ବିଶ୍ଵ ମାତୃ ଦିବସରେ ପ୍ରିୟ ବନ୍ଧୁ ଆୟୋଜିତ ଗୀତିକାର ରଘୁନାଥ ସାହୁଙ୍କ “ବୋଉ” ସଙ୍ଗୀତ ଉନ୍ମୋଚନ ଓ କବିତା ପାଠ

ତିର୍ତ୍ତୋଲ (ଉ. ନ୍ୟୁଜ୍ ବ୍ୟୁରୋ): ଆଜି ୧୪ ମେ ‘ରବିବାର ୨୦୨୩ ବିଶ୍ଵ ମାତୃଦିବସ ଅବସରରେ ଆଦି କବି ଭବନ, ଆଦି କବି ସାରଳା ଦାସଙ୍କ ପୀଠ, ମୁନିଗୋଷାଇଁ ମଠ, ତେନ୍ତୁଳିପଦା, ତିର୍ତ୍ତୋଲ,ଜଗତସିଂହପୁରରେ “ପ୍ରିୟ ବନ୍ଧୁ” ଆୟୋଜିତ ଗୀତିକାର ରଘୁନାଥ ସାହୁଙ୍କ “ବୋଉ” ସଙ୍ଗୀତର ଶୁଭ ଉନ୍ମୋଚନ ଓ ବୋଉ ଶୀର୍ଷକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ଏହି ମାତୃ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡା ସୁରେନ୍ଦ୍ରନାଥ ମହାପାତ୍ର, ସଭାପତି ବିଶ୍ଵ ଓଡ଼ିଆ ମହାସଂଘ ଓ ଉପଦେଷ୍ଟା  ଓଡ଼ିଶା ମୋ ପରିବାର କହିଲେ ମା’ ଛୋଟ ଶବ୍ଦ ହେଲେ ମଧ୍ୟ ତ୍ୟାଗରେ ସେ ଧରିତ୍ରୀ, ଦାନିରେ ସେ କର୍ଣ୍ଣ, ଗୁରୁ ଭିତରେ ସେ ଦ୍ରୋଣ, ପ୍ରେମରେ ସେ କୁବେର, ଈଶ୍ୱର ଭିତରେ ସେ ବ୍ରହ୍ମ। ମାତୃ ଦିବସରେ ସମସ୍ତ ମା’ମାନଙ୍କୁ ହୃଦୟରୁ ପ୍ରଣାମ କରିବା ସହ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ମୁଖ୍ୟ ବକ୍ତା ଭାବରେ ପିତାମ୍ବର ତରାଇ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କୃତ କବି । ସମ୍ମାନୀୟ ଅତିଥି ପ୍ରିତିନନ୍ଦା ରାଉତରାୟ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପାରିଷଦ, ଭୁବନେଶ୍ୱର ମହାନଗର ନିଗମ। ଅମରଜ୍ୟୋତି ସାହୁ, କବି ତଥା ବିଶିଷ୍ଟ ଗବେଷକ । ବରନ୍ୟ ଅତିଥି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସମ୍ବର୍ଦ୍ଧିତ ପ୍ରତିଭା। ସବିତା ମହାପାତ୍ର, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା, ଓଡ଼ିଶା ସରକାର। ନଗେନ୍ଦ୍ରାନlଥ ସ୍ବାଇଁ, ସଂପାଦକ ମିନାଜ୍ ସାହିତ୍ୟ ସଂସଦ । ବିଶିଷ୍ଟ ଅତିଥି ଡ଼ା ବିଷ୍ଣୁପ୍ରିୟା ଦାସ, ଉପ ସଭାପତି, ଝଙ୍କଡ଼ ସାହିତ୍ୟ ସଂସଦ । ଅଧ୍ୟକ୍ଷତା କରୁଥିଲେ  ଅଧ୍ୟାପିକା ରୋଜାଲିନ ସାହୁ ସ୍ଵାଗତ ସମ୍ଭାଷଣ ରଖିଥିଲେ କବି ବାସବ କୁମାର ନନ୍ଦ
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close