ପାୱାର ଏମ୍ପ୍ଲଇଜ୍ ୟୁନିୟନ’ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳନ

ବ୍ୟାସନଗର,୦୩/୦୫: ସ୍ଥାନୀୟ ଟିଟିଏସ କଲୋନି ସ୍ଥିତ ପାୱାର ଏମ୍ପ୍ଲଇଜ୍ ୟୁନିୟନ ଅଫିସ ପ୍ରାଙ୍ଗଣରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ସଂଘର ଡିଭିଜନ ସଂପାଦକ ଘନଶ୍ୟାମ ରାଉତ ଅଧ୍ୟକ୍ଷତା କରି ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ସହ-ସଂପାଦକ ଚନ୍ଦ୍ରମଣି ସାମଲ କହିଥିଲେ ଯେ, ପୂର୍ବରୁ ଶ୍ରମିକମାନେ ବହୁ କଷ୍ଟକର କାମ କରିବା ସହ ଗୋତି ଖଟୁଥିଲେ । ଶ୍ରମିକ ସଂଘ ଗଠନ ପରେ ଏହା ବହୁ ମାତ୍ରାରେ କମିଛି । ତେଣୁ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ସେ ମତପୋଷଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ନାୟକ, ସହସଂପାଦକ ବିଶ୍ୱରଂଜନ ତ୍ରିପାଠୀ, ସଂଗଠନ ସଂପାଦକ ପ୍ରଦୀପ କୁମାର ଗାଁଣ, ସବ-ଡିଭିଜନ ସଂପାଦକ ରବୀନ୍ଦ୍ର କୁମାର ଭୂୟାଁ, ପ୍ରୀତମ ଦାସ, ସୁରେଶ ଚନ୍ଦ୍ର ଭାରତୀ, ତୈଲୋକ୍ୟ ପାଢ଼ୀ, ଝୁମର ମଲ୍ଲିକ, ରାମଚନ୍ଦ୍ର ରଥ, ଶ୍ୟାମ ଭୂତିଆ, ରତିକାନ୍ତ ମଲ୍ଲିକ, ରବୀନ୍ଦ୍ର ଜେନା, ଦୀପୁ ଦାସ, ପ୍ରମୋଦ ସାମଲ, ତୁଷାର ରଂଜନ ବେହେରା, ତାରିଣୀ ରାଉତ ପ୍ରମୁଖ ଯୋଗ ଦେଇ ଶ୍ରମିକମାନଙ୍କର ଉନ୍ନତି କାମନା କରିଥିଲେ । ସଂଘର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ନାୟକ ମିଷ୍ଠାନ ବଂଟନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close