ଭଦ୍ରଖରେ ଇଏସଆଇସିର ଶାଖା କାର୍ଯ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ପି. ଏସ ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ

ଭଦ୍ରଖ, ୧୯/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଭଦ୍ରଖ ଜିଲ୍ଲା ମୁଖ୍ୟାଳୟ ଠାରେ ତଥା ସହରର ୧୬ନଂ ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ସ୍ଥାନୀୟ ମଟେରା ଛକ ନିକଟରେ ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି)ର ଶାଖା କାର୍ଯ୍ୟାଳୟଟି ଭୂବନେଶ୍ୱର ସ୍ଥିତ କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡାଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ସୁଚନାଯୋଗ୍ୟ ଶ୍ରୀଯୁକ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓଡ଼ିଶାରେ ଇଏସଆଇସି ଭିତିଭୂମିର ବ୍ୟାପକ ବିକାଶ ହେଉଥିବାର ଦେଖିବାକୁ ମିଳୁଛି । ଶ୍ରୀଯୁକ୍ତ ପଣ୍ଡାଙ୍କ ସଫଳ ଓ ମାରାଥାନ ଉଦ୍‌ଘାଟନର ପର୍ବ ଆଜି ପୁଣି ଦେଖିବାକୁ ମିଳିଛି । ଗତ କାଲି ନୟାଗଡ଼ ଠାରେ ଇଏସଆଇସି ଏକ ଶାଖା କାର୍ଯ୍ୟାଳୟ ଖୋଲିଥିବା ବେଳେ ଆଜି ବୁଧବାର ଭଦ୍ରଖ ଠାରେ ଏକ ଶାଖା କାର୍ଯ୍ୟାଳୟ ଖୋଲିଛି । ଆସନ୍ତା କାଲି ଗୁରୁବାର ତା. ୨୦/୪/୨୩ରେ କେନ୍ଦ୍ରାପଡ଼ା ଠାରେ ଅନୁରୂପ ଭାବେ ଶାଖା କାର୍ଯ୍ୟାଳୟ ଖୋଲିବାକୁ ଯାଉଛି । ଶ୍ରୀଯୁକ୍ତ ପଣ୍ଡା ନିଜସ୍ୱ ତତ୍ୱାବଧାନରେ ଏସବୁ ଉଦ୍‌ଘାଟନ କାର୍ଯ୍ୟ ଚାଲିଛି । ସୂଚନାଯୋଗ୍ୟ, ଭଦ୍ରଖରେ ଇଏସଆଇସିର ଶାଖା କାର୍ଯ୍ୟାଳୟ (Branch Office) ନ ଥିବାରୁ ଏଠାକାର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ବୀମାଧାରୀ ଯାଜପୁରରୋଡ଼ ଶାଖା କାର୍ଯ୍ୟାଳୟ ଉପରେ ନିର୍ଭର କରି ଆସୁଥିଲେ । ଯାଜପୁରରୋଡ଼ ଶାଖାଟି ଏକ ବୃହତ ଶାଖା ଭାବେ ବେଶ ପରିଚିତ । ଏହି ଶାଖା ଉପରେ ୯୦ ହଜାରରୁ ୦୧ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀ ନିର୍ଭର କରିଆସୁଥିଲେ । ଏବେ ଭଦ୍ରଖରେ ନୂତନ ଶାଖା ଖୋଲିଯିବା ପରେ ୧୦ ହଜାରରୁ ଉର୍ଦ୍ଧ ବୀମାଧାରୀ ଭଦ୍ରଖ କାର୍ଯ୍ୟାଳୟ ଜରିଆରେ ଉପକୃତ ହେବେ । ଭଦ୍ରଖ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ । ଏଠାରେ ଫେକର କାରଖାନା, ଧାମରା ବନ୍ଦର ଭଳି ବଡ଼ ବଡ଼ ସଂସ୍ଥା ରହିଥିବା ବେଳେ ବହୁ ମଧ୍ୟମ ଓ କ୍ଷୁଦ୍ର ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦି ଥିବାରୁ ଏହି ନୂତନ ଶାଖା ଉପରେ କାଳକ୍ରମେ ବୀମାଧାରୀଙ୍କ ସଂଖ୍ୟା ବଢ଼ିବ ବୋଲି କ୍ଷେତ୍ରୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ‘ଉଦୟବଟ’କୁ କହିଛନ୍ତି । ଆଜିର ଏହି ଶାଖା ଉଦ୍‌ଘାଟନ ଉତ୍ସବରେ ସହକାରୀ ନିର୍ଦ୍ଦେଶକ (ବେନିଫିଟ୍‌ସ) ବି ଏମ ପାଣିଗ୍ରାହୀ, ଶାଖା ପରିଚାଳକ ଶିଶିର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close