ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦ ତରଫରୁ ଆୟୋଜିତ ଏକ ଆଲୋଚନା ଚକ୍ର “ମଧୁ କଥା – ମଧୁ ବ୍ୟଥା “

ବ୍ୟାସନଗର;୨୭/୦୪(ନି ପ୍ର ): ମଧୁ ଓଡ଼ିଶା ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ହୋଟେଲ ଦୟାଲ ରେସିଡେନ୍ସି କାହ୍ନେଇପୂର୍ ଠାରେ “ମଧୁ କଥା – ମଧୁ ବ୍ୟଥା ” ଉପରେ ଏକ ଆଲୋଚନା ଚକ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧୁ ଓଡ଼ିଆ ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦର ରାଜ୍ୟ ସଭାପତି ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଓ ଏ ଓଡ଼ିଆ ଜାତିର ସ୍ବାଭିମାନ ଉପରେ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁସ୍କାରପ୍ରାପ୍ତ ସାହିତ୍ୟିକ ଦାଶ ବେନହୁର ମଧୁବାବୁଙ୍କ ଉପରେ ସାରଗର୍ଭକ ମତ ରଖିବା ସହ ମଧୁବାବୁଙ୍କ ଓଡ଼ିଆ ଜାତି ପାଇଁ ପ୍ରେମ ଓ ବଳିଦାନକୁ ସାମ୍ନାକୁ ଆଣିବାକୁ ନିଜ ବକ୍ତବ୍ୟରେ କହିଥିଲେ।ଓଡ଼ିଆ ଜାତି ପାଇଁ ସେ ଯାହା କରିଛନ୍ତି ତାହା ଅବର୍ଣ୍ଣନୀୟ।ତଥାପି ତାଙ୍କର ସ୍ମୁତି ଧୀରେ ଧୀରେ ଲୋପ ପାଇବାକୁ ଲାଗିଛି, ଆଉ ଆମ ଜଗନ୍ନାଥ ଆଉ ଓଡ଼ିଆ ଭାଷା ହିଁ ଆମ ଓଡ଼ିଶାର ପ୍ରକୃତ ପରିଚୟ ବୋଲି ମୁଖ୍ୟ ଅତିଥି କହିଥିଲେ । ଯାଜପୁର ଜିଲ୍ଲା ଓ କେଉଁଝର ଜିଲ୍ଲାର ଶତାଧିକ ମଧୁପ୍ରେମି ବେନହୁର ଙ୍କ ଅମିୟ ବାଣୀ କୁ ଶୁଣି ଆନନ୍ଦିତ ହୋଇଥିଲେ । ମଧୁ ଓଡ଼ିଆ ସେନାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୁରୁ ମୁଖ୍ୟ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମଧୁ ଓଡ଼ିଆ ସେନାର ଯାଜପୁର ଜିଲ୍ଲା ସଭାପତି ପ୍ରସନ୍ନ ମିଶ୍ର, ପୂଜ୍ୟପୂଜା ପ୍ରତିଭା ପରିଷଦର ଯାଜପୁର ଜିଲ୍ଲା ସଭାପତି ଭୁବନ ମୋହନ ମହାନ୍ତି , ମଧୁ ଓଡ଼ିଆ ସେନା ର ରାଜ୍ୟ ଛାତ୍ର ସଭାପତି ବିଶ୍ଵ ଭୁଷଣ ମହାପାତ୍ର, ଯୁବ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟସ୍ତରୀୟ ମାନବାଧିକାରକର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସଂଗଠକ, ସାହିତ୍ୟିକ, ରାଜନେତା, ପ୍ରିଣ୍ଟ ତଥା ଇଲେକଟ୍ରୋନିକ୍ସ ଗଣ ମାଧ୍ୟମର ପ୍ରତିନିଧି, ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବୋଲି ମଧୁ ଓଡ଼ିଆ ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୁରୁ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close