‘ଉଦୟବଟ’ ତରଫରୁ ଉତ୍କଳ ଦିବସ ପାଳିତ ଓ ଯାଜପୁରରୋଡରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦାବୀ

ବ୍ୟାସନଗର, ୧ା୪(ଉ. ନ୍ୟୁଜ୍ ବ୍ୟୁରୋ): ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସ ଅବସରରେ ଯାଜପୁରରୋଡରେ ଇଷ୍ଟକୋଷ୍ଟ ରେଳବାଇ ଜୋନର ଏକ ସ୍ୱତନ୍ତ୍ର ଡିଭିଜନର ପ୍ରତିଷ୍ଠା ଦାବୀକୁ ଦୋହରାଯାଇଛି ଓ ଆଗାମୀ ଦିନରେ ଏହାକୁ ଯୋରଦାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଏହି ବଡ଼ ଦାବୀକୁ ହାସଲ କରିବାକୁ କାର୍ଯ୍ୟ କରିବାକୁ ଆଜି ସନ୍ଧ୍ୟାରେ ‘ଉଦୟବଟ’ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ କାର୍ଯ୍ୟ କରିବାକୁ ସମସ୍ତେ ସହମତ ହୋଇଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ସଂପାଦକ ଚନ୍ଦ୍ରମଣି ସାମଲ, ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସାଇସେବା ସଂସ୍ଥାର ରାସବିହାରୀ ପଣ୍ଡିତ, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ସନାତନ ମଲ୍ଲିକ, ସୁମନ ରାୟ, ନରହରି ବେହେରା, ଚକ୍ରଧର ମଲ୍ଲିକ, ଭାରତ ଭୂଷଣ ରାଉତ, ପ୍ରଫୁଲ୍ଲ କୁମାର ସାହୁ, ଗୈାରୀଶଙ୍କର ପତି, କଳିଙ୍ଗ କେଶରୀ ରାଉତ, ସସ୍ମିତା ମଲ୍ଲିକ, ମଂଜୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ନାଗରିକ ହରଦୟାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close