Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ସ୍ୱେଚ୍ଛାସେବୀ ସଂଗଠନ ‘ହେଲ୍ପିଂ ହ୍ୟାଣ୍ଡସ୍‌’ର ୩ୟ ବାର୍ଷିକୋତ୍ସବ ଅନୁଷ୍ଠିତ

କୁଆଖିଆ, ୧୧/୪(ଉ. ନ୍ୟୁଜ୍ ବ୍ୟୁରୋ): ତା ୦୯/୦୪/୨୩ ଣିଖ ସୋମବାର ଅପରାହ୍ନରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଂଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍ପିଂ ହ୍ୟାଣ୍ଡସ୍‌’ର ୩ୟ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଗୁପାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ଘାଟକ ଭାବେ ସୁନାମଧନ୍ୟ ପ୍ରସ୍ତର ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଉଦ୍‌ଘାଟକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ଅବସରପ୍ରାପ୍ତ ବିଚାରପତି ଗୟାଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକ ଯୁବତୀମାନେ ସେମାନଙ୍କ ଉତ୍ସର୍ଗୀକୃତ ସେବା ବଳରେ ସମାଜର ବହୁ କିଛି ମଂଗଳ କରିପାରିବେ ବୋଲି ଆଶାପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପକ ସୈାରେନ୍ଦ୍ର କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ରାୟ, ଏନ.ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନୋଦ ବିହାରୀ ବିକ୍ରମ, ଛତିଆ ସେବା ଆଶ୍ରମର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ବିଶ୍ୱାଳ, ସାମାଜିକ କର୍ମୀ କୃଷକ ଲକ୍ଷଣ ଦାଶମେନେକା ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି ସ୍ୱେଚ୍ଛାସେବୀମାନଙ୍କୁ ସେବା କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ରଥ ମଂଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଂପାଦକ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ କୈଳାସ ରାଉତ, ପ୍ରକାଶ କୁମାର ରଥ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସାମ୍ବାଦିକ ରଂଜିତ କୁମାର ରାଉତଙ୍କ ସମେତ ବହୁ ପ୍ରତିଭାଧାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close