ଦୈନିକ ମଜୁରୀ ୧୨ ଟଙ୍କା ବଢ଼ିଲା, ଗତ ଏପ୍ରିଲ ୦୧ ତାରିଖ ଠାରୁ ଲାଗୁ ହେବା ପାଇଁ ନିର୍ଦ୍ଦେଶାନାମା ଜାରୀ କଲେ ଶ୍ରମ କମିଶନର

ଭୂବନେଶ୍ୱର, ୦୫/୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ):ତା ୦୫/୦୪/୨୦୨୩ ବୁଧବାର ରାଜ୍ୟ ଶ୍ରମ କମିଶନର ତିରୁମାଳା ନାଏକଙ୍କ ଦ୍ୱାରା ଜାରୀ କରାଯାଇଥିବା ନିର୍ଦ୍ଦେଶାନାମା ନଂ.୨୫୦୦/ଏଲସି ଅନୁସାରେ ପ୍ରତି ବର୍ଗର ଶ୍ରମିକମାନଙ୍କ ମହାଙ୍ଗାଭତା (V.D.A-Variable Dearness Allowance) ଦୈନିକ ହାଜିରା ପିଛା ୧୨ଟଙ୍କା ବଢ଼ିବ । ଏହା ଗତ ୦୧/୦୪/୨୦୨୩ ଠାରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି । ଫଳରେ ଏଣିକି ଅଣ-କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୩୩ଟଙ୍କା ପରିବର୍ତେ ୩୪୫ ଟଙ୍କା ହେବ । ସେହିପରି ଅର୍ଦ୍ଧ-କୁଶଳୀଙ୍କ ମଜୁରୀ ୩୭୩ରୁ ୩୮୫କୁ, କୁଶଳୀଙ୍କ ୪୨୩ରୁ ୪୩୫କୁ ଏବଂ ଅତି-କୁଶଳୀଙ୍କ ଦୈନିକ ମଜୁରୀ ୪୮୩ରୁ ୪୯୫ଟଙ୍କାକୁ ବୃଦ୍ଧି ହୋଇଛି । ଆଗକୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହେବାକୁ ଯାଉଥିବା ବେଳେ ଏବଂ ପାଣିପାଗକୁ ଲକ୍ଷ୍ୟ କଲେ ଆଉ କିଛି ମାସ ମଧ୍ୟରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଦେଖାଯାଇଥିବା ବେଳେ ଶ୍ରମିକମାନଙ୍କ ଏହି ଦୈନିକ ମଜୁରୀ ୧୨ଟଙ୍କା ବଢ଼ିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ସୂଚନାଯୋଗ୍ୟ, ଗତ ୦୧/୧୦/୨୦୨୨ରେ ଦୈନିକ ମଜୁରୀ ୭ଟ. ବଢ଼ିଥିଲା । ଏହି ମଜୁରୀ ବୃଦ୍ଧି ସର୍ବନିମ୍ନ ମଜୁରୀ ନିୟମ-୧୯୪୮ ଅନୁସାରେ ବର୍ଷରେ ୦୨ ଥର ଲେଖାଏ ବଢ଼ିଆସୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close