
ସୁକିନ୍ଦାରୋଡ ଶ୍ରମିକ ସଂଘ ପକ୍ଷରୁ ୧୩୭ ତମ ବିଶ୍ୱ ଶ୍ରମିକ ଦିବସ ପାଳନ
ବ୍ୟାସନଗର,୧. ୫: ଆଜି ତା ୧. ୫. ୨୩ ରିଖ ମାନଗୋବିନ୍ଦପୁର ସ୍ଥିତ ସୁକିନ୍ଦାରୋଡ ଲୋଡିଙ୍ଗ ଓ ଉନଲୋଡିଙ୍ଗ ଶ୍ରମିକ ସଂଘ କାର୍ଯ୍ୟାଳୟ ସମୁଖରେ ବିଶ୍ୱ ଶ୍ରମିକ ଦିବସ ପରିପ୍ରେକ୍ଷୀରେ ସଂଘ ସଭାପତି ବିଦ୍ୟାଧର ମହାନ୍ତି ପ୍ରଥମେ ପତାକା ଉତ୍ତଳନ ସହ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଶ୍ରୀ ମହାନ୍ତି ଉଦବୋଧନ ଦେଇ କହିଲେକି ସାରା ଦେଶରେ ଶ୍ରମିକ ନିଜର ଅଧିକାର ପାଇଁ ଲଢେ଼ଇ କରୁଥିଲା ବେଳେ କଳିଙ୍ଗନଗରରେ ଶ୍ରମିକ ଶୋଷଣର ମୁଖ୍ୟ କାରଣ ଏଠାରେ ଥିବା ଶିଳ୍ପପତି ଓ ଶ୍ରମ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା । ଯାହା ଫଳରେ ଶ୍ରମିକ ଓ କର୍ମଚାରୀମାନେ ସର୍ବନିମ୍ନ ମଜୁରୀ ତଥା ସାମାଜିକ ନିରାପତ୍ତାରୁ ବଂଚିତ। କେନ୍ଦ୍ର ସରକାର ୪୪ ଗୋଟି ଶ୍ରମ ଆଇନକୁ ସାଂସାଧନ କରି ୪ ଗୋଟି କୋଡ଼ କରିବା ସିଧା ପୁଞ୍ଜିପତିମାନଙ୍କୁ ସୋହାଇଛି ବୋଲି ଶ୍ରୀ ମହାନ୍ତି ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିମନୁ ପାତ୍ର. ଲଷ୍ମୀଧର ପାତ୍ର, ମୂନେଶ୍ୱର ନାୟକ, ସୁଦର୍ଶନ ତରାଇ, ବିଦ୍ୟାଧର ଜେନା ଶ୍ରମିକମାନେ ନିଜ ନିଜ ଅଧିକାରରୁ ବଂଚିତ ହେଉଥିବା କଥା ଉଲେଖ କରିଥିଲେ । ଏହି ସମାବେଶରେ ୨୨ ବର୍ଷ ଧରି ଶ୍ରମିକ ଆନ୍ଦୋଳନରେ ତ୍ୟାଗ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ସେମାନେ ହେଲେ ସନାତନ ପାତ୍ର ବୁଦ୍ଧିରାମ ନାୟକ. ଦେବେନ୍ଦ୍ର ମୁଣ୍ଡା. ନିତ୍ୟାନନ୍ଦ ନାୟକ. କାଠିଆ ନାୟକ. ମଙ୍ଗୁଳି ନାୟକ ତତସହିତ ୯ଜଣ ଶ୍ରମିକ ମୃତକ ପରିବାରକୁ ଇମ୍ଫା କମ୍ପାନୀର ଠିକାଦାର ଓ ମହାନ୍ତି ଆଶ୍ସୋସିଏଟର ପରିଚାଳନା ନିଁର୍ଧେଶକ ପ୍ରଦୀପ କୁମାର ମହାନ୍ତି । ଲଷ୍ମୀଧର କରଙ୍କ ଦ୍ୱାରା ଆର୍ଥିକ ସହାୟତା ଦେଇଥିବାରୁ ଶ୍ରମିକ ସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା । ମୂର୍ତକ ଶ୍ରମିକ ପରିବାର ମହିଳାମାନଙ୍କୁ ପ୍ରମିଳା ନାୟକଙ୍କ ଦ୍ୱାରା ଉତ୍ତରୀୟ ସହ ସମବେଦନା ଜଣାଇଥିଲେ । ଶେଷରେ ବିଦ୍ୟାଧର ଜେନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।