ବ୍ୟାସନଗର ନାଗରିକ କମିଟି ମିଳିତ କ୍ରିୟାନୁଷ୍ଠାନ କମିଟିର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣଧାରଣା

ବ୍ୟାସନଗର: ବ୍ୟାସନଗର ନାଗରିକ କମିଟି ଦ୍ୱାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଆଜି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ 5ଦଫା ସମ୍ବଳିତ ଦାବିକୁ ନେଇ ଗଣଧାରଣା ଆରମ୍ଭ କରାଯାଇଛି 5ଦଫା ଦାବିଗୁଡିକ ହେଲା 1-ହୋଲଡିଙ୍ଗ ଟ୍ୟାକ୍ସ ବୃଦ୍ଧି 2-ଜମିଜମା ସମସ୍ୟା 3-ଫ୍ଲାଇ ଓଭରବ୍ରିଜ ସମସ୍ୟା ଓ ଅନ୍ୟାନ୍ୟ 4-ବିଦ୍ୟୁତ ସମସ୍ୟା 5-ଶହେ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲ ପ୍ରମୁଖ ଦାବିଗୁଡିକ ନେଇ ନାଗରିକ କମିଟିର ସଭାପତି ଡ଼ଃ ହେମନ୍ତ କିଶୋର ସାହୁଙ୍କ ଅଧକ୍ଷତାରେ ଡ଼ଃ ଦୁଷ୍ମନ୍ତ ନାୟକ ସଭା ପରିଚାଳନା କରିଥିଲେ ନାଗରିକ କମିଟି ସମ୍ପାଦକ ଦୁର୍ୟୋଧନ ରାଉତ ସୂଚନା ଦେଇଥିଲେ ଯେ ଯେପର୍ଯ୍ୟନ୍ତ ସମସ୍ତ ଦାବିଗୁଡିକ ପୂରଣ ନ ହେଇଛି ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ । ଆବାହକ ବିଦ୍ୟାଧର ମହାନ୍ତି, ଡ଼ଃ ପ୍ରମୋଦ କୁମାର ଶତପଥୀ, ପୂର୍ବତ୍ତନ ଉପନଗରପାଳ ହୃଦାନନ୍ଦ ସାମଲ, ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ, ପୂର୍ବତନ ଉପନଗରପାଳ ପ୍ରମୋଦ କୁମାର ପରିଡା, ସାମ୍ବାଦିକ ବାବୁରାମ ଜେନା, ଚିନ୍ତାମଣି ପାଢ଼ୀ, ନିତ୍ୟାନନ୍ଦ ମହାଳିକ, ଉମାକାନ୍ତ ରାଉତ, ବିଜୟ କୁମାର ସାହୁ, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ, ଆଇନୀଜୀବୀ ଚନ୍ଦ୍ର ଶେଖର ପଣ୍ଡା, ରବୀନ୍ଦ୍ର ନାୟକ, ନିରଞ୍ଜନ ବିଶ୍ୱାଳ, ସଦାଶିବ ଦାଶ, ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ନାଗରିକ କମିଟି ସମ୍ପାଦକ ଚନ୍ଦ୍ରମଣି ସାମଲ, ସୁଧାନିଧି ମହାପାତ୍ର, ହୃଷିକେଶ ସାହୁ, ସତ୍ୟବ୍ରତ ନାୟକ, ନରେନ୍ଦ୍ର କୁମାର ଜେନା ପ୍ରମୁଖ ଦାବିଗୁଡିକ ବିଷୟରେ ଆଲୋଚନା କରିଥିଲେ ଏବଂ ଅନ୍ୟାମାନଙ୍କ ମଧ୍ୟରେ ସରୋଜ ଦେ, ଅଭିମନ୍ୟୁ ରାଉତ, ସମାଜସେବୀ ହେମନ୍ତ କୁମାର ଧୀର,ବିଶ୍ୱଜିତ ଦାଶ, କାଳନ୍ଦୀ ମଲ୍ଲିକ, ଅଭିରାମ ସାହୁ, ଅସିତ ଦାଶ, ମହେଶ୍ୱର ନାୟକ, ସମରେଶ ରାଉତ, ଅଶ୍ୱିନୀ କୁମାର ଦାଶ, ଯଜ୍ଞଦତ୍ତ ତ୍ରିପାଠୀ, ଚକ୍ରଧର ଦାସ, ଆଶୁତୋଷ ବଳ, ଜ୍ୟୋତି ରଞ୍ଜନ ଭୁଇଁଆ, ରାଜେଶ ରାଉତ, ସନାତନ ମଲିକ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close