Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ନଛିପୁରର ବର୍ଷିୟାନ ଧର୍ମପରାୟଣ ବ୍ୟକ୍ତି ମହେଶ୍ୱର ଦଳାଇଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ପଟୁଣିଆ, ୧୯/୪(ଅନୀଲ କୁମାର ସାମନ୍ତରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପଟୁଣିଆ ପଂଚାୟତ ଅଧିନସ୍ଥ ନଛିପୁର ଗ୍ରାମର ବୟୋଜ୍ୟେଷ୍ଠ ତଥା ଧର୍ମପରାୟଣ ବ୍ୟକ୍ତି ମହେଶ୍ୱର ଦଳାଇଙ୍କ ଗତ ରବିବାର ୧୬ ତାରିଖ ଭୋର ୪ଟା ୫୭ମି. ସମୟରେ ପରଲୋକ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଶଯ୍ୟାଶାୟୀ ଥିଲେ । ସେ ଜଣେ ସାଧାରଣ ବ୍ୟକ୍ତି ଥିଲେ । କୈାଣସି ପ୍ରକାରର କଳହ ଆଦିରୁ ସେ ଦୂରରେ ରହୁଥିଲେ । ନିର୍ମଳ ସ୍ୱଭାବ ପାଇଁ ଗାଁରେ ତାଙ୍କର ପ୍ରଶଂସା ଥିଲା । ଧର୍ମ କାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ଗ୍ରାମ ଶଶ୍ମାନରେ ତାଙ୍କର ଶବଦାହ କରାଯାଇଥିଲା । ଏକ ମାତ୍ର ପୁତ୍ର ମଦନ ମୋଦନ ଦଳାଇ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ୦୩ ଭାଇ ଥିଲେ । ବଡ଼ ଭାଇ ବିଷ୍ଣୁଚରଣ ଦଳାଇଙ୍କ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ସାନ ଭାଇ କପିଳେଶ୍ୱର ଦଳାଇ ଭଦ୍ରଖର ମଂଜୁରୀରୋଡ଼ ସ୍ଥିତ ‘ବଳଦେବ ଜୀଉ ଉଚ୍ଚ ବିଦ୍ୟାଳୟ’ରୁ ଜଣେ ଶିକ୍ଷକ ଭାବେ ଅବସରଗ୍ରହଣ କରିଛନ୍ତି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି । ବରିଷ୍ଠ ନେତା ନିରଞ୍ଜନ ଦଳାଇ, ବଟକୃଷ୍ଣ ନାୟକ, ଭଣଜା ଅନନ୍ତ ରାଉତ, ଚିତରଂଜନ ରାଉତ, ଚିତରଂଜନ ନାୟକ, ଅଶୋକ ସାମନ୍ତରାୟ, ଅନୀଲ ସାମନ୍ତରାୟ, ଝିଆରୀ ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ନାତି ସୈାମ୍ୟ ପ୍ରକାଶ ଦଳାଇ (କୁନା), ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମନ ରାୟ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close