ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ ଏବଂ ସହାୟତା ରାଶି ପ୍ରଦାନ ଶିବିର

ବ୍ୟାସନଗର, ୦୧/୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ସନ୍ତରା ସ୍ଥିତ ‘ସଂସ୍କୃତି ଭବନ’ ଠାରେ ଆଜି ସୋମବାର ସକାଳେ ଯାଜପୁରରୋଡ଼ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ମିଳିତ ଭାବେ ଜିଲ୍ଲାସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ଏବଂ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ ଶିବିର-୨୦୨୩ କଳିଙ୍ଗନଗର ଅତିରିକ୍ତ ଆୟୁୂକ୍ତ, ଭୂଲେଖ ଓ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ‘ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ଶ୍ରମିକ କଲ୍ୟାଣ ବୋଡ’ର୍, ଓଡ଼ିଶା ଅଣ-ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼, ଶିଶୁ ଓ କିଶୋର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ) ଆଇନ-୧୯୭୯ରେ ଥିବା ସୁବିଧା, ସୁଯୋଗ ଓ ଅଧିକାର ଆଦି ଉପରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଆଲୋକପାତ କରିବା ସହ ରାଜ୍ୟରେ ପ୍ରଣୟନ ହୋଇଥିବା ୧୭ଟି ଶ୍ରମ ଆଇନ ଉପରେ ବିଶଦ ବିବରଣୀ ପ୍ରଦାନ କରି ଏଗୁଡିକର ପାଳନ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥିସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୫୫୮ଜଣ ନିର୍ମାଣ ଶ୍ରମିକମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ବିବାହ ସହାୟତା ନିମନ୍ତେ ୩୨୨ ଜଣ ହିତାଧିକାରୀଙ୍କୁ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ହିସାବରେ ମୋଟ ୧ କୋଟି ୫୫ ଲକ୍ଷ ୭୫ ହଜାର ଟଙ୍କା ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରାଯାଇଥିବା ବେଳେ ୧୫ଜଣ ମହିଳା ଶ୍ରମିକଙ୍କୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ହିସାବରେ ମୋଟ ୦୧ଲକ୍ଷ ୫୦ ହଜାର ଟଙ୍କା ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି କହିଥିଲେ । ସେହିପରି ୨୨୧ଜଣ ହିତାଧିକାରୀଙ୍କୁ ମୋଟ ୨୦ଲକ୍ଷ ୪୮ହଜାର ୪୦୦ଟଙ୍କା ଶିକ୍ଷା ସହାୟତା ପ୍ରଦାନ କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ଓ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ ରାଜ୍ୟ ତଥା ଦେଶର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ବିଶ୍ୱକର୍ମାମାନଙ୍କୁ ସେ ତାଙ୍କର ଶ୍ରେଷ୍ଠ ସମ୍ମାନ ପ୍ରଦାନ କରିବା ସହ ଓଡ଼ିଶା ସରକାର ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର ବୋଲି ସେ କହିଥିଲେ । ଏଥିରେ କୋରାଇ ବିଧାୟକ ଅଶୋକ କୁମାର ବଳ, ଯାଜପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବ୍ୟାସନଗର ପୈାର ପରିଷଦର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଂଶସା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମଂଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶ୍ରମ ଅଧିକାରୀ ସଂଜିତ୍ କୁମାର ଦେଓ । କାଯ୍ୟକ୍ରମ ପରିଚାଳନାରେ ଶ୍ରମ ବିଭାଗର ଦେବଶ୍ରୀ ପଣ୍ଡା, ମହେଶ କୁମାର ସୁନାନୀ, ନାରାୟଣ ଚନ୍ଦ୍ର ନନ୍ଦ, ସଂଗ୍ରାମ କିଶୋର ସାହୁ, ଶଶିକାନ୍ତ ପ୍ରଧାନ, ରତ୍ନାକର ପରିଡ଼ା, ସନ୍ତୋଷ କୁମାର ନାୟକ, ଶ୍ରାବଣୀ ମୁର୍ମୂ, ପ୍ରକାଶ ଜେନା, ପ୍ରସନ୍ନ କୁମାର ନାୟକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଏହି ସମାବେଶରେ ୦୧ ହଜାର ପାଖାପାଖି ଶ୍ରମିକ ଯୋଗ ଦେଇଥିବା ବେଳେ ବହୁ ରାଜ ନେତା, ବୁଦ୍ଧିଜୀବୀଙ୍କ ସହ ବହୁ ଶ୍ରମିକ ନେତା ସର୍ବଶ୍ରୀ ପରମାନନ୍ଦ ସେଠୀ, ପ୍ରଦୀପ ନାୟକ, ଦୁଷ୍ମନ୍ତ କୁମାର ରାଉତ, ଅରୁଣ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close