କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ୱନ୍ଧରେ ସମୀକ୍ଷା

ଯାଜପୁର, ୧୨ା୦୫(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଶୁକ୍ରବାର କଟକ ସ୍ଥିତ କେନ୍ଦ୍ରାଚଞ୍ଚଳ ରାଜସ୍ୱ ଆୟୁକ୍ତ (ଆର.ଡି.ସି) ଡଃ. ସୁରେଶ ଚନ୍ଦ୍ର ଦଳାଇ ଏକ ଦିନିକିଆ ଯାଜପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାରେ ଚାଲିଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ୱନ୍ଧରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଡଃ. ଦିବ୍ୟଲୋଚନ ମହାନ୍ତ, ଊପ-ଜିଲ୍ଲାପାଳ ଗୋପିନାଥ କୁଅଁର, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଚ୍ଥନ୍ତି ।
                 ପୂର୍ବାହ୍ନରେ ଆର.ଡି.ସି ଡଃ. ଦଳାଇ ଜିଲ୍ଲା ପ୍ରଦକ୍ଷଣ ଭବନରେ ପହଚିଂବା ପରେ ଜିଲ୍ଲାପାଳ ଶ୍ରୀ ରାଠୋର ଆୟୁକ୍ତଙ୍କୁ ସ୍ୱାଗତ କରିବା ପରେ ଆୟୁକ୍ତ ଜିଲ୍ଲାପାଳଙ୍କ ସହ ଆଞ୍ଚଚଳିକ ପରିବହନ କାର୍ଯ୍ୟାଳୟ, ଯାଜପୁର ପରିଦର୍ଶନ କରି ରାଜ୍ୟ ପରିବହନ ବିଭାଗ ତରପଂରୁ ପୁଲିସ ହାଉସିଂ ବୋର୍ଡ ଦ୍ୱାରା ନବନିର୍ମିତ ଏଲ୍‌ଏଲ୍‌ଓ ବାହନ ହଲକୁ ଉଦ୍‌ଘାଟନ କରି ଲୋକାର୍ପଣ କରିଥିଲେ । ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ସୈାର ଶକ୍ତି ଦ୍ୱାରା ପରିଚାଳିତ ହୋଇ ଓଡିଶାର ପ୍ରଥମ ସୋଲାର ପାୱାର ଆଂଚଳିକ ପରିବହନ କାର୍ଯ୍ୟାଳୟ ଭାବେ ରାଜ୍ୟରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ଆୟୁକ୍ତ ଡଃ. ଦଳାଇ ଏହାର ଭୂୟସୀ ପ୍ରଶଂସା କରିଥିଲେ । ସେହିପରି ଯାଜପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ରାଜସ୍ୱ ଆଦାୟ ଧାର୍ଯ୍ୟ ୨୭.୧୩ କୋଟି ଲକ୍ଷ୍ୟ ଦିଆଯାଇଥିବା ବେଳେ ଏହା ୧୮% ମୂଳ ଲକ୍ଷ୍ୟ ଠାରୁ ଅଧିକ ତଥା ୩୨.୦୮ କୋଟି ରାଜସ୍ୱ ଆଦାୟ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ଆୟୁକ୍ତ ସମୀକ୍ଷା କରି ଟ୍ରାପିଂକ ନିୟମକୁ କଡାକଡି କରିବା ସହ ଯାଂଚ ଟିମ୍ ବୃଦ୍ଧି ଖଟାଇ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ ଜିଲ୍ଲାରେ ଶୂନ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
         ଅପରାହ୍ନରେ ଆୟୁକ୍ତ ଡଃ. ଦଳାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀ, ତହସିଲଦାର ଏବଂ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ୱନ୍ଧରେ ସମୀକ୍ଷା କରିଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ଥିବା ଏ.ଜି. ଆଇ.ଆର ପାରାଗୁଡିକୁ ଯଥାଶିଘ୍ର ସମାଧାନ କରିବା, ମହିଳା ଓ ଶିଶୁ ସୁରକ୍ଷା ଯୋଜନାଗୁଡିକୁ ସଠିକ ଭାବେ ରୂପାୟନ କରିବା, ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗକୁ ଆସୁଥିବା ଦରଖାସ୍ତଗୁଡିକର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂପୃକ୍ତ ଅଧିକାରୀମାନେ ସମାଧାନ କରିବା ନିମନ୍ତେ ଜିଲ୍ଲା ଅଭିଯୋଗ ଅଧିକାରୀ ସେଗୁଡିକର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ତଊଜି କେସ୍‌ଗୁଡିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଯତ୍ନବାନ ହେବା ସହ ବସୁନ୍ଧରା ଯୋଜନାର ଅଗ୍ରଗତି ଊପରେ ସେ ସମୀକ୍ଷା କରିଥିଲେ । ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡିକୁ ଟେଣ୍ଡର ଡାକି କାର୍ଯ୍ୟାଦେଶ ଦେବା ସହିତ ପୁରୁଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡିକର ପୁନଃ ନିର୍ମାଣ କାର୍ଯ୍ୟ, ତହସିଲ କାର୍ଯ୍ୟାଳୟର ପୁନଃ ନିର୍ମାଣ କାର୍ଯ୍ୟ, ଜାତୀୟ ରାଜପଥ ନିର୍ମାଣରେ ଜମି ଅଧିଗ୍ରହଣ କାର୍ଯ୍ୟ ଏବଂ ଜିଲ୍ଲାକୁ ଅନୁଦାନ ମିଳିଥିବା ୨୮୨୬ ଗୋଟି ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟଧାରା, ନିର୍ମାଣ କାର୍ଯ୍ୟ ଏବଂ ତତ୍ ସଂକ୍ରାନ୍ତୀୟ ଜମିଜମା ସମସ୍ୟା ଆଦି ବିଷୟବସ୍ତୁ ଉପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପଚାରି ବୁଝିବା ସହ ସମାଜ ମଙ୍ଗଳ ଯୋଜନାଗୁଡିକ ଊପରେ ସମୀକ୍ଷା କରିଥିଲେ । ସେହିପରି ମିଶନ ଶକ୍ତି ଗୃହ, ସୟଂ ସହାୟିକା ଗୋଷ୍ଠୀମାନଙ୍କ ପରିଚାଳନା, ଶିଶୁ ଓ ମାତୃ ମଙ୍ଗଳ କାର୍ଯ୍ୟକ୍ରମ, ଆଶା, ଏଏନ୍‌ଏମ୍‌, ଅଙ୍ଗନୱାଡି କର୍ମୀ, ମୋ’ ସେବା କେନ୍ଦ୍ର, ସୁଷମ ବଣ୍ଟନ ବ୍ୟବସ୍ଥା, ଖରିପଂ ଋତୁରେ ଧାନ ସଂଗ୍ରହଣ ବ୍ୟବସ୍ଥା, ଆଇଜିଏନ୍‌ଓପି, ବାଣିଶ୍ରୀ ଯୋଜନା, ସବର୍ଣ୍ଣ ଅସବର୍ଣ୍ଣ ବିବାହ ସହାୟତା ପ୍ରଦାନ ରାଶି ଯୋଜନା, ଭିନ୍ନକ୍ଷମ ସହାୟତା ଯୋଜନା, ସ୍ୱଳ୍ପ ସଂଚୟ ଯୋଜନା, ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠି ସହାୟତା ଯୋଜନାଗୁଡିକର ଅଗ୍ରଗତି ସମ୍ୱନ୍ଧରେ ଆୟୁକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ ।
ନୂତନ ଭାବେ ନିର୍ମାଣ ହେବାକୁ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡିକରେ ସମସ୍ତ ଭିତ୍ତିଭୂମିର ସୁବ୍ୟବସ୍ଥା କରି ବ୍ରାଣ୍ଡ କାର୍ଯ୍ୟାଳୟ ଭାବେ ଗଢି ତୋଳିବାକୁ ତହସିଲଦାରମାନଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ତହସିଲଦାରମାନେ ନିୟମିତ କ୍ୟାମ୍ପ କୋର୍ଟ କରି ଜମିଜମା ସମସ୍ୟାଗୁଡିକର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀମାନଙ୍କର ସପଂଳ କାହାଣୀଗୁଡିକୁ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ତହସିଲଦାରମାନଙ୍କ ନିଜ ନିଜ ଅଧିନରେ ନିର୍ମାଣ ହେବାକୁ ଥିବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟଗୁଡିକର ପ୍ରସ୍ତାବ ଆସନ୍ତା ୨୪ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close