5ଟିରେ ରୂପାନ୍ତରିତ ହୋଇଥିବା ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନଲାଇନରେ ଲୋକାର୍ପିତ

ଯାଜପୁର;୦୯/୦୫(ନି ପ୍ର ) : ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକ ଓ ପୌର ପରିଷଦର ନିର୍ମାଣ ହେଇଥିବା 5 ଟି ସ୍କୁଲକୁ ଅନଲାଇନ ମାଧ୍ୟମରେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦି ବ୍ଲକ ରାଣୀପଡାର ନନ୍ଦକିଶୋର ପୁର ହାଇସ୍କୁଲରେ 5 ଟିରେ ରୂପାନ୍ତରିତ ହୋଇଥିବା ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ସମ୍ମାନୀୟ ଶ୍ରୀ ନବୀନ ପଟ୍ଟନାୟକ ଅନଲାଇନ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ।ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ମାନଙ୍କ ତରଫରୁ ଜନସାଧାରଣ ମାନେ ଚେୟାରରେ ବସି ମୁଖ୍ୟମନ୍ତ୍ରୀଙ୍କ 5ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମକୁ ଦେଖିବା ଉଦେଶ୍ୟରେ ପକାଯାଇଥିବା କିଛି ଚେୟାର ଗୁଡିକ ଫାଙ୍କା ପଡିଥିବା ଦୃଶ୍ୟଟି କିଛି ଲୋକଙ୍କ ମନରେ ଆୟୋଜକ ମାନଙ୍କ କାର୍ଯ୍ୟପନ୍ଥା ଶୈଳୀ କାର୍ଯ୍ୟକ୍ରମ ପାରିଚାଳନା କ୍ଷେତ୍ର ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଟୁପୁରୁଟାପୁରୁ ଆଲୋଚନା ଚାପ ଗୁଞ୍ଜରଣ ଶୁଣିବାକୁ ମିଳିଥିଲା। ତେବେ ଏହି ଲୋକାର୍ପଣ ଉତ୍ସବରେ ରଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଞ୍ଜିନିୟର ଶ୍ରୀ ପ୍ରୀତିରଞ୍ଜନ ଘଡେଇ,ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,ବରୀ ବିଧାୟିକା ସୁନନ୍ଦା ଦାସ ଓ କୋରେଇ ବିଧାୟକ ଅଶୋକ କୁମାର ବଳ ଅତିଥିଭାବେ ଯୋଗଦେଇ ଜିଲ୍ଲାର 73ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏଥିସହିତ ଆଜିର ସମାଜରେ ଶିକ୍ଷାର ବିକାଶ ପାଇଁ ସ୍କୁଲର ବିକାଶ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ନିଜର ବକ୍ତବ୍ୟରେ କହିଥିଲେ l ଏହି ଅଵସରରେ ସ୍କୁଲର ବିକାଶ ପାଇଁ ଦିନ ରାତି ଏକ କରି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ l ପରିଶେଷରେ 5ଟି ସ୍କୁଲର ଭିତିଭୂମି ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ l ଏହି ଅଵସରରେ ସ୍ଥାନୀୟ ଲୋକପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ l ତେବେ ଏହି ଉତ୍ସାବ ସମୟରେ ଆଇନୀଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନେତୃତ୍ୱରେ ଯାଜପୁର ରୋଡ଼ ଥାନା ଅଧିକାରୀ ଶ୍ରୀ ଉପେନ୍ଦ୍ର ପ୍ରଧାନ ବ୍ୟାପକ ପୋଲିସ ଜବାନ ମାନଙ୍କୁ ମୁତୟନ କରିଥିଲେ l ଶାନ୍ତି ଶୃଙ୍ଖଳାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close