ଆସନ୍ତା ମଇ ୧୩ରେ ଯାଜପୁରରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର, ୧୨ା୦୫ (ଉ. ନ୍ୟୁଜ୍ ବ୍ୟୁରୋ): ଆସନ୍ତା ମଇ ୧୩ ତାରିଖ ଶନିବାର ଦିନ ଯାଜପୁର ଜିଲ୍ଳା ଓ ଦୌରା ଅଦାଲତ ଯାଜପୁର ଟାଉନ ସମେତ ଜିଲ୍ଳାର ସମସ୍ତ ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେଉଥିବା ଜିଲ୍ଳା ଆଇନ ସେବା ପ୍ରାଧିକରଣ, ଯାଜପୁରର ସଚିବା ଜ୍ୟୋତିର୍ମୟୀ ଦାସ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କରଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍‌, ଜଳ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ ମୋକଦ୍ଦମା ସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କରଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଏହି ମକଦ୍ଦମା ବାବଦରେ ସମାଧାନ ପାଇଁ କୌଣସି ଆର୍ôଥକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଧମାର ସହଜ ସମାଧାନ ପାଇଁ ଆର୍ଥିôକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ବିଶେଷ ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଳା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେବା କମିଟି ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close