟସ୍ଥ ହୀରୋ ସୋ’ରୁମ ଉପର ମହଲାରେ ଥିବା ସୂନା ଓ ହୀରା ଦୋକାନ ସେନକୋରୁ ବଡଧରଣର ଲୁଟ ହୋଇଛି । ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ଏହି ସୁନା ଦୋକାନରୁ ପାଖାପାଖି ୧୫ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ଏହି ସୋରୁମ ଭିତରକୁ ପ୍ରବେଶ କରିଥିଲେ । ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବା ବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ସୋରୁମକୁ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ । ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବା ବେଳେ କିଛି ‌ଲୁଟେରା ପୁରା ‌ସୋରୁମରେ କଳାକନା ବୁଲାଇ ଦେଇଛନ୍ତି। ୧୭ କେଜିର ସୁନା ସହ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ତେବେ କିଛି ରୂପା ଅଳଙ୍କାରକୁ ଛାଡି ଯାଇଛନ୍ତି। ତେବେ ସୁରକ୍ଷା କର୍ମୀଙ୍କୁ ସେମାନେ ମାଡ ମାରିବା ସହ ତାଙ୍କ ବନ୍ଧୁକ ଛଡାଇ ନେଇଥିଲେ। ଏହି ସମୟରେ ସୋରୁମରେ ସୁନା କିଣିବାକୁ ଅ୍ରାସିଥିବା ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇନେଇ ତାଙ୍କୁ ମଧ୍ୟ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ତେବେ ଖବର ପାଇଁ ଯାଜପୁର ପୁଲିସ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି। ସହରର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ମହିଳା କର୍ମଚାରୀ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି । ଆଜି ମଧ୍ୟାହ୍ନରେ ସହରରେ ଏପରି ଗରମ ସାଙ୍ଗକୁ ଗୁଳୁଗୁଳି ଅନୂଭୂତ ହେଉଥିଲା ଯେ, ଏହି ବ୍ୟସ୍ତବହୂଳ ରାସ୍ତାଟି ଏକ ପ୍ରକାରର ଜନଶୂନ୍ୟ ଥିଲା । ଏହାର ସୁଯୋଗ ନେଇ ଯୋଜନା ବନାଇ ପ୍ରାୟ ଘଂଟାଏ ପାଖାପାଖି ତାଙ୍କର ଅପରେସନ୍ ଜାରୀ ରଖି ଡ଼କାୟତମାନେ ଅନାୟସରେ ଫେରାର ହୋଇଯାଇଥିଲେ । ଦୋକାନ ବିଷୟରେ ଓ ଆଖପାଖ ଅଂଚଳ ବିଷୟରେ କେହି ତାଙ୍କୁ ସୂଚନା ଦେଉଥିବା ଓ ସଂପୃକ୍ତ ଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ । ଦଳା ଛକ-ଷ୍ଟେଟ୍ ବ୍ୟାଙ୍କ ରାସ୍ତାରେ ଥିବା ସୂନା ଦୋକାନରୁ ଲୁଟ ହେବା କଥା ଲୁଟେରାଙ୍କ ପାଇଁ କାହିଁକି ସହଜ ହେଉଛି, ତା’ ଉପରେ ଅଧିକାଂଶଙ୍କ ସନ୍ଦେହ ବଢ଼ିଛି । ଲୁଟକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ପୋଲିସ ତଦନ୍ତକୁ ଯୋରଦାର କରିଛି । ଅବଶ୍ୟ ଘଟଣା ଘଟାଇ ଡ଼କାୟତମାନେ ଚାଲିଯିବାର ୩୦-୪୫ ମିନିଟ୍ ପରେ ପୋଲିସ ଘଟଣାସ୍ଥଳରେ ପହଚିଂ ଖୋଳତାଡ଼ ଆରମ୍ଭ କରିଥିଲା । କିଛି ସୂରାକ ହୁଏତ ପୋଲିସକୁ ମିଳିଥାଇ ପାରେ ହେଲେ ତଦନ୍ତ ପକ୍ରିୟାରେ ବାଧା ଆସିବ ବୋଲି ଏହାକୁ ଗୋପନୀୟ ରଖାଯାଇଛି ବୋଲି କୁହାଯାଉଛି । ସାଇଟିଂଫିକ୍ ଟିମ ସହ ଯାଜପୁରର ଆରକ୍ଷୀ ଅଧିକ୍ଷକ ଭିନିତ୍ କୁମାର ଅଗ୍ରୱାଲ, ଏସ.ଡି.ପି.ଓ ସଂଗ୍ରାମ କୁମାର ପଟ୍ଟନାୟକ, ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଘଟଣାର ଛାନଭିନ୍ କରୁଛନ୍ତି । ନିକଟସ୍ଥ ଅହମ୍ମଦନଗର ଓ ଶଙ୍ଖଚିଲ୍ଲା-ଶଗଡ଼ି ରାସ୍ତାକୁ ଚୋରମାନେ ଖସି ଯିବାର ସହଜ ରାସ୍ତା ଭାବି ଥାଇ ପାରନ୍ତି । ଚୋରୀ ପୂର୍ବରୁ ଚୋରମାନେ ସୂନା ଦୋକାନର କର୍ମଚାରୀଙ୍କ ଠାରୁ ଛଡ଼ାଇ ନେଇଥିବା ମୋବାଇଲଗୁଡିକୁ ଗଲା ବେଳେ ଦୋକାନର ତଳେ ଥିବା ଗଣେଷ ମୂର୍ତି ପାଖରେ ରଖିଦେଇ ପଳାଇ ଯାଇଥିବାରୁ ମୋବାଇଲ ଟ୍ରାକିଂ କରି ସେମାନଙ୍କୁ ଧରିବାରେ ସହଜ ହୋଇ ନ ପାରେ । ଏହି ଦୋକାନର ତଳ ମହଲାରେ ସୂନା ଦୋକାନ ମାଲିକଙ୍କ ‘ହୀରୋ’ ମୋଟରସାଇକେଲ ନାମକ ଏକ ବଡ଼ ସୋ’ ରୁମ ରହିଛି, ଯେଉଁଠି କି ତାଙ୍କର ବହୁ କର୍ମଚାରୀ ନିଯୁକ୍ତ ଅଛନ୍ତି ଓ ସବୁବେଳେ ଗ୍ରାହକମାନଙ୍କ ଭିଡ଼ ଏଠାରେ ଥାଏ । ଆଗରେ କେ. ସି ସାହୁଙ୍କ ପେଟ୍ରୋଲ ପମ୍ପ ରହିଛି । ଏହା ସତ୍ୱେ ଏଠାରୁ ଏତେ ସହଜରେ ଚୋରୀ କରି ଖସି ଯିବା ସନ୍ଦେହ ସୃଷ୍ଟି କରିବା ସହ ଚର୍ଚ୍ଚା ଯୋର ଧରିଛି । ନିକଟସ୍ଥ ଅହମ୍ମଦନଗର ଓ ଶଙ୍ଖଚିଲ୍ଲା-ଶଗଡ଼ି ରାସ୍ତାକୁ ଚୋରମାନେ ଖସି ଯିବାର ସହଜ ରାସ୍ତା ଭାବି ଥାଇ ପାରନ୍ତି । ଗଲା ବେଳେ ଚୋରମାନେ ସୂନା ଦୋକାନର ସିସିଟିଭିର ହାର୍ଡ଼ ଡିସ୍କକୁ ଭାଙ୍ଗି ସାଙ୍ଗରେ ନେଇଯାଇଥିବା ବେଳେ ଏହାର ବଡ଼ ଟିଭିକୁ ଭାଙ୍ଗିଦେଇଥିବାର କୁହାଯାଉଛି । ଚୋରୀ ପୂର୍ବରୁ ଚୋରମାନେ ସୂନା ଦୋକାନର କର୍ମଚାରୀଙ୍କ ଠାରୁ ଛଡ଼ାଇ ନେଇଥିବା ମୋବାଇଲଗୁଡିକୁ ଗଲା ବେଳେ ଦୋକାନର ତଳେ ଥିବା ଗଣେଷ ମୂର୍ତି ପାଖରେ ରଖିଦେଇ ପଳାଇ ଯାଇଥିବାରୁ ମୋବାଇଲ ଟ୍ରାକିଂ କରି ସେମାନଙ୍କୁ ଧରିବାରେ ସହଜ ହୋଇ ନ ପାରେ । ଏହି ଦୋକାନର ତଳ ମହଲାରେ ସୂନା ଦୋକାନ ମାଲିକଙ୍କ ‘ହୀରୋ’ ମୋଟରସାଇକେଲ ନାମକ ଏକ ବଡ଼ ସୋ’ ରୁମ ରହିଛି, ଯେଉଁଠି କି ତାଙ୍କର ବହୁ କର୍ମଚାରୀ ନିଯୁକ୍ତ ଅଛନ୍ତି ଓ ସବୁବେଳେ ଗ୍ରାହକମାନଙ୍କ ଭିଡ଼ ଏଠାରେ ଥାଏ । ଆଗରେ କେ. ସି ସାହୁଙ୍କ ପେଟ୍ରୋଲ ପମ୍ପ ରହିଛି । ଏହା ସତ୍ୱେ ଏଠାରୁ ଏତେ ସହଜରେ ଚୋରୀ କରି ଖସି ଯିବା ସନ୍ଦେହ ସୃଷ୍ଟି କରିବା ସହ ଚର୍ଚ୍ଚା ଯୋର ଧରିଛି । ଯାକ ଚୋର ଅପରେସନ୍‌ରେ ସାମିଲ ହୋଇଥିଲେ । ୭ଜଣ ଚୋର ୦୩ଟି ମୋଟର ସାଇକେଲରେ ଆସିଥିବା ବେଳେ ପାଖ ସିସିଟିଭିରୁ ୦୨ଟିର ଛବି ଆସୁଥିବାର ଜଣାଯାଇଛି । ଆଉ ଗୋଟିଏ ପାଖରେ କେଉଁଠି ରହିଲା ବା ଗଲା ତା’ ଉପରେ ସନ୍ଦେହ ହେଉଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close