ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ପୁନର୍ବାର ଅବଗତ ପରେ ‌ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ: ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ୟାସନଗର, ୦୩.୦୫: ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପରିବର୍ଦ୍ଧିତ ସାଧାରଣ ବୈଠକ ଗତକାଲି ହୋଟେଲ ରୟାଲ କଳିଙ୍ଗ ସଭାଗୃହଠାରେ ନାଗରିକ କମିଟିର ସଭାପତି ଡଃ ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ନାଗରିକ କମିଟିର ସାଧାରଣ ସମ୍ପାଦକ ତଥା ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଦୁର୍ଯ୍ୟୋଧନ ରାଉତ ଗତ ୧୯ ତାରିଖ ବ୍ୟାସନଗର ବନ୍ଦ ଓ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଅନ୍ୟତମ ଆବାହକ ଡଃ ଦୁଷ୍ମନ୍ତ କୁମାର ନାୟକ ବୈଠକ ପରିଚାଳନା କରିଥିବା ବେଳେ ଶ୍ରମିକନେତା ବିଦ୍ୟାଧର ମହାନ୍ତି ସ୍ବାଗତ ଭାଷଣ ମଧ୍ୟରେ ତାଙ୍କର ବକ୍ତବ୍ୟ ରଖିବା ସହିତ ଗତ ୧୯ ତାରିଖ ବନ୍ଦର ସଫଳତା ପାଇଁ ସହରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଆବାହକ ମଣ୍ଡଳୀ ସମେତ ବିଭିନ୍ନ ସଂଗଠନରୁ ଉପସ୍ଥିତ ଥିବା ବ୍ୟକ୍ତିମାନେ ନିଜ ନିଜର ମତ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲାପାଳଙ୍କୁ ୫ ଦଫା ଦାବି ପୂରଣ ପାଇଁ ପୁନର୍ବାର ଅବଗତ କରାଯିବ। ତାହା ୧୫ ଦିନ ମଧ୍ୟରେ ପୂରଣ ନ ହେଲେ ଭୂବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହରପ୍ରତି ହେଉଥିବା ବୈମାତୃକ ମନୋଭାବ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ବୈଠକରେ ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ, ଶ୍ରମିକ ନେତା ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀ, ଆଡଭୋକେଟ୍ ଚନ୍ଦ୍ରଶେଖର ପଣ୍ଡା, ଚନ୍ଦ୍ରମଣି ସାମଲ, ହୃଷିକେଶ ସାହୁ ଓ‌ସଦାଶିବ ଦାଶ,ନରେନ୍ଦ୍ର ଜେନା, ରବିନ୍ଦ୍ର କୁମାର ନାୟକ, ସରୋଜ ଦେ, ରଘୁନାଥ ବେହେରା, ଅଭିମନ୍ୟୁ ରାଉତ,ନିରଞ୍ଜନ ଘଡେଇ, ପଦ୍ମନାଭ ସ୍ବାଇଁ, ଭାଗିରଥୀ ଆଚାର୍ଯ୍ୟ, ହେମନ୍ତ ଧୀର, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ପବିତ୍ର ରଞ୍ଜନ ମହାନ୍ତି, ପ୍ରଦ୍ୟୁମ୍ନ କୁମାର ବୋଇତାଇ, କୁଞ୍ଜବିହାରୀ ମହନ୍ତି, ଟିକାୟତ ପାଲ, ସର୍ମିଲା ଦେଓ, ବ୍ରଜେଶ୍ବରୀ ସିଂ, ସୁବାଷ ଚନ୍ଦ୍ର ମିଶ୍ର, ଜ୍ଞାନରଞ୍ଜନ ରାଉତ, ଜଗଦୀଶ ମଟାଣିଆ, ଅଶ୍ବିନୀ ଦାସ, ଅସିତ୍ କୁମାର ଦାସ, ଇଂ ବିଶ୍ବଜିତ ମହାନ୍ତି, ରଘୁନାଥ ରାଉତ, ଇଂ ଦିଗନ୍ତ ରାଉତ, ଆଡଭୋକେଟ୍ ସୁଧାଂଶୁ ଦାସ ଓ ନାରାୟଣ ପ୍ରସାଦ ପତି, ପୁଲିନ ବିହାରୀ ଖୁଣ୍ଟିଆ, ନିରଞ୍ଜନ ବିଶ୍ବାଳ, ସନାତନ ମଲ୍ଲିକ, ଅଭିମନ୍ୟୁ ମିଶ୍ର,ତାପସ ରଞ୍ଜନ, ଅକ୍ଷୟ କୁମାର ଜେନା, ବିଶ୍ବନାଥ ସାହୁ, ଦେବପ୍ରକାଶ ମହାନ୍ତି, ଅମୂଲ୍ୟ କୁମାର ତ୍ରିପାଠୀ ଓ ବିଜୟାନନ୍ଦ ମଲ୍ଲିକଙ୍କ ସମେତ ‌ବିଭିନ୍ନ ରାଜନୀନୈତିକ ଓ ଅଣରାଜନୈତିକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଦାମୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close