ବ୍ୟାସନଗରରେ ଅର୍ଥନୈତିକ ଅବରୋଧ, ବିଭିନ୍ନ ଛକରେ ପିକେଟିଂ

ବ୍ୟାସନଗର, ୨୦/୪(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ବୁଧବାର ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ବ୍ୟାସନଗର ବନ୍ଦ, ବ୍ୟାସନଗରରେ ଅର୍ଥନୈତିକ ଅବରୋଧ । ସହରର ବିକାଶ ଆଶାନୁରୂପକ ହୋଇପାରୁ ନ ଥିବା ଦର୍ଶାଇ ବିଭିନ୍ନ ସଂଗଠନକୁ ଏହି ବନ୍ଦରେ ସାମିଲ କରିବାକୁ ଯୋଜନା ରଖିଥିବା ନାଗରିକ କମିଟିର ବନ୍ଦ ପାଇଁ ଛକ ଛକ ମାନଙ୍କରେ ପୋଲିସ ଫୋର୍ସ ମୃତୟନ ରହିଥିବାର ପରିଲକ୍ଷିତ ହୋଇଛି । ରାଧାନାଥମାର୍ଗ, ଷ୍ଟେସନ ବଜାରରେ ବନ୍ଦର କେହି କର୍ମକର୍ତା ନ ଥିବା ବେଳେ ଗୋପବନ୍ଧୁ ଛକରେ ବନ୍ଦ ଡ଼ାକରା ଦେଇଥିବା କିଛି ଛାମୁଆ କର୍ମକର୍ତା ସର୍ବଶ୍ରୀ ଦୁର୍ଯ୍ୟୋଧନ ରାଉତ, ପ୍ରଫୁଲ୍ଲ ନାୟକ, ପଦ୍ମନାଭ ସ୍ୱାଇଁ, ଆଡ଼ଭୋକେଟ ରବୀନ୍ଦ୍ର ନାୟକ, ନିର୍ମଳ ରଥ, ଦାମୋଦର ପଣ୍ଡା ପ୍ରମୁଖ ପିକେଟିଂ କରୁଥିବାର ଦେଖାଯାଇଛି । ସେହିପରି ଗୋଶାଳା ଛକ, ଧବଳଗିରି ଛକ ଆଦିରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । ପ୍ରବଳ ଗରମ ପଡ଼ୁଥିବା ହେତୁ ଛୁଟି ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ବନ୍ଦ ବିଶେଷ ଖୋରାକ ଯୋଗାଇଛି । ସ୍ଥାନୀୟ କଳ କାରଖାନା ସହ କଳିଙ୍ଗନଗର ଶିଳ୍ପାଂଚଳର କାରଖାନା ବନ୍ଦ ଯୋଗୁ ପ୍ରଭାବିତ ହେବାକୁ ଥିବାରୁ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଗତ କାଲି ଠାରୁ କାରଖାନା କର୍ତୃପକ୍ଷ ସଜାଗ ରହିଛନ୍ତି । ଏଣେ ଘରୋଇ ସ୍କୁଲ କର୍ତୃପକ୍ଷମାନେ ଆଜି ଛୁଟି ଘୋଷଣା କରି ଗତ କାଲି ଠାରୁ ନୋଟିସ ଜାରୀ କରି ଗ୍ରୃପ ଜରିଆରେ ଜଣାଇଦେଇଛନ୍ତି । ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଗତ କାଲି ବନ୍ଦ ଡ଼ାକରାରେ ସାମିଲ ହେବାକୁ ଥିବା ୧୪ ଜଣ ଛାମୁଆ କର୍ମକର୍ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ଼ (ଆଇ.ପି.ସି)ର ୧୦୭ ଧାରାରେ ବ୍ୟାସନଗର ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌, ଯାଜପୁରରୋଡ଼ଙ୍କ ତରଫରୁ କ୍ରିମିନାଲ ମିସ୍ କେସ ନଂ. ୮୭/୨୦୨୩ ଲାଗୁ କରାଯାଇ ବନ୍ଦକୁ ପ୍ରଶମିତ କରିବା ପାଇଁ ଯୋଜନା ହୋଇଥିବାର ଜଣାଯାଇଛି । ମାତ୍ର ବନ୍ଦ ସକାଳ ୦୬ରୁ ସନ୍ଧ୍ୟା ୦୬ ଟା ପର୍ଯ୍ୟନ୍ତ ଡ଼ାକରା ଦିଆଯାଇଛି । କେଉଁଠି କ’ଣ ଘଟିବ ସେଥିଲାଗି ପ୍ରଶାସନ ସଜାଗ ଥିବାର ଦେଖାଯାଇଛି ।

         ସୂଚନାଯୋଗ୍ୟ, ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ୦୫ ଦଫା ଦାବୀ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୩ ଦିନ ଧରି ଧାରଣା ଦେଇଥିଲେ ହେଁ ପ୍ରଶାସନ ଏଗୁଡିକୁ ପୂରଣ କରିବାର ନା ଗନ୍ଧ ଧରି ନ ଥିଲା । ଫଳତଃ ଆଜି ବ୍ୟାସନଗର ବନ୍ଦର ଡ଼ାକରା ଦିଆଯାଇଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୁତ ଆଜିର ଏହି ବନ୍ଦରେ ବିଭିନ୍ନ ଅନୁଷ୍ଠାନର ବହୁ ବରିଷ୍ଠ କର୍ମକର୍ତା ତଥା ବ୍ୟକ୍ତିବିଶେଷ ଯଥା-ବିଦ୍ୟାଧର ମହାନ୍ତି, ବିବେକାନନ୍ଦ ମହାନ୍ତି, ଚନ୍ଦ୍ରମଣି ସାମଲ, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ସଦାଶିବ ଦାସ, ହେମନ୍ତ କୁମାର ସାହୁ, ରାଜେନ୍ଦ୍ର କୁମାର ବିଶ୍ୱାଳ, ଦୁଷ୍ମନ୍ତ କୁମାର ନାୟକ, ଚନ୍ଦ୍ରଶେଖର ପଣ୍ଡା, ହୃଦାନନ୍ଦ ସାମଲ, ହୃଷିକେଶ ସାହୁ ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିଲେ । ଏଥିସହ ସହରର ବହୁ ବରିଷ୍ଠ ନେତା ଯଥା- କଂଗ୍ରେସର ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜେପି ନେତା ବିଶ୍ୱଜିତ୍ ନାୟକ, ଆଲେକଜାଣ୍ଡାର ଦାସ, ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡ଼ାଇ, ଇତିଶ୍ରୀ ଜେନା, ନିତ୍ୟାନନ୍ଦ ମହାଳିକ, ପ୍ରସନ୍ନ ସାମଲ, ଆପ୍ ନେତା ଧରଣୀଧର ଘଡ଼ାଇ, ରବୀନ୍ଦ୍ର ରାଉତ, ବଚନ ସାମଲ, ରାଜେଶ କୁମାର ରାଉତ, ନାରୀ ନେତ୍ରୀ ଜୟନ୍ତୀ ଜେନା ଓ ଆରତୀ ସ୍ୱାଇଁ, ପୂର୍ବତନ ଉପ-ନଗରପାଳ ପ୍ରମୋଦ ପରିଡ଼ା, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁବାଷ ଧଳ, ବିଜୟ କୁମାର ସାହୁ, ଉମାକାନ୍ତ ରାଉତ, ଜ୍ଞାନରଂଜନ ରାଉତ, କୈଳାସ ରାଉତ, ଶିକ୍ଷାବିତ୍ ବ୍ରଜେଶ୍ୱରୀ ସିଂହ, ଅଶ୍ୱିନୀ ଦାସ, ସନାତନ ମଲ୍ଲିକ, ହେମନ୍ତ ଧିର, କଳିଙ୍ଗ ପହି, ସୁଧାନିଧି ମହାପାତ୍ର, ସୈାମେନ୍ଦ୍ର ରାଉତ, ଅର୍ଜ୍ଜୁନ ରାଉତ, ପ୍ରିତୀରଂଜନ ସାହୁ, କାଉନସିଲର ସିର୍ଦ୍ଧାଥ ଶଙ୍କର ସାମଲ ଓ ବିକାଶ ଆଇଚ, ଅସିତାନନ୍ଦ ବିଶ୍ୱାଳ, ମହେଶ୍ୱର ନାୟକ ପ୍ରମୁଖ ବନ୍ଦରେ ସାମିଲ ହୋଇଥିଲେ ।

   ଆଜି ବ୍ୟାସନଗର ବନ୍ଦ ଯୋଗୁ ସେପରି କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବାର କହିଛନ୍ତି ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ । ସେ କହିଛନ୍ତି ଯେ, ବନ୍ଦକୁ ସ୍ୱତଃ ପ୍ରବୃତ ସମର୍ଥନ ମିଳିଥିବା ବେଳେ ଜରୁରୀ କାମରେ ଯାଉଥିବା ବ୍ୟକ୍ତିଙ୍କୁ ବୁଝାସୁଝା ପରେ ଆନ୍ଦୋଳନକାରୀମାନେ ଛାଡି ଦେଉଥିଲେ । ପଥଚାରୀ, ସାଇକେଲ ଓ ମୋଟର ସାଇକେଲ ଆରୋହୀଙ୍କ ପାଇଁ ବିଶେଷ ଅସୁବିଧା ନ ଥିବା ବେଳେ ୦୪ ଚକିଆ ଯାନର ଚଳାଚଳ ସହର ମଧ୍ୟରେ ପ୍ରାୟତଃ ବନ୍ଦ ରହିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ ପାଇଁ ସହରର ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ ୦୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଥିଲେ । ଆଇ.ଆଇ.ସି ଶ୍ରୀଯୁକ୍ତ ପ୍ରଧାନଙ୍କ ସହ ଡି.ଏସ.ପି ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଦୃଷ୍ଟି ରଖିଥିଲେ । ମୋଟାମୋଟି ଭାବେ ଆଜିର ବନ୍ଦ ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close