ଯୁବ ସାମ୍ୱାଦିକ ସଙ୍ଘର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଯାଜପୁର;୦୮/୦୫(ନି ପ୍ର) : ଯାଜପୁର ଜିଲ୍ଲା ଯୁବ ସାମ୍ବାଦିକ ସଙ୍ଘ ପକ୍ଷରୁ ରବିବାର ବ୍ୟାସନଗର ସ୍ଥିତ ଗୁଗୁଲି ମଣ୍ଡପ ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ସଂଘର ସଭାପତି ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ବାର୍ଷିକ ଉତ୍ସବକୁ ଆଖିଆଗରେ ରଖି ଏହି ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା I ଜିଲ୍ଲାର ଯାଜପୁର, ପାଣିକୋଇଲି, ରସୁଲପୁର, ବ୍ୟାସନଗର, କୋରାଇ, ଦାନଗଦି ଏବଂ କଳିଙ୍ଗନଗର ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ଏହି ବୈଠକରେ ଯୋଗ ଦେଇଥିଲେ I ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ଓ ସାମ୍ବାଦିକତା ଉଭୟ ବିପଦ ଅବସ୍ଥା ଦେଇ ଗତି କରୁଛି । ତେଣୁ ଏଭଳି ପରିସ୍ଥିତିରେ ସବୁ ସାମ୍ବାଦିକଙ୍କୁ ଏକଜୁଟ ହେବାର ସମୟ ଆସିଛି ବୋଲି ମଞ୍ଚାସିନ ବ୍ୟକ୍ତି ଓ ବରିଷ୍ଠ ସାମ୍ୱାଦିକମାନେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏହି ସଭାରେ ସଙ୍ଘର ବାର୍ଷିକ ଆୟ ଓ ବ୍ୟୟ ହିସାବ କରାଯିବା ସହ ନୂତନ ସଭ୍ୟ ସଂଗ୍ରହ କରାଯାଇଥିଲା । ସାମାଜିକ ସେବା, ସୁରକ୍ଷା ଓ ସଂସ୍କାରକୁ ଦୃଷ୍ଟିରେ ରଖି ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ଵ ଦେବା ପାଇଁ ଆଲୋଚନା ହୋଇଥିଲା। ଉପସ୍ଥିତ ସଭ୍ୟମାନଙ୍କ ସହମତି କ୍ରମେ ନିକଟରେ ଏକ ରକ୍ତଦାନ ଶିବିର କିମ୍ୱା ଚିକିତ୍ସା ଶିବିର କରାଯିବା ନେଇ ସଙ୍ଘ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ତଥା ନ୍ୟାୟ ପ୍ରଦାନ ସହିତ ଦୁର୍ନୀତି ମୁକ୍ତ ସମାଜ ଗଠନରେ ଚତୁର୍ଥ ସ୍ତମ୍ଭ, ଗଣ ମାଧ୍ୟମର ସକ୍ରୀୟତା ଅପରିହାର୍ଯ୍ୟ ବୋଲି ଦାର୍ଶନିକ ଓ ବୁଦ୍ଧିଜୀବିମାନେ ମତ ଦିଅନ୍ତି । ଏହି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ଯୁବ ସଂଘକୁ ଆଗେଇ ନେବା କ୍ଷେତ୍ରରେ ନିଜ ନିଜର ମତ ରଖିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close