ଯାଜପୁରରୋଡ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତା ନିଷ୍ପତି ପ୍ରତ୍ୟାହାର ନେଇ ସଂଗ୍ରାମ ସମିତି ପକ୍ଷରୁ  ଦାବି      

ବ୍ୟାସନଗର: ଆଜି ତା 05.05.2023ରିଖ ଯାଜପୁରରୋଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଲିକ ବାଣିଜ୍ୟକ ପ୍ରବନ୍ଧକ କାର୍ଯ୍ୟାଳୟ ଏଠାରେ 23 ବର୍ଷ ଧରି କାର୍ଯ୍ୟ କରୁ ଥିଲା ଏହି ଆଞ୍ଚଳିକ କାର୍ଯ୍ୟାଳୟ ଯାଜପୁର ଲିଲ୍ଲାର 27ଗୋଟି ଶାଖା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ 23ଶାଖାକୁ ନେଇ କାର୍ଯ୍ୟରତ କିଛିଦିନ ତଳେ ଭୁବନେଶ୍ୱର ଠାର ଥିବା ରାଜ୍ୟମଣ୍ଡଳ କାର୍ଯ୍ୟାଳୟ ର ମୁଖ୍ୟ ପରିଚାଳକ ଚନ୍ଦରନ ଶର୍ମା ଏହାର ଭିତ୍ତିଭୂମି ଉପରେ ଗୁରୁତ୍ୱ ନ ଦେଇ ଏହି ଅଞ୍ଚଲିକ କାର୍ଯ୍ୟାଳୟ କୁ କେନ୍ଦ୍ୱଝର ସ୍ଥା ନାନ୍ତରିତ କରିଵାକୁ ନିଷ୍ପତି ନେଇଛନ୍ତି  ବୋଲି ସଂଗ୍ରାମ ସମିତି ପକ୍ଷରୁ ଏକ ଅଭିଯୋଗ ରେ କୁହାଯାଇଛି କି ଯାଜପୁରରୋଡର ଦଳା ଠାରେ ବ୍ୟାଙ୍କ ପକ୍ଷରୁ ନିଜ ଅର୍ଥରେ ଜମିକିଣା ଯିବା ପରେ ନିଜସ୍ୱ ଗୃହ ନିର୍ମାଣପାଇଁ 15କୋଟି ଟଙ୍କା ପ୍ରଥମ ପ୍ରଯ୍ୟାୟରେ ଅର୍ଥ ଅନୁମୋଦନ ହୋଇଛି ଯେଉଁ ଠାରେ ମୁଖ୍ୟ ଶାଖା ଓ ପ୍ରବନ୍ଧକ କାର୍ଯ୍ୟାଳୟ ଆରମ୍ଭ ହେବ ଏହା ପରେ କେଉଁ ସ୍ୱାର୍ଥରେ ଏହି କାର୍ଯ୍ୟାଳୟ ସ୍ଥାନନ୍ତରିତା କରା ଯି ଵାକୁ ନିଷ୍ପତି ନିଆ ଯାଇଛି ?ଏ ଭଳି ଏକ ଜନବିରୋଧୀ ଓ ଶୀଳ୍ପ ଅଞ୍ଚଳ କୁ ରୁଗ୍ଣ କରିଵାର ମସୁଧାପ୍ରତିବାଦ ରେ କୋରାଇ ସଂଗ୍ରାମ ସମିତି ପକ୍ଷରୁ ସ୍ଥାନିୟ ତହସିଲଅଫିସ ଠାରୁ ଏକ ଶୋଭା ଯାତ୍ରା ବାହାରି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଵା ପରେ ରାଜ୍ୟ ମୁଖ୍ୟ ପରିଚାଳକଙ୍କ ଉଦେଶ୍ୟରେ ଏ ଭଳି ନିଷ୍ପତି ପ୍ରତ୍ୟାହାର କରିବାକୁ ଏକ ଦାବି ପତ୍ର ଆଞ୍ଚଳିକ ପ୍ରବନ୍ଧକ ପୂର୍ଣେନ୍ଦୁ ମହାପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ ଏହାପରେ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା ଏହି ସଭାରେ କୋରାଇ ସଂଗ୍ରାମସମିତିର ସାଧାରଣ ସଂପାଦକ ଅଭିମନ୍ୟୁ ମିଶ୍ର ଉପସଭାପତି ଆଲୋକ ମହାନ୍ତି ସଂପାଦକ ପଦ୍ମନାଭ ନାୟକ ସେକ କମାଲଉଦ୍ଦିନ ବିଦ୍ୟାଧର ଜେନା ଦୁର୍ଗାପ୍ରସାଦ ସାହୁ ସୁଦର୍ଶନ ତରାଇ ମଦନ ମଳିକ ଵାପିନ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଯାଜପୁରରୋଡ ପ୍ରତି ସରକାରଙ୍କର ବୈମାତୃକ ମନଭାବ ଓ ଉଚ୍ଚ କର୍ତୃପକ୍ଷଙ୍କୁ ଦୃଢ ସମାଲୋଚନା କରିଥିଲେ ଯଦି ଏଭଳି ନିଷ୍ପତିକୁ ପ୍ରତ୍ୟାହାର କରାନଯାଏ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାରେ ଥିବା ସମସ୍ତ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମୁଖ ରେଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ .
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close