ମେଧାବୀ ଛାତ୍ରୀ ରୋଜାଲିନ ହତ୍ୟା; ସନ୍ଦେହରେ ପୋଲିସର ଭୂମିକା; ବଢୁଛି ଜନ ଅସନ୍ତୋଷ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିଲେ ଯୁବ ନେତା ସତୀଶ

ଯାଜପୁର,୩/୫(ଉ. ନ୍ୟୁଜ୍ ବ୍ୟୁରୋ): ବାପା ତମେ ମୋ ପାଖକୁ ଆସିବା ଦରକାର ନାହିଁ । ତମ ପାଖରେ ମୋଟର ସାଇକେଲରେ ତେଲ ପକାଇବାକୁ ଟଙ୍କା ନ ଥିବ । ହେଲେ ବ୍ୟସ୍ତ ହୁଅନା ଦିନ କେଇଟା ପରେ ମୋ’ ଚାକିରୀ ହୋଇଯିବ । ତାପରେ ତୁମର ସବୁ ଦଃୁଖ ଓ ଅଭାବର ଶେଷ ହୋଇଯିବ । ହେଲେ ଏପରି କହିଥିବା ପରଦିନ ଝିଅର ଶବ କଲେଜ ହଷ୍ଟେଲରୁ ଉଦ୍ଧାର ହେବା ଏକ ବିସ୍ମୟଜନକ ଘଟଣା ! ମୋ’ ଝିଅକୁ ମାରିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଦଉଡିରେ ଟାଙ୍ଗି ଦେଲେ । ପୋଲିସ ସବୁଜାଣି ବି ଅପରାଧୀଙ୍କୁ ସୁରକ୍ଷା ଦେବା ଉଦ୍ୟମରେ ରହିଛି । ଘଟଣାର ୪୦ ଦିନ ପୁରିବାକୁ ଯାଉଛି । ଗରୀବ ଝିଅଙ୍କୁ ମାରି ଦେଲା ପରେ ବି କେହି ଶୁଣୁ ନାହାନ୍ତି ବୋଲି ଛାତି ଫଟାଇ ଘର ଆଗରେ ଝିଅର ବାପା ମାଆଙ୍କ କାନ୍ଦ ସ୍ଥାନୀୟ ଅଂଚଳରେ ଘୋର ବିଶାଦ ଓ ଆଲୋଡନ ସୃଷ୍ଟି କରିଛି ।
    ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ଯାଜପୁରରୋଡ଼ ସହରରୁ ୧୦ କି.ମି ଦୂର ରଗଡିରେ ଅବସ୍ଥିତ ‘ସରକାରୀ ପଲିଟେକନିକ କଲେଜ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି କଲେଜରେ ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଡପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନଙ୍କ ମୃତ ଶବ ହଷ୍ଟେଲର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଗତ ମାର୍ଚ୍ଚ ୨୮ ତାରିଖରେ ଉଦ୍ଧାର ହୋଇଥିଲା । ହେଲେ ଏହାପରେ ପୋଲିସର କାର୍ଯ୍ୟଧାରା ଏବଂ କଲେଜ କର୍ତ୍ତୁପକ୍ଷଙ୍କ ଆଚରଣ ନେଇ ସାଧାରଣରେ ଘୋର ଉଦବେଗ୍ ପ୍ରକାଶ ପାଉଛି । ଏଥିନେଇ ରୋଜାଲିନଙ୍କ ବାପା ଅମୂଲ୍ୟ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗର ୦୭ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଗତ ୧୭ ଏପ୍ରିଲରୁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଯାଜପୁର ଏସ.ପିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଅଦ୍ୟାବଧି ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଯୁବ ନେତା ସତୀଶ !
    ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ମେଧାବୀ ଛାତ୍ରୀ ରୋଜାଲିନ କଲେଜର ସମସ୍ତ କ୍ୟାମ୍ପସରେ ପ୍ରଥମ ହେଉଥିବାରୁ ଅନ୍ୟ କେତେକ ଛାତ୍ରୀ ଛାତ୍ର ଅସହିଷ୍ଣୁ ହୋଇ ରୋଜାଲିନଙ୍କୁ ବାରମ୍ବାର ଧମକାଉଥିଲେ । ଆଉ କୌଣସି କ୍ୟାମ୍ପସରେ ବସିଲେ ମାରିଦେବୁ ବୋଲି ଧମକ ଦେଉଥିଲେ । ଏପରିକି ଅଶ୍ଳୀଳ ଫୋନ ମଧ୍ୟ କରୁଥିଲେ । ରୋଜାଲିନ ମୃତ୍ୟୁର ପୂର୍ବଦିନ ରାତି ୯ଟା ପୂର୍ବରୁ ରୋଜାଲିନ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲା ଯେ, ଦୁଇଜଣ ଛାତ୍ରୀ ଏବଂ ଛାତ୍ର ‘ତୁ ଆଉ ଏ କଲେଜରେ ପଢିପାରିବୁ ନାହିଁ’ ବୋଲି ଧମକ ଦେଇଥିଲେ । ଏହାପରେ ରାତି ୯ଟାରେ ରୋଜାଲିନଙ୍କ ଠାରୁ କଲେଜର ନିୟମ ଅନୁସାରେ ଫୋନ ନିଆ ଯାଇଥିଲା । ପରଦିନ ସକାଳେ ରୋଜାଲିନଙ୍କ ମୃତ୍ୟୁ ଶବ କଲେଜ ହଷ୍ଟେଲର ଶୋଇବା ଖଟ ଉପରେ ଥିବା ଫ୍ୟାନରେ ଝୁଲୁଥିଲା । ଯେଉଁ କୋଠରୀରେ ରୋଜାଲିନଙ୍କ ଶବ ଝୁଲୁଥିଲା ଉକ୍ତ ଫ୍ୟାନକୁ ରୋଜାଲିନଙ୍କ ହାତ ପାଇବ ନାହିଁ । ଉକ୍ତ କୋଠରୀରେ କୌଣସି ଷ୍ଟୁଲ ନ ଥିଲା । ହେଲେ ରୋଜାଲିନ କିପରି ଫ୍ୟାନରେ ରସି ଲଗାଇଲେ ବୋଲି ପ୍ରଶ୍ନର ଉତର ମିଳୁନାହିଁ । ରୋଜାଲିନ ନିଜ କୋଠରୀର କବାଟ ଭିତର ପଟରୁ ବନ୍ଦ କରି ରଖି ମୃତ୍ୟୁବରଣ କରିଥିବାରୁ କବାଟ ଭଙ୍ଗା ଯାଇ ରୋଜାଲିନଙ୍କ ଶବ ଝୁଲୁଥିବାର ଦେଖିବାକୁ ମିଳିଲା ବୋଲି କୁହାଯାଉଛି । ହେଲେ କବାଟ ଭଙ୍ଗା ଯିବାର କୌଣସି ସଂକେତ ଉକ୍ତ କବାଟରୁ ଦେଖିବାକୁ ମିଳୁନାହିଁ । ଏଭଳି ସମ୍ବେଦନଶୀଳ ଓ ରହସ୍ୟଜନକ ଘଟଣାର ପ୍ରମାଣ ରଖବା ପାଇଁ କଲେଜ ତରଫରୁ ମୋବାଇଲ ଭିଡିଓ ରେକର୍ଡିଂ ମଧ୍ୟ କରାଗଲା ନାହିଁ । ରୋଜାଲିନଙ୍କ ସହ ରହୁଥିବା ଛାତ୍ରୀ ଜଣକ ଠିକ ସେହିଦିନ ତାଙ୍କ ସହ ନିଜ ରୁମରେ ନ ଶୋଇ ଅନ୍ୟ ରୁମରେ କାହିଁକି ଶୋଇଥିଲେ ? ରୋଜାଲିନ ନିଜର ମୃତ୍ୟୁ ଦିନ ଖରାବେଳେ ଏବଂ ରାତିରେ ଖାଇ ନ ଥିବାର କଲେଜ ତରଫରୁ କୁହାଯାଉ ଥିବା ବେଳେ ଏଥିନେଇ କଲେଜ ତରଫରୁ ତାଙ୍କ ପରିବାରକୁ କାହିଁକି ଜଣାଇ ନ ଥିଲେ? ରୋଜାଲିନଙ୍କ ଫୋନକୁ ରାତି ୯ ଟାରେ କଲେଜ କର୍ତ୍ତୁପକ୍ଷ କଲେଜର ନିୟମ ଅନୁସାରେ ଜବତ କରିଥିବା ବେଳେ ଉକ୍ତ ଫୋନରୁ ସିମ କୁଆଡେ ଗଲା ? ସିମ ଲୁଚାଇଥିବା କଲେଜ କର୍ତ୍ତୁପକ୍ଷଙ୍କ ଅପରାଧିକ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ କି ? ଯେଉଁଥିପାଇଁ ରୋଜାଲିନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଯେତେ କାକୁତି ମିନତୀ ହେଲେ ମଧ୍ୟ ଉକ୍ତ ଫୋନକୁ ତାଙ୍କୁ ଧରାଇ ଦିଆଗଲା ନାହିଁ । ରୋଜାଲିନଙ୍କୁ ଧମକାଉଥିବା ଛାତ୍ର ଛାତ୍ରୀଙ୍କ ନାମ ଏତଲାରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦ୍ୟାବଧି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଳେଜ କର୍ତ୍ତୁପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ଏଥିନେଇ ସାକ୍ଷୀ ଦେଇଥିବା ଛାତ୍ରଙ୍କୁ କଲେଜରେ କ୍ଲାସ କରାଇ ନ ଦେବା ନେଇ କଲେଜ କର୍ତ୍ତପକ୍ଷ ଉଦ୍ୟମ କାହିଁକି କରିଥିଲେ? ରୋଜାଲିନଙ୍କ ମୃତ୍ୟ ଜାଣିବା ପରେ ବି ରୋଜାଲିନଙ୍କ ପରିବାରକୁ କଲେଜ ତରଫରୁ କାହିଁକି ଜଣାଗଲା ନାହିଁ ? ପରିବାର ଲୋକ ଅନ୍ୟ ସୁତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଦଉଡିରୁ ଉଦ୍ଧାର କରିବା ପର୍ଯ୍ୟନ୍ତ କଲେଜ ତରଫରୁ କାହିଁକି ଶବକୁ ଖୋଲାଯାଇ ନ ଥିଲା? ଯଦି ଶବ ଦଡଡିରୁ ଖୋଲା ଯାଇ ନ ଥିଲା ତେବେ ଶବ ଥିବା ଖଟ ନିକଟରେ ବହୁ ସଂଖ୍ୟକ ପାଦଚିହ୍ନ କାହାର ଥିଲା ? ଏଭଳି ବହୁ ଘଟଣା ଆଧାରରେ ରୋଜାଲିନଙ୍କ ମୁହଁରେ ତକିଆ ପକାଇ ଅଣ ନିଶ୍ୱାସୀ କରି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଦାନଗଦୀରେ ଫୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତତିରେ ବ୍ୟାପକ ଦୁର୍ନିତି ନିକଟ ଅତୀତରେ ପ୍ରମାଣିତ ହୋଇ ଜଣେ ଡାକ୍ତର ଗିରଫ ହୋଇଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସେହିଭଳି ଦୁର୍ନିତି ହୋଇଛି ବୋଲି ସନ୍ଦେହ ଜାତ ହୋଇଛି ! ପୋଷ୍ଟମର୍ଟମ ରିପୋର୍ଟକୂୁ ଅଭିଯୁକ୍ତମାନେ ନିଜ ଇଛାରେ ପ୍ରସ୍ତୁତ କରାଇ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପତ୍ରରେ ଅଭିଯୋଗ କରାଯାଇଛି । ଦେଖାଯାଉ, ଏହି ରହସ୍ୟଜନକ ଘଟଣା ଉପରୁ ପୋଲିସ କିପରି ପର୍ଦ୍ଦା ହଟାଉଛି….?

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close